ଆର୍ମି ହସ୍ପିଟାଲରେ ଅକ୍ସିଜେନ ସଙ୍କଟ, ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଜଣାଇଲା ସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 4, 2021

ଆର୍ମି ହସ୍ପିଟାଲରେ ଅକ୍ସିଜେନ ସଙ୍କଟ, ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଜଣାଇଲା ସେନା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ଅକ୍ସିଜେନ ସଙ୍କଟ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ସ୍ଥିତି ଏପରି ହୋଇଛି ଯେ ଦିଲ୍ଲୀରେ ଥିବା ଆର୍ମି ବେସ୍‌ ହସ୍ପିଟାଲରେ ମଧ୍ୟ ଅକ୍ସିଜେନ ଅଭାବ ଦେଖାଗଲାଣି। ବେସ୍‌ ହସ୍ପିଟାଲରେ ସଂରକ୍ଷିତ ହୋଇ ରହିଥିବା ଅକ୍ସିଜେନ ସରିବାକୁ ବସିଥିବାରୁ ସେନା ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସହଯୋଗ କରିବାକୁ ଅବଗତ କରାଯାଇଛି। ମଙ୍ଗଳବାର ସକାଳେ ହିଁ ଆର୍ମି ପକ୍ଷରୁ ମନ୍ତ୍ରଣାଳୟକୁ ଏସ୍‌ଓଏସ୍‌ ବା ସତର୍କ ସୂଚନା ଜାରି କରାଯାଇଛି।

ସୂତ୍ର ଅନୁସାରେ, ଦିଲ୍ଲୀ ସରକାରଙ୍କ ଜରିଆରେ ବେସ୍‌ ହସ୍ପିଟାଲରେ ଥିବା ଅକ୍ସିଜେନ ପ୍ଲାଣ୍ଟକୁ ରିଫିଲ୍‌ କରାଯାଇପାରୁନି। କାରଣ ଦିଲ୍ଲୀରେ ଥିବା ଅନ୍ୟ ହସ୍ପିଟାଲରେ ଅକ୍ସିଜେନ ସଙ୍କଟ ଦେଖାଦେଇଛି। ଏହି କାରଣରୁ ସେନା ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରଣାଳୟଙ୍କୁ ସଙ୍କଟ ସମ୍ପର୍କରେ ଜଣାଯାଇଛି।

ଅକ୍ସିଜେନ ଅଭାବ ପୂରଣ କରିବା ପାଇଁ ସେନା ପକ୍ଷରୁ ଜମ୍ବୋ ଅକ୍ସିଜେନ ସିଲିଣ୍ଡର ଆଣିବାକୁ ଯୋଜନା କରାଯାଉଛି। ଏଥିପାଇଁ ଦିଲ୍ଲୀ ବାହାରେ ଥିବା ସେନାର ଗାଡ଼ିଗୁଡ଼ିକୁ ଅକ୍ସିଜେନ ଯୋଗାଡ଼ କରିବାକୁ କୁହାଯାଇଛି। ବର୍ତ୍ତମାନ ହସ୍ପିଟାଲରେ ଦୈନିକ ୧୨୫ଟି ଜମ୍ବୋ ଅକ୍ସିଜେନ ସିଲିଣ୍ଡର ଦରକାର। ଜରୁରୀ କାଳୀନ ଭିତ୍ତିରେ ହରିଦ୍ୱାର ଓ ଅନ୍ୟାନ୍ୟ ସ୍ଥାନରୁ ଜମ୍ବୋ ସିଲିଣ୍ଡର ଆଣିବାକୁ ବେସ୍‌ ହସ୍ପିଟାଲ ପକ୍ଷରୁ କୁହାଯାଇଛି।


ସୂଚନାଯୋଗ୍ୟ, ଦିଲ୍ଲୀରେ ନିୟମିତ ଭାବେ ସଂକ୍ରମଣ ବଢ଼ି ଚାଲିଛି। ଏଥିପାଇଁ ଗତ ସପ୍ତାହରେ ଆର୍ମି ପକ୍ଷରୁ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ଥିବା ବେସ୍‌ ହସ୍ପିଟାଲକୁ କୋଭିଡ କେୟାର ସେଣ୍ଟରକୁ ବଦଳାଇ ଦିଆଯାଇଥିଲା। କରୋନା ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ସେନା ପକ୍ଷରୁ ଏପରି କରାଯାଇଥିଲା।

ଦେଶରେ କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ସେନା ପକ୍ଷରୁ ହସ୍ପିଟାଲରେ ୩୪୦ଟି କୋଭିଡ ବେଡ୍‌ ପ୍ରସ୍ତୁତ କରାଯାଇଥିଲା। ଏହା ମଧ୍ୟରୁ ୨୫୦ଟି ଅକ୍ସିଜେନ ବେଡ୍‌ ଥିଲା। ଏପ୍ରିଲ ୩୦ରେ ବେଡ୍‌ ସଂଖ୍ୟା ୬୫୦କୁ ବୃଦ୍ଧି କରାଯାଇଥିଲା ଓ ଅକ୍ସିଜେନ ବେଡ୍‌ ସଂଖ୍ୟା ୪୫୦ରେ ପହଞ୍ଚିଥିଲା।

ଏହାସତ୍ତ୍ୱେ ମଧ୍ୟ କ୍ରମାଗତ ଭାବେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଟ୍ରମା ସେଣ୍ଟର୍‌ରେ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ହସ୍ପିଟାଲରେ ପୂର୍ବରୁ ୧୨ଟି ଆଇସିୟୁ ବେଡ୍‌ ଥିବା ବେଳେ ଏପ୍ରିଲ ୨୯ ସୁଦ୍ଧା ଏହା ୩୫କୁ ବୃଦ୍ଧି ପାଇଥିଲା।

The post ଆର୍ମି ହସ୍ପିଟାଲରେ ଅକ୍ସିଜେନ ସଙ୍କଟ, ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଜଣାଇଲା ସେନା appeared first on Odisha Reporter.



from Odisha Reporter https://ift.tt/3b2UAjg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages