ଉଦ୍ଧବ ସରକାରକୁ ଝଟକା, ସୁପ୍ରିମକୋର୍ଟରେ ରଦ୍ଦ ହେଲା ସଂରକ୍ଷଣ ଆଇନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 5, 2021

ଉଦ୍ଧବ ସରକାରକୁ ଝଟକା, ସୁପ୍ରିମକୋର୍ଟରେ ରଦ୍ଦ ହେଲା ସଂରକ୍ଷଣ ଆଇନ୍

ନୂଆଦିଲ୍ଲୀ: ବୁଧବାର ସୁପ୍ରିମକୋର୍ଟ ମହାରାଷ୍ଟ୍ରର ମରାଠା ସଂରକ୍ଷଣ ଆଇନକୁ ରଦ୍ଦ କରିଛନ୍ତି। ମରାଠାଙ୍କୁ ସଂରକ୍ଷଣ ପ୍ରଦାନ କରିବା ପାଇଁ ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ୫୦ ପ୍ରତିଶତ କୋଟା ବୃଦ୍ଧି କରିବାର କୌଣସି ଆବଶ୍ୟକ ଆଧାର ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେଣୁ କୋର୍ଟ ଏହି ଆଇନକୁ ଅସାମ୍ବିଧାନିକ ବୋଲି କହି ରଦ୍ଦ କରିଛନ୍ତି।

ମରାଠା ବର୍ଗଙ୍କୁ ଶିକ୍ଷା ଏବଂ ଚାକିରିରେ ସଂରକ୍ଷଣ ଯୋଗାଇବା ପାଇଁ ମହାରାଷ୍ଟ୍ର ସରକାର ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ୫୦ ପ୍ରତିଶତ କୋଟା ବୃଦ୍ଧି କରିଛନ୍ତି। ଏବେ ଏଥିରେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ଯେ ମରାଠା ସମ୍ପ୍ରଦାୟକୁ ଶିକ୍ଷାଗତ ତଥା ସାମାଜିକ ପଛୁଆ ଘୋଷିତ କରାଯାଇପାରିବ ନାହିଁ।

ସୁପ୍ରିମକୋର୍ଟ କହିଛନ୍ତି ଯେ ପିଜି ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ଜାରି ରହିବ। ପୂର୍ବର ସମସ୍ତ ନିଯୁକ୍ତିରେ ଏହି ନିଷ୍ପତ୍ତି ପ୍ରଭାବିତ କରିବ ନାହିଁ। ସୁପ୍ରିମକୋର୍ଟର ୫ ଜଣିଆ ବିଚାରପତି, ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଏଲ୍ ନାଗେଶ୍ୱରା ରାଓ, ଜଷ୍ଟିସ୍ ଏସ୍ ଅବଦୁଲ୍ ନାଜିର, ଜଷ୍ଟିସ୍ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ୍ ଏସ୍ ରବିନ୍ଦ୍ର ଭଟଙ୍କ ସମ୍ବିଧାନ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।

ସୂଚନାଯୋଗ୍ୟ, ଇନ୍ଦିରା ସାୱନି ରାୟ ଦେବା ବେଳେ ସଂରକ୍ଷଣ ପାଇଁ ୫୦ ପ୍ରତିଶତ ସୀମା ଧାର୍ଯ୍ୟ କରାଯାଇଥିଲା। ହେଲେ ମହାରାଷ୍ଟ୍ର ସରକାର ଏହାକୁ ବୃଦ୍ଧି କରିଥିଲେ। ପରେ ଆଇନକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ମାର୍ଚ୍ଚ ୨୬ରେ ମରାଠା ସଂରକ୍ଷଣ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ୧୦ ଦିନିଆ ମାରାଥନ୍ ଶୁଣାଣି ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଏହି ସମୟରେ ସର୍ବୋଚ୍ଚ କୋର୍ଟ କହିଥିଲେ ରାଜ୍ୟଗୁଡିକ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ କରିପାରିବେ କି ନାହିଁ ତାହା ସମୀକ୍ଷା କରାଯିବ। ୧୯୯୨ ରେ ଇନ୍ଦିରା ସାୱନିଙ୍କ ରାୟକୁ ପୁନଃ ସମୀକ୍ଷା କରିବାର ଆବଶ୍ୟକତା ଅଛି କି ନାହିଁ, ଇନ୍ଦିରା ସାୱନି ବିଚାରକୁ ବଡ଼ ବେଞ୍ଚକୁ ପଠାଯିବା ଆବଶ୍ୟକ ଅଛି କି ନାହିଁ ଉପରେ ବିଚାର କରାଯିବ ବୋଲି କହିଥିଲେ। ପରେ ଇନ୍ଦିରା ସାଓ୍ୱନିଙ୍କ ରାୟ ବଳବତ୍ତର ରହିବ ବୋଲି କହିଥିଲେ।

The post ଉଦ୍ଧବ ସରକାରକୁ ଝଟକା, ସୁପ୍ରିମକୋର୍ଟରେ ରଦ୍ଦ ହେଲା ସଂରକ୍ଷଣ ଆଇନ୍ appeared first on Odisha Reporter.



from Odisha Reporter https://ift.tt/3h3ljzK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages