ଟିକା ପାଇଁ ବ୍ରହ୍ମପୁରରେ ଡ୍ରାଇଭ୍ ଇନ୍ ବ୍ୟବସ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 11, 2021

ଟିକା ପାଇଁ ବ୍ରହ୍ମପୁରରେ ଡ୍ରାଇଭ୍ ଇନ୍ ବ୍ୟବସ୍ଥା

ଭୁବନେଶ୍ୱର/ ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର) ରାଜ୍ୟର ୫ ସହରରେ ଚାଲିଛି ବ୍ୟାପକ ଟିକାକରଣ ଅଭିଯାନ । ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ଭୁବନେଶ୍ୱର ସମେତ ବ୍ରହ୍ମପୁରରେ ଡ୍ରାଇଭ୍ ଇନ୍ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ଏସପ୍ଲାନେଡ୍ ମଲ୍ ପରି ଆଉ ୩ଟି ସ୍ଥାନରେ ଡ୍ରାଇଭ୍ ଇନ୍ ବ୍ୟବସ୍ଥା କରାଯାଇଛି । ସେଗୁଡ଼ିକ ହେଲା କଳ୍ପନାସ୍ଥିତ ଉତ୍କଳ କନିକା ଗ୍ୟାଲେରି ଆ ମଲ୍, ସିମ୍ଫୋନି ମଲ୍ର ପାର୍କିଂ ଲଟ୍ ଏବଂ ପଟିଆ ସ୍ଥିତ କିଟ୍ ୟୁନିଭର୍ସିଟିର କ୍ରିକେଟ୍ ଷ୍ଟାଡିୟମ୍ । ଏସବୁ ସ୍ଥାନରେ କେବଳ ୪୫ ବର୍ଷରୁ ଅଧିକ ବର୍ଗର ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆ ଯିବ ବୋଲି ବିଏମ୍ସି କହିଛି । ଆଜିଠାରୁ ୧୫ ତାରିଖ ଯାଏଁ ଟିକାକରଣ ଚାଲିବ । ଗୋଟିଏ ଗୋଟିଏ ସ୍ଥାନରେ ଦୈନିକ ୩୦୦ ଲୋକଙ୍କୁ ଟିକା ଦି ଆଯିବାର ବ୍ୟବସ୍ଥା କରାଯାଇଛି ।

ସେହିପରି :ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଗ୍ରାଉଣ୍ଡରେ ଡ୍ରାଇଭ୍ ଇନ୍ ଅର୍ଥାତ ଗାଡ଼ିରେ ବସି ଟିକା ନେବାର ବ୍ୟବସ୍ଥା କରାଯାଇଛି । ନିଜେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ରୁତା କୁଲାଙ୍ଗେ ଖଲ୍ଲିକୋଟ କଲେଜ ଗ୍ରାଉଣ୍ଡକୁ ଯାଇ ଟିକାକରଣ ବ୍ୟବସ୍ଥା ତଦାରଖ କରିଥିଲେ । ବ୍ରହ୍ମପୁର ସହରର ୧୩ଟି ସ୍ଥାନରେ ଟିକା ଦି ଆଯିବା ନେଇ ବ୍ୟବସ୍ଥା ହୋଇଛି । ସେ ସବୁ ମଧ୍ୟରେ ରହିଛି ସରକାରୀ ମୁନିସିପାଲିଟି ହାଇସ୍କୁଲ, ତେଲୁଗୁ ସରକାରୀ ହାଇସ୍କୁଲ, କୁଇନ ମିଶନ ହାଇସ୍କୁଲ ଓ ରାମ ଲିଙ୍ଗମ ପାର୍କ । ସକାଳ ୮ଟାରୁ ଦିନ ଗୋଟାଏ ଯାଏ ଏଠାରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦି ଆ ଯିବ । ସେହିଭଳି ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏ ୪୫ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକା ଦି ଆ ଯିବ ।

The post ଟିକା ପାଇଁ ବ୍ରହ୍ମପୁରରେ ଡ୍ରାଇଭ୍ ଇନ୍ ବ୍ୟବସ୍ଥା appeared first on Odisha Reporter.



from Odisha Reporter https://ift.tt/3uH0X3i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages