ସ୍ୱାମୀଙ୍କ ସହ ରୋମାଣ୍ଟିକ ଅନ୍ଦାଜରେ ଶିଳ୍ପା, କହିଲେ- କରୋନା ପ୍ୟାର ହେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 18, 2021

ସ୍ୱାମୀଙ୍କ ସହ ରୋମାଣ୍ଟିକ ଅନ୍ଦାଜରେ ଶିଳ୍ପା, କହିଲେ- କରୋନା ପ୍ୟାର ହେ

ମୁମ୍ବାଇ: ବଲିଉଡ୍‌ର ହଟ୍ ତଥା ଫିଟ୍‌ ଡିଭା ଶିଳ୍ପା ଶେଟ୍ଟୀଙ୍କ ପୂରା ପରିବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତେ ସୁସ୍ଥ ହୋଇଆସିଲେଣି। ଶିଳ୍ପାଙ୍କ ରିପୋର୍ଟ ନେଗାଟିଭ୍ ଆସିସାରିଛି। ତଥାପି ସେ ସରକାରଙ୍କ ଗାଇଡଲାଇନ୍ ମାନି ଚଳୁଛନ୍ତି। ସେହିପରି ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ସୁସ୍ଥ ହୋଇସାରିଥିଲେ ବି ତାଙ୍କର କ୍ୱାରେଣ୍ଟାଇନ ଅବଧି ଶେଷ ହୋଇନାହିଁ। ତେଣୁ ସେ ନିଜ ରୁମ୍‌ରେ ପୃଥକ ଭାବେ ରହୁଛନ୍ତି।

ତେବେ କରୋନା ଯୋଗୁ ବେଶ୍ କିଛି ଦିନ ହେବ ସ୍ୱାମୀ ଓ ପିଲାଙ୍କଠାରୁ ଦୂରେଇ ରହୁଥିବା ଶିଳ୍ପା ସ୍ୱାମୀ ରାଜଙ୍କ ସହ ଏକ ରୋମାଣ୍ଟିକ ଫଟୋ ଶେଆର କରିଛନ୍ତି।

ଏହି ଫଟୋରେ ହୋମ କ୍ଵାରେଣ୍ଟାଇନରେ ଥିବା ରାଜ୍‌ ପତ୍ନୀ ଶିଳ୍ପାଙ୍କ ସହ ବେଶ୍‌ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି। ହେଲେ ସେମାନଙ୍କ ମଧ୍ୟରେ ରହିଛି ଏକ ବଡ଼ କାଚର କାନ୍ଥ।

ଶିଳ୍ପା ମାସ୍କ ପିନ୍ଧିଥିବା ବେଳେ ରାଜ୍‌ କିନ୍ତୁ କୌଣସି ମାସ୍କ ପିନ୍ଧିନାହାନ୍ତି। ଏହି ଫଟୋ ପୋଷ୍ଟ କରି ଶିଳ୍ପା ‘କରୋନା ପ୍ୟାର ହେ’ ବୋଲି  ଲେଖିଛନ୍ତି। ‘କହୋ ନା ପ୍ୟାର ହେ’ ବଦଳରେ ସେ ଟିକେ ଟ୍ୱିଷ୍ଟ କରି ଏଭଳି ଲେଖିଛନ୍ତି।

ଫ୍ୟାନ୍ସଙ୍କୁ ରାଜଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ଶିଳ୍ପା କହିଛନ୍ତି ଯେ ତାଙ୍କ କ୍ଵାରେଣ୍ଟାଇନ ପିରିୟଡ ଶେଷ ହେବାକୁ ଯାଉଛି।  ଏଥିସହ ଏପରି କଠିନ ସମୟରେ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ପ୍ରାର୍ଥନା କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଶିଳ୍ପାଙ୍କ ସହିତ ତାଙ୍କ ସ୍ୱାମୀ, ଶାଶୂ-ଶ୍ୱଶୁର, ଦୁଇ ଛୁଆ, ତାଙ୍କ ମା’ ଓ ଭଉଣୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏମିତିକି ତାଙ୍କ ଘରର ଦୁଇ ଜଣ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ ଏବେ ସମସ୍ତେ ସୁସ୍ଥ ହୋଇଆସିଲେଣି।

ପୂର୍ବରୁ ଶିଳ୍ପା ସୋଶାଲ୍ ମିଡିଆରେ ତାଙ୍କ ପୂରା ପରିବାର କରୋନାରେ ଆକ୍ରାନ୍ତ ହୋଇଥିବା କଥା କହି ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରିବାକୁ ଅନୁରୋଧ କରିଥିଲେ।

The post ସ୍ୱାମୀଙ୍କ ସହ ରୋମାଣ୍ଟିକ ଅନ୍ଦାଜରେ ଶିଳ୍ପା, କହିଲେ- କରୋନା ପ୍ୟାର ହେ appeared first on Odisha Reporter.



from Odisha Reporter https://ift.tt/3fuCecj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages