ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 4, 2021

ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

କଟକ (ଓଡ଼ିଶା ରିପୋର୍ଟର): କମ୍ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରିବା ପ୍ରସଙ୍ଗରେ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ। ଏନେଇ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି କୋର୍ଟ।

ପୂର୍ବରୁ ଏହି ବିଜ୍ଞପ୍ତି ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଥିବା ବେଳେ ଆଜି ଏହାକୁ ରଦ୍ଦ କରି ଦେଇଛନ୍ତି।

ରାଜ୍ୟର ବିଭିନ୍ନ ସ୍ଥାନରେ ୨୦ରୁ କମ୍ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଆଉ ସେହି ଅନୁସାରେ ୨୦୨୦ ମାର୍ଚ୍ଚ ୧୧ ତାରିଖରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଶିକ୍ଷାବିତ୍ ପ୍ରୀତୀଶ ଆଚାର୍ଯ୍ୟ ହାଇକୋର୍ଟଙ୍କ ଏହି ରାୟକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ହାଇକୋର୍ଟଙ୍କ ଏହି ରାୟକୁ ରାଜ୍ୟ ସରକାର ମଧ୍ୟ ଗ୍ରହଣ କରି ନେବା ଉଚିତ୍। କାରଣ ସ୍କୁଲ୍ ମିଶ୍ରଣ ନୀତି ଦ୍ୱାରା ଗ୍ରାମାଞ୍ଚଳର ଅନେକ ପିଲା ଶିକ୍ଷାରୁ ବଞ୍ଚିତ ହୋଇଯାଇଥା’ନ୍ତେ। ସରକାର ଲାଭକ୍ଷତି ବା ଖର୍ଚ୍ଚକୁ ଦେଖି ଶିକ୍ଷା ବ୍ୟବସ୍ଥାକୁ ଚଲାନ୍ତୁ ନାହିଁ। ଏବେ ଆମ ରାଜ୍ୟର ସାକ୍ଷରତା ହାର ୭୪-୭୫% ରହିଛି। ସରକାରଙ୍କ ସ୍କୁଲ୍ ମିଶ୍ରଣ ନୀତି ଦ୍ୱାରା ଏହି ହାର ଆହୁରି କମି ଯିବ। ପିଲାମାନେ ସ୍କୁଲ୍ ଯିବାକୁ ଆଗ୍ରହ ପ୍ରକାଶ ନ କରିପାରନ୍ତି। ବିଶେଷ କରି ଏହା ଦ୍ୱାରା ବାଳିକା ଶିକ୍ଷା ଅଧିକ ପ୍ରଭାବିତ ହୋଇଥା’ନ୍ତା।

The post ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ appeared first on Odisha Reporter.



from Odisha Reporter https://ift.tt/2PKycn8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages