ଓଭର ବ୍ରିଜ୍‌ରେ ମେଟ୍ରୋ ଟ୍ରେନ ଯାଉଥିବା ବେଳେ ରାସ୍ତାକୁ ଖସି ପଡ଼ିଲା: ୧୫ ମୃତ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 4, 2021

ଓଭର ବ୍ରିଜ୍‌ରେ ମେଟ୍ରୋ ଟ୍ରେନ ଯାଉଥିବା ବେଳେ ରାସ୍ତାକୁ ଖସି ପଡ଼ିଲା: ୧୫ ମୃତ, ଦେଖନ୍ତୁ ଭିଡିଓ

ମେକ୍ସିକୋ ସିଟି: ମେକ୍ସିକୋରେ ଭୟଙ୍କର ଘଟଣା ଘଟିଛି। ମେକ୍ସିକୋ ସିଟିର ମେଟ୍ରୋ ଟ୍ରେନ୍‌ ଓଭରବ୍ରିଜ୍‌ ଉପରେ ଯାଉଥିବା ବେଳେ ହଠାତ୍‌ ଏହା ଭୁଶୁଡ଼ି ପଡ଼ିଛି। ଓଭର ବ୍ରିଜ୍‌ ଭୁଶୁଡ଼ିବା ଯୋଗୁ ଚଳନ୍ତା ଟ୍ରେନ୍‌ ସଡ଼କ ପଥ ଉପରେ ଖସି ପଡ଼ି ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିରେ ଏଯାଏ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ସେହିପରି ଟ୍ରେନ୍‌ଟି ରାସ୍ତା ଉପରେ ଖସି ପଡ଼ିଥିବାରୁ ଏହା ତଳେ ଏକାଧିକ କାର ଚାପି ହୋଇ ରହି ଯାଇଛି। ଉଦ୍ଧାରକାରୀ ଦଳ ସମସ୍ତଙ୍କୁ ସୁରକ୍ଷିତ ଧ୍ୱଂସାବଶେଷ ତଳୁ ବାହାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ଏସବୁ ଭିତରେ ବ୍ରିଜ୍‌ ଭୁଶୁଡ଼ି ମେଟ୍ରୋ ଟ୍ରେନ୍‌ ତଳକୁ ଖସିବା ବେଳର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏଥିରେ ଚଳନ୍ତା ଟ୍ରେନ୍‌ କେମିତି ରାସ୍ତା ଉପରେ ଖସି ପୂରା ଅଞ୍ଚଳରେ କ୍ଷୟକ୍ଷତି ଘଟାଇଛି, ତା’ର ଦୃଶ୍ୟ ରହିଛି। ସୂଚନା ଅନୁସାରେ, ମେଟ୍ରୋର ୧୨ ଲାଇନରେ ଟ୍ରେନ୍‌ ଯାଉଥିବା ବେଳେ ଏହା ଭୁଶୁଡ଼ି ପଡ଼ିଛି।

ସନ୍ଧ୍ୟା ସମୟରେ ଏହି ଘଟଣା ଘଟିଥିବାରୁ ରାସ୍ତାରେ ବେଶ ଗହଳୀ ଥିଲା। ଦୋକାନ ବଜାର ଖୋଲିବା ସହ କାର ଗୁଡ଼ିକ ଯିବା ଆସିବା କରୁଥିଲା। ମେକ୍ସିକୋ ସିଟିର ମେୟର କାଲୁଡିଆ ଶେଇନବାମୁ କହିଛନ୍ତି, ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। କେମିତି ମେଟ୍ରୋ ଟ୍ରେନ ଯାଉଥିବା ବେଳେ ବ୍ରିଜ୍‌ ଭୁଶୁଡ଼ିଲା, ତା’ର ତଦନ୍ତ କରାଯାଉଛି।


ଘଟଣାରେ ୧୫ ଜଣ ପ୍ରାଣ ହରାଇଥିବା ବେଳେ ୨ଟି କାର୍‌ ଟ୍ରେନ୍‌ ତଳେ ଚାପି ହୋଇ ରହିଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ମେଡିକାଲ ଓ ଅଗ୍ନିଶମ କର୍ମଚାରୀମାନେ ଲାଗିଛନ୍ତି। ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ ବୋଲି ସେ କହିଛନ୍ତି।

ବ୍ରିଜ୍‌ ଭୁଶୁଡ଼ିବା ଘଟଣାର ତଦନ୍ତ ଚାଲିଥିବା ବେଳେ ସୋଶାଲ ମିଡିଆ ବ୍ୟବହାରକାରୀ ମେକ୍ସିକୋ ସିଟିର ପୂର୍ବତନ ମେୟରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। କାରଣ ପୂର୍ବତନ ମେୟର ମାର୍କେଲୋ ଇବାରଡଙ୍କ ସମୟରେ ମେଟ୍ରୋ ଲାଇନ ଓଭର ବ୍ରିଜ୍‌ ତିଆରି ହୋଇଥିଲା। ତେବେ ନିମ୍ନମାନ କାମ ଓ ଲାଞ୍ଚ କାରବାର ଯୋଗୁ ଏପରି ଘଟଣା ଘଟିଲା ବୋଲି ସେମାନେ କହିଛନ୍ତି।

The post ଓଭର ବ୍ରିଜ୍‌ରେ ମେଟ୍ରୋ ଟ୍ରେନ ଯାଉଥିବା ବେଳେ ରାସ୍ତାକୁ ଖସି ପଡ଼ିଲା: ୧୫ ମୃତ, ଦେଖନ୍ତୁ ଭିଡିଓ appeared first on Odisha Reporter.



from Odisha Reporter https://ift.tt/3uhz29T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages