୧୦ ଘଣ୍ଟା ପଡ଼ିରହିଲା କରୋନା ରୋଗୀଙ୍କ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 8, 2021

୧୦ ଘଣ୍ଟା ପଡ଼ିରହିଲା କରୋନା ରୋଗୀଙ୍କ ମୃତଦେହ

ନବରଙ୍ଗପୁର( ନବଘନ ବିଶୋୟୀ): ଦୀର୍ଘ ୭ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ବେଡରେ ପଡ଼ି ରହିଥିଲା କରୋନା ଆକ୍ରାନ୍ତଙ୍କ ମୃତଦେହ। ଆଖପାଖରେ ଆହୁରି ବହୁ କରୋନା ରୋଗୀ ଚିକିତ୍ସିତ ହେଉଥିବା ବେଳେ ସ୍ୱାଭାବିକ ଭାବେ ଚାଲିଥିଲା ସବୁ କାର୍ଯ୍ୟ। ହେଲେ ଘଣ୍ଟା ଘଣ୍ଟା ଧରି ପଡ଼ି ରହିଥିବା ମୃତଦେହ ଉଠାଇବାକୁ ଦେଖାଯାଉ ନ ଥିଲା ତତ୍ପରତା। ଏପରିକି ତାହାରି ମଧ୍ୟରେ ଅନ୍ୟ ରୋଗୀଙ୍କୁ ଡିନର ନିମନ୍ତେ ଖାଦ୍ୟ ପୁଡ଼ିଆ ମଧ୍ୟ ବଣ୍ଟା ଯାଉଥିଲା। ଏପରି ଚରମ ଅବ୍ୟବସ୍ଥା ନବରଙ୍ଗପୁର କୋଭିଡ ହସ୍ପିଟାଲରେ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଏହାର ଭିଡିଓ ଭାଇରାଲ ହେଉଛି।

ମିଳିଥିବା ସୂଚନା ମୁତାବକ, ହସ୍ପିଟାଲର ଆଇସିୟୁ ଭିତରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ହେବାର ୧୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଯାଏ ଶବ ପଡ଼ି ରହିଥିଲା। ଆଇସିୟୁ ଭିତରେ ଥିବା କେହି ଜଣେ ମହିଳା ଏହି ଭିଡିଓ ସୁଟିଂ କରିବା ସହ ଘଟଣା ନେଇ ଅଭିଯୋଗ କରିଛନ୍ତି।

ଭିଡିଓରେ ଶୁଣାଯାଉଥିବା ସ୍ୱର ଅନୁସାରେ, ଆଇସିୟୁର ୧ ନମ୍ବର ବେଡରେ ଚିକିତ୍ସାଧୀନ ଥିବା ବ୍ୟକ୍ତିଙ୍କର ଦିନ ୧୧ଟା ବେଳେ ମୃତ୍ୟୁ ହୋଇଥିଲା। ହେଲେ ରାତି ୭ଟା ଯାଏ ସେମିତି ଶବ ପଡ଼ିଥିଲେ ବି କେହି ଉଠାଇ ନଥିଲେ। ବରଂ ଶବ ପଡ଼ି ରହିଥିବା ବେଳେ ହସ୍ପିଟାଲ କର୍ମଚାରୀ ସେହି ଓ୍ୱାର୍ଡରେ ଥିବା ଅନ୍ୟ ରୋଗୀଙ୍କୁ ଡିନର ପାଇଁ ଖାଦ୍ୟ ପୁଡ଼ିଆ ଦେଇଥିଲେ। ଏନେଇ ବାରମ୍ବାର କହିବା ପରେ ରାତି ସାଢ଼େ ୯ଟା ବେଳକୁ କେତେକ କର୍ମଚାରୀ ଆସି ମୃତଦେହ ପ୍ୟାକିଂ କରି ନେଇଥିଲେ।

ତେବେ ଶବ ୭ ଘଣ୍ଟା ଧରି ପଡ଼ି ରହିବା କଥାକୁ ହସ୍ପିଟାଲ ମ୍ୟାନେଜର ରୂପସୀ ନାୟକ ଅସ୍ୱୀକାର କରିବା ସହ କହିଛନ୍ତି, ୧ ନମ୍ବର ବେଡରେ ପ୍ରାଣ ହରାଇଥିବା ରୋଗୀ ଜଣକ ହସ୍ପିଟାଲର ଜଣେ କର୍ମଚାରୀଙ୍କ ସ୍ୱାମୀ। ଗତକାଲି ସନ୍ଧ୍ୟା ୫ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ପ୍ୟାକିଂ ମେଟେରିଆଲ ପାଇଁ ଶବ ଉଠାଇବାରେ ବିଳମ୍ବ ହୋଇଥିଲା ବୋଲି ସେ କହିଛନ୍ତି। ତେବେ ଅନ୍ୟ ରୋଗୀ ଭୋକିଲା ଥିବାରୁ ଓ କେତେକଙ୍କୁ ଇନସୁଲିନ ଦେବାର ଥିବାରୁ ଡିନର ଦିଆଯାଇଥିଲା ବୋଲି ସେ କହିଛନ୍ତି।

The post ୧୦ ଘଣ୍ଟା ପଡ଼ିରହିଲା କରୋନା ରୋଗୀଙ୍କ ମୃତଦେହ appeared first on Odisha Reporter.



from Odisha Reporter https://ift.tt/2SC45iY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages