ମମତାଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 3, 2021

ମମତାଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳେ ମମତାଙ୍କୁ ଫୋନ୍ କରିଥିଲେ ନବୀନ।

୨୯୪ଟି ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ଟିଏମ୍‌ସି ୨୧୩ଟି ଆସନରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ମୋଦି-ଶାହଙ୍କ ଜୋରସୋର ପ୍ରଚାର ସତ୍ତ୍ୱେ ବିଜେପି କ୍ଷମତା ଦଖଲ କରିବାରେ ବିଫଳ ହୋଇଛି। ୨୦୧୯ ଲୋକସଭା ନିର୍ବାଚନର ବିଜେପି ଏଠାରୁ ୧୮ଟି ସିଟ୍ ଜିତିଥିଲେ ମଧ୍ୟ ଏଇ ବିଧାନସଭା ନିର୍ବାଚନରେ ସେହି ସଫଳତାକୁ ଦୋହରାଇ ପାରିନାହାନ୍ତି ଶାହା-ମୋଦି ଯୋଡ଼ି। ତେବେ ଦଳ ମମତାଙ୍କୁ ପରାସ୍ତ କରିବାରେ ସଫଳ ହୋଇଛି।

ମମତା ଏଥର ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ। ଏଠାରେ ସେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ଚ୍ୟାଲେଞ୍ଜ କରି ପ୍ରାର୍ଥୀ ହୋଇଥିଲେ। ଏଥର ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିବା ଶୁଭେନ୍ଦୁ ତୃଣମୂଳ କଂଗ୍ରେସରେ ଥିଲେ ଓ ମମତାଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଥିଲେ।

ଗତକାଲି ଗଣତି ପ୍ରାରମ୍ଭରୁ ମମତା ପଛରେ ଥିଲେ। ପରେ ଆଗୁଆ ରହିଥିଲେ। ସନ୍ଧ୍ୟା ବେଳକୁ ମମତା ଜିତିଥିବା ନେଇ ଖବର ଆସିଥିଲା। କିନ୍ତୁ ପରେ ସେ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୋଇଥିବା ନେଇ ଖବର ଆସିଥିଲା।

ଅନ୍ୟପକ୍ଷରେ ନନ୍ଦିଗ୍ରାମର ଫଳାଫଳ ବିରୋଧରେ ମମତା କୋର୍ଟ ଯିବେ ବୋଲି କହିଛନ୍ତି। ଗଣତିରେ ଗଡ଼ବଡ଼ କରାଯାଇଥିବାରୁ ସେ ହାରିଥିବା ଅଭିଯୋଗ କରିଛନ୍ତି। ପୁନଃଗଣତି ପାଇଁ ସେ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଥିଲେ। କିନ୍ତୁ ନିର୍ବାଚନ କମିଶନ ତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି ଦେବାରୁ ମମତା କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

The post ମମତାଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ appeared first on Odisha Reporter.



from Odisha Reporter https://ift.tt/3nHbcls

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages