ଏକାଠି ଜନ୍ମ ହୋଇଥିଲେ, ଏକାଠି ପାଠପଢ଼ିଲେ ଓ ଶେଷରେ ଏକାଠି କରୋନାରେ ଚାଲିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 18, 2021

ଏକାଠି ଜନ୍ମ ହୋଇଥିଲେ, ଏକାଠି ପାଠପଢ଼ିଲେ ଓ ଶେଷରେ ଏକାଠି କରୋନାରେ ଚାଲିଗଲେ

ମୀରଟ: ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ୨୪ତମ ଜନ୍ମ ଦିନର ଗୋଟିଏ ଦିନ ପରେ ଯମଜ ଭ୍ରାତା କରୋନାରେ ଆକ୍ରାନ୍ତ ହେଲେ। ଭାଇରସ ସହ ପ୍ରାୟ ୨୦ ଦିନ ଲଢ଼େଇ କରିବା ପରେ ଉଭୟ ଏକାଠି ପ୍ରାଣ ହରାଇଛନ୍ତି। ଜଣେ ଭାଇର ମୃତ୍ୟୁର କିଛି ଘଣ୍ଟା ପରେ ଆଉ ଗୋଟିଏ ଭାଇ ପ୍ରାଣ ହରାଇବା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ଉଭୟ ଦେଖିବାକୁ ଏକାଭଳି। ପିଲାଟି ବେଳୁ ଉଭୟ ସମାନ କାମ କରନ୍ତି। ଏକାଠି ସମାନ ପାଠ ପଢ଼ିଥିଲେ। ଜଣଙ୍କ ଦେହ ଖରାପ ହେଲା ଆଉ ଜଣେ ଔଷଧ ମଧ୍ୟ ଖାଆନ୍ତି। ଶେଷରେ କରୋନା ମଧ୍ୟ ସମାନ ସମୟରେ ଉଭୟଙ୍କୁ ଆଟାକ କଲା। ଶେଷରେ ଭାଇରସ ଏକାସଙ୍ଗରେ ଦୁଇ ଭାଇଙ୍କ ଜୀବନ ମଧ୍ୟ ନେଇଗଲା। ଉତ୍ତର ପ୍ରଦେଶର ମୀରଟର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ରହୁଥିବା ଗୋଟିଏ ପରିବାର ସହ ଏମିତି ଘଟଣା ଘଟିଛି।

ଗ୍ରୋଗରି ରେୟମଣ୍ଡ ରାଫେଲଙ୍କ ଦୁଇ ପୁଅ ୧୯୯୭ ମସିହା ଏପ୍ରିଲ ୨୩ରେ ଜନ୍ମ ଗ୍ରହଣ କରିଥିଲେ। ଯମଜ ସନ୍ତାନଙ୍କୁ ଜନ୍ମ ଦେଇଥିଲେ ମଧ୍ୟ ମା’ ସରୋଜ ବେଶ ସୁସ୍ଥ ରହିଥିଲେ। ଏକାଥରେ ଦୁଇଟି ସନ୍ତାନର ଜନକ ହୋଇ ଖୁସିରେ ଆତ୍ମବିଭୋର ହୋଇ ଉଠିଥିଲେ ବାପା ମା’।

ଗୋଟିଏ ପୁଅ ନାଁ ଜୋଫ୍ରେଡ ଭରଗୀଜ୍‌ ଗ୍ରୋଗରି ଓ ଆଉ ଗୋଟିଏ ପୁଅ ନାଁ ରାଲଫ୍ରେଡ ଜର୍ଜ ଗ୍ରୋଗରି ରଖାଯାଇଥିଲା। ଉଭୟ କମ୍ପ୍ୟୁଟର ଇଞ୍ଜିନିୟରିଂ ପଢ଼ିବା ସହ ହାଇଦ୍ରାବାଦରେ ଏକାଠି ଚାକିରି କରିଥିଲେ। ଉଭୟ ଏପ୍ରିଲ ୨୪ରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ ସେମାନଙ୍କର ୨୪ତମ ଜନ୍ମ ଦିନ ଥିଲା। କରୋନା ଉଭୟ ପ୍ରଥମେ ଘରେ ରହି ଚିକିତ୍ସିତ ହେଉଥିଲେ। କିନ୍ତୁ ସେମାନଙ୍କ ଅକ୍ସିଜେନ ସ୍ତର ୯୦କୁ ହ୍ରାସ ପାଇବାରୁ ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶକ୍ରମେ ମେ‘୧ ତାରିଖରେ ଗୋଟିଏ ଘରୋଇ ହସ୍ପିଟାଲରେ ଆଡମିଟ୍‌ କରିଥିଲେ।

ଦୀର୍ଘ ୧୩ ଦିନ କାଳ ହସ୍ପିଟାଲରେ କରୋନା ସହ ଲଢ଼େଇ କରିବା ପରେ ମେ’ ୧୩ ରାତିରେ ପ୍ରଥମେ ଗୋଟିଏ ଭାଇର ମୃତ୍ୟୁ ହୋଇଥିଲା। ଏହାର କିଛି ଘଣ୍ଟା ପରେ ଆଉ ଗୋଟିଏ ଭାଇ ମଧ୍ୟ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ।

ବାପା ରାଫେଲ ଭଲ ଭାବେ ଜାଣିଥିଲେ ଯେ ଯଦି ତାଙ୍କର ଗୋଟିଏ ପୁଅ କରୋନାକୁ ମାତ ଦେଇପାରିବ, ତା’ହେଲେ ଦୁଇ ପୁଅ ସୁସ୍ଥ ହୋଇ ଘରକୁ ଫେରିବେ। ସେ କହିଛନ୍ତି, “ମୋର ଗୋଟିଏ ପୁଅକୁ ଯାହା ହୁଏ, ଆଉ ଗୋଟିଏ ପୁଅକୁ ସେଇଆ ହୁଏ। ଜନ୍ମରୁ ଉଭୟଙ୍କ କ୍ଷେତ୍ରରେ ସବୁ କିଛି ସମାନ ଘଟେ।

ଜୋଫ୍ରେଡର ମୃତ୍ୟୁ ଖବର ମିଳିବା ପରେ ମୁଁ ମୋ ପତ୍ନୀଙ୍କୁ କହିଥିଲି ଯେ ରାଲଫ୍ରେଡ୍‌ କେବେ ବି ଏକାକୀ ଘରକୁ ଫେରିବ ନାହିଁ। ଶେଷରେ ସେଇଆ ହେଲା, ଆଉ ମେ’ ୧୩ ରାତି ଓ ୧୪ ସକାଳୁ ଉଭୟ କରୋନାରେ ଆମକୁ ଛାଡ଼ି ଚାଲିଗଲେ।”

The post ଏକାଠି ଜନ୍ମ ହୋଇଥିଲେ, ଏକାଠି ପାଠପଢ଼ିଲେ ଓ ଶେଷରେ ଏକାଠି କରୋନାରେ ଚାଲିଗଲେ appeared first on Odisha Reporter.



from Odisha Reporter https://ift.tt/2S5hi3j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages