କଶ୍ମୀର ପ୍ରସଙ୍ଗରେ ୟୁଏନଜିଏଙ୍କ ବିବାଦୀୟ ମନ୍ତବ୍ୟ, ଭାରତ ଦେଲା ଘାଇଲା କଲା ଭଳି ଜବାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 29, 2021

କଶ୍ମୀର ପ୍ରସଙ୍ଗରେ ୟୁଏନଜିଏଙ୍କ ବିବାଦୀୟ ମନ୍ତବ୍ୟ, ଭାରତ ଦେଲା ଘାଇଲା କଲା ଭଳି ଜବାବ

ନୂଆଦିଲ୍ଲୀ: ପାକିସ୍ତାନ ଗସ୍ତରେ ଆସି କଶ୍ନୀର ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ସମାଲୋଚନା କରିଥିବା ଜାତିସଂଘ ସାଧାରଣ ପରିଷଦର ଅଧ୍ୟକ୍ଷ ବୋଲ୍କନ ବୋଜକିରଙ୍କୁ କଡ଼ା ଜବାବ ଦେଲା ଭାରତ। ଗୁରୁବାର ବୋଲ୍କନ ବୋଜକିର କଶ୍ମୀର ପ୍ରସଙ୍ଗକୁ ପାଲେଷ୍ଟାଇନ ସହ ତୁଳନା କରିଥିଲେ। ଶୁକ୍ରବାର ଏହି ପ୍ରସଙ୍ଗରେ ଭାରତ ମଧ୍ୟ ବୋଲ୍କନ ବୋଜକିରଙ୍କୁ କଡ଼ା ଜବାବ ଦେଇଛି। ଯେଉଁ ପଦବୀରେ ବୋଲ୍କନ ବୋଜକିର ବସିଛନ୍ତି ଏଭଳି ମନ୍ତବ୍ୟ ସେହି ପଦବୀ ପ୍ରତି ଅପମାନ ବୋଲି ଭାରତ କହିଛି। କଶ୍ମୀର ପ୍ରସଙ୍ଗରେ ଏପରି ମନ୍ତବ୍ୟ ଗ୍ରହଣୀୟ ନୁହେଁ। ବୋଲ୍କନ ଯାହା କହିଛନ୍ତି ତାହା ନିହାତି ଭାବରେ ଭ୍ରମାତ୍ମକ ବୋଲି ଭାରତ କହିଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ତାଙ୍କ ମନ୍ତବ୍ୟକୁ ଭାରତ ନାପସନ୍ଦ କରୁଛି। ଯେତେବେଳେ ଜଣେ ଜାତିସଂଘ ସାଧାରଣ ପରିଷଦର ସଭାପତି ଏପରି ବିଭ୍ରାନ୍ତିକର ତଥା ବିବାଦୀୟ ମନ୍ତବ୍ୟ ଦେଉଛନ୍ତି ସେତେବେଳେ ସେ ମନେ ରଖିବା ଉଚିତ କେଉଁ ପଦବୀରେ ବସିଛନ୍ତି। ଏଭଳି ମନ୍ତବ୍ୟ ବୋଲ୍କନ ବସିଥିବା ପଦବୀ ପ୍ରତି ଅସମ୍ମାନ। ଏଭଳି ଆଚରଣ ପ୍ରକୃତରେ ଦୁଃଖଦାୟକ ଏବଂ ବିଶ୍ୱ ସ୍ତରରେ ତାଙ୍କ ପଦବୀକୁ କ୍ଷତି ପହଞ୍ଚାଇଛି।

ଗୁରୁବାର ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେଶୀଙ୍କ ସହ ପ୍ରେସ କନଫରେନସ କରି ବୋଲ୍କନ ବୋଜକିର କହିଥିଲେ କଶ୍ମୀର ବିବାଦର ସମାଧାନ ପାଇଁ ରାଜନୀତିକ ଇଚ୍ଛାଶକ୍ତିର ଅଭାବ ରହିଛି। ମିଳିତ ଜାତିସଂଘ ଫୋରମରେ ଏହାକୁ ପାକିସ୍ତାନ ଦୃଢତାର ସହ ରଖିବା ଦରକାର। କଶ୍ମୀର ପ୍ରସଙ୍ଗ ପାଲେଷ୍ଟାଇନ ପ୍ରସଙ୍ଗ ସହିତ ସମାନ। ବୋଲ୍କନ ବୋଜକିରଙ୍କ ଏହି ମତ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଥିଲା। ଯାହାକୁ ବିଭିନ୍ନ ଫୋରମରେ ପାକିସ୍ତାନ ଉଠାଇ ଅନ୍ତର୍ଜାତୀୟ ସ୍ତରରେ ବେଜିତ ହୋଇସାରିଛି। ତେବେ ଯାହା ହେଉ ବୋଲ୍କନ ବୋଜକିରଙ୍କ ଏହି ମନ୍ତବ୍ୟ କଶ୍ମୀର ପ୍ରସଙ୍ଗ ଉଠାଇ ମଉଳି ଯାଇଥିବା ପାକିସ୍ତାନ ମୁହଁରେ ଚମକ ଆଣିଥିଲା।

ବୋଲ୍କନ ବୋଜକିର ହେଉଛନ୍ତି ତୁର୍କୀର ପ୍ରଥମ ବ୍ୟକ୍ତି ଯିଏକି ଜାତିସଂଘ ସାଧାରଣ ପରିଷଦର ଅଧ୍ୟକ୍ଷ ହୋଇଛନ୍ତି। ପାକିସ୍ତାନର ମିତ୍ର ରାଷ୍ଟ୍ର ହେଉଛି ତୁର୍କୀ। ମିଳିତ ଜାତିସଂଘର ସାଧାରଣ ସଭାର ସଭାପତି ହେବା ପୂର୍ବରୁ ସେ ଅଗଷ୍ଟ ୨୦୨୦ ରେ ପାକିସ୍ତାନ ଗସ୍ତ କରିଥିଲେ। ଧାରା ୩୭୦ ଉଚ୍ଛେଦକୁ ବିରୋଧ କରିଥିଲା ତୁର୍କୀ।

କଶ୍ମୀର ପ୍ରସଙ୍ଗ ଉଠାଇ ମୁହଁ ଶୁଖେଇଥିବା ପାକିସ୍ତାନ ମୁହଁରେ ଚମକ ଆଣିଲେ ୟୁଏନଜିଏ ଅଧ୍ୟକ୍ଷ

The post କଶ୍ମୀର ପ୍ରସଙ୍ଗରେ ୟୁଏନଜିଏଙ୍କ ବିବାଦୀୟ ମନ୍ତବ୍ୟ, ଭାରତ ଦେଲା ଘାଇଲା କଲା ଭଳି ଜବାବ appeared first on Odisha Reporter.



from Odisha Reporter https://ift.tt/3i1Ztxd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages