ମାଡ଼ି ଚାଲିଛି ମହାମାରୀ, ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 6, 2021

ମାଡ଼ି ଚାଲିଛି ମହାମାରୀ, ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କ୍ରମାଗତ ଚତୁର୍ଥ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି। ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ଶେଷ ହେବା ପରେ ତେଲ ଦର ପ୍ରତିଦିନ ବଢ଼ି ଚାଲିଛି। ସ୍ଥିତି ଏମିତି ଯେ କରୋନା ସଂକ୍ରମଣ ଭଳି ଏବେ ପ୍ରତିଦିନ ତେଲ ଦର ଉପର ମୁହାଁ ରହିଛି। କରୋନା ସଂକ୍ରମଣ ପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ, ଶଟଡାଉନ ଆଦି ଲାଗୁ ହୋଇଥିବାରୁ ଲୋକଙ୍କ ରୋଜଗାର କମିବା ସହ ଅନେକ ରୋଜଗାର ହରାଇଛନ୍ତି। ଅନ୍ୟପଟେ ତେଲ ଦର ବୃଦ୍ଧିର ପ୍ରଭାବ ବିଭିନ୍ନ ସାମଗ୍ରୀ ଉପରେ ପଡ଼ିବାରୁ ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ସାମଗ୍ରୀର ତେଲ ଦର ବୃଦ୍ଧି ପାଇଛି। ଯାହାକି ଲୋକଙ୍କ ପାଇଁ ବେଡି ଉପରେ କୋରଡ଼ା ମାଡ଼ ସଦୃଶ ପାଲଟିଛି।

ଶୁକ୍ରବାର (ମେ ୭)ରେ ପେଟ୍ରୋଲ ଲିଟର ପିଛା ୨୮ ପଇସା ଏବଂ ଡିଜେଲ ୩୧ ପଇସା ବୃଦ୍ଧି ପାଇଛି। ଏହା ପୂର୍ବରୁ ଗୁରୁବାର (ମେ ୬) ପେଟ୍ରୋଲ ଲିଟର ପିଛା ୫୨ ପଇସା, ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଥିଲା।

ସେହିପରି ବୁଧବାର(ମେ ୫)ରେ  ପେଟ୍ରୋଲ ଲିଟର ପିଛା ୧୯ ପଇସା ଏବଂ ଡିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଥିବା ବେଳେ ମଙ୍ଗଳବାର (ମେ ୪)ରେ ପେଟ୍ରୋଲ ୧୫ ପଇସା ଏବଂ ଡିଜେଲରେ ୧୬ ପଇସା ବୃଦ୍ଧି ପାଇଥିଲା। ମୋଟ୍ ଚାରି ଦିନରେ ପେଟ୍ରୋଲ ୧ ଟଙ୍କା ୧୪ ପଇସା ବଢ଼ିଥିବା ବେଳେ ଡିଜେଲ ୯୮ ପଇସା ବୃଦ୍ଧି ପାଇଛି।

ଏବେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୯୦.୯୯ ପଇସା ରହିଥିବା ବେଳେ ଡିଜେଲ ଦର ୮୧.୪୨ ପଇସା ରହିଛି। ସେହିପରି ମୁମ୍ୱାଇରେ ପେଟ୍ରୋଲ ୯୭.୬୧ ପଇସା ଏବଂ ଡିଜେଲ ୮୮.୮୨ ପଇସା, ଚେନ୍ନାଇରେ ପେଟ୍ରୋଲ ୯୩.୧୫ ପଇସା ଏବଂ ଡିଜେଲ ୮୬.୬୫ ପଇସା ଏବଂ କୋଲକାତାରେ ପେଟ୍ରୋଲ ୯୧.୪୧ ପଇସା ଓ ଡିଜେଲ ୮୪.୫୭ ପଇସା ରହିଛି।

ପେଟ୍ରୋଲ ମୂଲ୍ୟରେ ୬୦ ପ୍ରତିଶତ କେନ୍ଦ୍ରୀୟ ଏକ୍ସାଇଜ୍ ଏବଂ ରାଜ୍ୟ ଟ୍ୟାକ୍ସର ଅଂଶ ରହିଛି। ସେହିପରି ଡିଜେଲରେ ଏହା ୫୪ ପ୍ରତିଶତ ରହିଛି। ପେଟ୍ରୋଲ ଉପରେ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୩୨.୯୦ ଟଙ୍କା ଥିବାବେଳେ ଡିଜେଲରେ ଏହା ଲିଟର ପିଛା ୩୧.୮୦ ଟଙ୍କା ରହିଛି।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ଅଶୋଧିତ ମୂଲ୍ୟ ଏବଂ ବୈଦେଶିକ ମୁଦ୍ରା ମୂଲ୍ୟ ଆଧାରରେ ଏହି ଦର ସ୍ଥିର କରାଯାଏ। ବିଶ୍ୱରେ ଏବେ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୬୬ – ୬୭ ଡଲାରରୁ ବୃଦ୍ଧି ପାଇ ବୁଧବାର ବ୍ୟାରେଲ ପିଛା ୬୯ ଡଲାର ହୋଇଛି।

The post ମାଡ଼ି ଚାଲିଛି ମହାମାରୀ, ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର appeared first on Odisha Reporter.



from Odisha Reporter https://ift.tt/3xSr8WT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages