ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ କଳାବଜାରୀ ବଢ଼ିଛି। ଅକ୍ସିଜେନର ଗୋଟିଏ ପଟେ ଅଭାବ ରହିଥିବା ବେଳେ ଏହାର ଫାଇଦା ନେଇ ମାଲାମାଲ ହେବାକୁ ଲକ୍ଷ୍ୟ ରଖିଛନ୍ତି କିଛି ଅସାଧୁ ବ୍ୟକ୍ତି। ଏଭଳି ବେଆଇନ୍ କାରବାରର ସୂଚନା ପାଇ ଦିଲ୍ଲୀ ପୁଲିସ ବିଭିନ୍ନ ସ୍ଥାନରେ ରେଡ୍ କରି କଳାବଜାରୀକୁ ପ୍ରୋତ୍ସାହନ ଯୋଗାଉଥିବା ବ୍ୟକ୍ତିଙ୍କୁ ଗିରଫ କରୁଛି। ନିକଟରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ କଳାବଜାରୀ ରୋକିବାକୁ ନିର୍ଦ୍ଦେଶ ଦେଇଥିଲେ।
ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ ଦୁଇଟି ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ କରି ୧୦୦ ରୁ ଅଧିକ ଅକ୍ସିଜେନ କନସେନଟ୍ରେଟର ଜବତ କରିଛି। ପୁଲିସ ଅଧିକାରୀ ଜଣଙ୍କ କହିଛନ୍ତି ‘ଖାନ ଚାଚା’ ରେଷ୍ଟୁରାଣ୍ଟରୁ ୯୬ ଟି ଅକ୍ସିଜେନ କନସେନଟ୍ରେଟର ଏବଂ ‘ଟାଉନ ହଲ୍’ ରେଷ୍ଟୁରାଣ୍ଟରୁ ବାକି ୪ ଜବତ କରାଯାଇଛି। ସେ କହିଛନ୍ତି ଯେ ଉଭୟ ରେଷ୍ଟୁରାଣ୍ଟ ଖାନ୍ ମାର୍କେଟ ଅଞ୍ଚଳର। ଏହି ଏହି ମାମଲାକୁ ଦିଲ୍ଲା ପୁଲିସ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି।
Khan Market case involving seizure of oxygen concentrators from Khan Chacha restaurant in Khan Market has been transferred to Crime Branch: Delhi Police
— ANI (@ANI) May 8, 2021
ଏହି ମାମଲାରେ ଦକ୍ଷିଣ ଦିଲ୍ଲୀର ଲୋଧି କଲୋନୀରୁ ଚାରି ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ଗୌରବ, ସତୀଶ ସେଠୀ, ବିକ୍ରାନ୍ତ ଏବଂ ହିତେଶ। ଏହି ଅକ୍ସିଜେନ କନସେନଟ୍ରେଟର ୧୬ ହଜାର ଟଙ୍କାରେ କିଣାଯାଇଥିଲା ଏବଂ ୫୦ ହଜାର ଟଙ୍କାରେ ବିକ୍ରି ହେଉଥିଲା।
ପୁଲିସ ଅଧିକାରୀ ଜଣଙ୍କ କହିଛନ୍ତି, ଚାରି ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ମୋଟ୍ ୪୧୯ ଅକ୍ସିଜେନ କନସେନଟ୍ରେଟର ଜବତ କରାଯାଇଛି। ପଚରାଉଚରା କରିବା ବେଳେ ଅଭିଯୁକ୍ତ ହିତେଶ ଅକ୍ସିଜେନର କଳାବଜାରୀ କରି ମାଲାମାଲ ହେବା ଉଦ୍ଦେଶ୍ୟରେ ଏହି ସମସ୍ତ ଅକ୍ସିଜେନ କନସେନଟ୍ରେଟରକୁ ‘ଖାନ୍ ଚାଚା’ ରେଷ୍ଟୁରାଣ୍ଟରେ ଜମା କରାଯାଇଥିଲା ବୋଲି କହିଛି। ପୁଲିସ କହିଛି ଯେ ଏହି ଉଭୟ ରେଷ୍ଟୁରାଣ୍ଟର ମାଲିକଙ୍କ ନାମ ନବନୀତ୍ କାଲ୍ରା। ଏହି ଘଟଣାରେ ତାଙ୍କର ଭୂମିକା ଏବେ ସନ୍ଦେହ ଘେରରେ ରହିଛି। ସେହିପରି କଲ୍ରାରେ ଆଉ ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ବୁଧବାର ପୁଲିସ ରେଡ୍ କରି ଅକ୍ସିଜେନ କନସେନଟ୍ରେଟର ଉଦ୍ଧାର କରିଥିଲା।
ବୁଧବାର ଲୋଧି କଲୋନୀର ସେଣ୍ଟ୍ରାଲ ମାର୍କେଟରେ ନେଗି ଜୁ ରେଷ୍ଟୁରାଣ୍ଟ ଖୋଲାଥିଲା। ପରେ ପୁଲିସ ଜାଣିବାକୁ ପାଇଥିଲା ଯେ ଜଣେ ବ୍ୟକ୍ତି ଏହି ରେଷ୍ଟୁରାଣ୍ଟରେ ବସିଛନ୍ତି। ଆଉ ଲାପଟପ୍ ଜରିଆରେ ଅକ୍ସିଜେନ କନସେନଟ୍ରେଟର ଅର୍ଡର ନେଉଛନ୍ତି। ଏହାପରେ ପୁଲିସ ରେଡ୍ କରିଥିଲା।
The post କରୋନା ବେଳେ କଳାବଜାରୀ, ‘ଖାନ୍ ଚାଚା’ ରେଷ୍ଟୁରାଣ୍ଟରୁ ଅକ୍ସିଜେନ କନସେନଟ୍ରେଟର ଜବତ appeared first on Odisha Reporter.
from Odisha Reporter https://ift.tt/3nZ7jsf
No comments:
Post a Comment