କରୋନା ଆକ୍ରାନ୍ତଙ୍କ ପାଇଁ ନିଜ ବାଇକ୍‌ ବିକି ଦେଲେ ହର୍ଷବର୍ଦ୍ଧନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 6, 2021

କରୋନା ଆକ୍ରାନ୍ତଙ୍କ ପାଇଁ ନିଜ ବାଇକ୍‌ ବିକି ଦେଲେ ହର୍ଷବର୍ଦ୍ଧନ

ବମ୍ବେ:କରୋନା ମହାମାରୀ ସମୟରେ ଅକ୍ସିଜେନ ପାଇଁ ସମଗ୍ର ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅକାଳରେ ଆଖି ବୁଜୁଛନ୍ତି ହଜାର ହଜାର ଲୋକ। ଏପରି ସ୍ଥିତିରେ ବଲିଉଡ଼ କଳାକାରମାନେ ସହାୟତାର ହାତ ବଢ଼ାଉଥିବା ବେଳେ ଏବେ ଏଥିରେ ଯୋଡ଼ି ହୋଇଛି ଆଉ ଏକ ନାଁ।

ସନମ ତେରେ କସମ୍‌ ଫେମ୍‌ ହର୍ଷବର୍ଦ୍ଧନ ରାଣେ କରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ କରିବାକୁ ନିଜ ପ୍ରିୟ ବାଇକ୍‌ ବିକିବାକୁ ପଛାଇ ନାହାନ୍ତି। ଏହାକୁ ବିକି ସେ ୩ ଅକ୍ସିଜେନ କନସନଟ୍ରେଟର ଯୋଗାଡ କରି ହାଇଦ୍ରାବାଦ ପଠାଇଛନ୍ତି। ଏନେଇ ନିଜେ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି ହର୍ଷବର୍ଦ୍ଧନ। ହର୍ଷବର୍ଦ୍ଧନଙ୍କ ଏପରି କାମକୁ ତାଙ୍କ ଫ୍ୟାନ୍‌ମାନେ ଖୁବ୍‌ ପ୍ରଶଂସା କରିଛନ୍ତି। ।  ନିଜ ପ୍ରିୟ ବାଇକ୍‌ ବିକ୍ରି କରି ଅନ୍ୟମାନଙ୍କ ସାହାଯ୍ୟ କରିପାରିଥିବାରୁ ସେ ବେଶ୍‌ ଖୁସି ଥିବା  ଜଣାଇଛନ୍ତି ହର୍ଷବର୍ଦ୍ଧନ।

କିଛି ଦିନ ପୂର୍ବରୁ ହର୍ଷବର୍ଦ୍ଧନ ସୋଶାଲ ମିଡିଆରେ ନିଜ ବାଇକ୍‌ ବିକ୍ରି କରିବାକୁ ଚାହୁଁଥିବା ନେଇ ଏକ ପୋଷ୍ଟ କରିଥିଲେ। ଅକ୍ସିଜେନ କନସନଟ୍ରେଟର ପାଇଁ ସେ ଏପରି କରିବାକୁ ଚାହୁଁଥିବା ଫ୍ୟାନ୍ସଙ୍କୁ ଜଣାଇଥିଲେ।

ନିଜ ବାଇକ୍‌ ବିକ୍ରି କରିଥିବା ନେଇ ହର୍ଷବର୍ଦ୍ଧନ ସୋଶାଲ ମିଡିଆରେ ଫ୍ୟାନ୍‌ଙ୍କୁ ଜଣାଇଛନ୍ତି।

ଭାରତ ଏବେ କରୋନା ମହାମାରୀର ସାଂଘାତିକ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଦେଶ ବିଦେଶରୁ ଛୁଟୁଛି ସହାୟତାର ସୁଅ। ଏପରି ସ୍ଥିତିରେ ବଲିଉଡ଼ ତଥା ଟେଲିଭିଜନ କଳାକାର ବି ପଛରେ ନାହାନ୍ତି। ଏହି ଲିଷ୍ଟର ସବୁଠୁ ଉପରେ ସୋନୁ ସୁଦଙ୍କ ନାଁ ଥିବା ବେଳେ ସେ ଗତ ବର୍ଷଠୁ ଲୋକଙ୍କୁ ଆବଶ୍ୟକ ମୁତାବକ ସହାୟତା ଯୋଗାଇ ଆସୁଛନ୍ତି।

ସେହିପରି ବଲିଉଡର ଖିଲାଡ଼ି ମାଷ୍ଟର ଅକ୍ଷୟ କୁମାର, ଭାଇଜାନ ବି ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। କେବଳ ସେତିକି ନୁହେଁ, କରୋନା ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ଆକ୍ଟର ଗୁରମିତ ଚୌଧୁରୀ ଲକ୍ଷ୍ନୌ ଓ ପାଟନାରେ ହଜାରେ ହସ୍ପିଟାଲ ବେଡ ପକାଇବାକୁ ନିଷ୍ପତ୍ତି ନେଇଛନ୍ତି।

ୱର୍କ ଫ୍ରଣ୍ଟ କଥା କହିଲେ, ଆଶୁତୋଷ ଏବେ ନିଜ ଅପକମିଙ୍ଗ ଫିଲ୍ମ ‘କୁନ ଫାୟା କୁନ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି।

The post କରୋନା ଆକ୍ରାନ୍ତଙ୍କ ପାଇଁ ନିଜ ବାଇକ୍‌ ବିକି ଦେଲେ ହର୍ଷବର୍ଦ୍ଧନ appeared first on Odisha Reporter.



from Odisha Reporter https://ift.tt/3h4Bq09

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages