ମୁମ୍ବାଇ: ବିବାଦ ଘେରରେ ବଲିଉଡ ଖିଲାଡିଷ୍ଟାର ଅକ୍ଷୟ କୁମାରଙ୍କ ଅପ୍କମିଂ ଫିଲ୍ମ ‘ପୃଥ୍ୱୀରାଜ’। ଫିଲ୍ମର ନାଁକୁ ନେଇ ଆପତ୍ତି ଉଠାଇଛି କରଣୀ ସେନା। ଫିଲ୍ମଟି ରାଜା ପୃଥ୍ୱୀରାଜ ଚୌହନଙ୍କ ଜୀବନ ଏବଂ ତାଙ୍କ ବିରତ୍ୱ ଉପରେ ଆଧାରିତ । ତେଣୁ ଫିଲ୍ମର ନାଁକୁ ବଦଳାଇବା ପାଇଁ ସଙ୍ଗଠନ ପକ୍ଷରୁ ଦାବି ହୋଇଛି।
କରଣୀ ସେନା ଶାଖାର ସଭାପତି ସୁରଜିତ ସିଂ କହିଛନ୍ତି, ଫିଲ୍ମଟି ରାଜା ପୃଥ୍ୱୀରାଜ ଚୌହାନଙ୍କ ଜୀବନ ଉପହରେ ଆଧାରିତ ଥିବାବେଳେ ଫିଲ୍ମର ନାଁଟିକୁ କେବଳ ‘ପୃଥ୍ୱୀରାଜ’ କିପରି ରାଖାଯାଇଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ଫିଲ୍ମର ନାଁଟିକୁ ବଦଳାଇ ତାଙ୍କ ସମ୍ପୂର୍ଣ୍ଣ ନାମରେ ରଖାଯିବା ସହ ରାଜା ପୃଥ୍ୱୀରାଜଙ୍କୁ ସମ୍ମାନ ଦିଆଯାଉ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଫିଲ୍ମ ରିଲିଜ ହେବା ପୂର୍ବରୁ ନାଁ ପରିବର୍ତ୍ତନ କରିନେବା ଉଚିତ। ଯଦି ଫିଲ୍ମ ନର୍ମାତା କରଣୀ ସେନାର ପରାମର୍ଶ ନ ମାନନ୍ତି ତେବେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ସେ ଧମକ ମଧ୍ୟ ଦେଇଛନ୍ତି।
ଏହାପୂର୍ବରୁ କରଣୀ ସେନା ଫିଲ୍ମ ‘ପଦ୍ମାବତ’କୁ ନେଇ ମଧ୍ୟ ଆପତ୍ତି ଉଠାଇଥିଲା। ଏପରିକି ଫିଲ୍ମ ସୁଟିଂ ସେଟ୍ରେ ଭଙ୍ଗାରୁଜା କରିବା ସହ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କୁ ମାରପିଟ ମଧ୍ୟ କରିଥିଲା। ପରେ ଫିଲ୍ମର ନାଁକୁ ‘ପଦ୍ମାବତୀ’ରୁ ‘ପଦ୍ମାବତ’ରେ ପରିଣତ କରାଯାଇଥିଲା।
ସୂଚନାମୁତାବକ, ୟଶ୍ ରାଜ ବ୍ୟାନରରେ ନିର୍ମିତ ଫିଲ୍ମ ‘ପୃଥ୍ୱୀରାଜ’ର ସୁଟିଂ ଚଳିତ ବର୍ଷ ଫେବ୍ରୁଆରୀରେ ସରିଛି। ନିର୍ଦ୍ଦେକ ଚନ୍ଦ୍ର ପ୍ରକାଶ ଦ୍ୱିବେଦୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍ ରୋଲ୍ରେ ଅକ୍ଷୟ କୁମାର ଥିବା ବେଳେ ତାଙ୍କ ଅପୋଜିଟ୍ରେ ପୂର୍ବତନ ବିଶ୍ୱ ସୁନ୍ଦରୀ ମାନୁଷୀ ଚିଲ୍ଲାର ଅଛନ୍ତି। ଅନ୍ୟ ପ୍ରମୁଖ ଭୂମିକାରେ ସଞ୍ଜୟ ଦତ୍ତ, ସୋନୁ ସୁଦ ଏବଂ ଆଶୁତୋଷ ରାଣା ଅଛନ୍ତି। ଆସନ୍ତା ନଭେମ୍ବର ୫ ତାରିଖରେ ଫିଲ୍ମଟି ରିଲିଜ ହେବ।
The post ବିବାଦରେ ଅକ୍ଷୟଙ୍କ ‘ପୃଥ୍ୱୀରାଜ’ appeared first on Odisha Reporter.
from Odisha Reporter https://ift.tt/3i4g3wg
No comments:
Post a Comment