ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ତଉକତେ ଗୁଜରାଟ ଠାରୁ ଆରମ୍ଭ କରି ମୁମ୍ବାଇ ଯାଏ ତାଣ୍ଡବ ରଚିଥିବା ବେଳେ ଏଥିରେ ପ୍ରାୟ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ପାଣିପାଗ ବିଭାଗର ଆକଳନ ସଠିକ୍ ହେବାରୁ ସଂପୃକ୍ତ ରାଜ୍ୟର ସରକାରମାନେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାରେ ସକ୍ଷମ ହୋଇଥିଲେ। ତେବେ ବାତ୍ୟା ତଉକତେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ତାଣ୍ଡବ ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ଆଉ ଏକ ଲଘୁଚାପ ଦାନ ବାନ୍ଧିବାର ସଙ୍କେତ ମିଳିଛି।
ପୂର୍ବରୁ ଆରବ ସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ତଉକତେର ରୂପ ନେଇଥିଲା। ତେଣୁ ଏହା ଗୁଜରାଟ ଆଡ଼େ ମୁହାଁଇଥିଲା। ଏବେ ସୃଷ୍ଟି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହା କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ।
ବଙ୍ଗୋପସାଗର ଲଘୁଚାପ ସୃଷ୍ଟି ହେଉଥିବାରୁ ଓଡ଼ିଶା ପ୍ରତି ମଧ୍ୟ ବିପଦର ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ ବଙ୍ଗୋଗସାଗରରେ ସୃଷ୍ଟି ହେଉଥିବା ବାତ୍ୟାର ପ୍ରଭାବ ଓଡ଼ିଶା, ପଶ୍ଚିମବଙ୍ଗ କିମ୍ବା ଆନ୍ଧ୍ର ପ୍ରଦେଶ ଉପରେ ହିଁ ପଡ଼ିଥାଏ। ତେଣୁ ଏଥର ବାତ୍ୟା କେଉଁ ରାଜ୍ୟ ଉପରେ ପ୍ରଭାବ ପକାଉଛି, ତାହା ୨୩ ତାରିଖ ପରେ ଜଣାପଡ଼ିବ।
Hearty Congrats to @Indiametdept for a perfect forecast of Tauktae, its track & landfall location, time & intensity
Very proud of @Indiametdept ably supported by @iitmpune @ncmrwfmoes & @ESSO_INCOIS
Early indication of another system over Bay of Bengal around 23 May! Watch. pic.twitter.com/Hoo8n1f5JR
— Madhavan Rajeevan (@rajeevan61) May 18, 2021
ଭାରତ ସରକାରଙ୍କ ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ମାଧବନ ରାଜୀବନ ଆଜି ଟ୍ୱିଟ କରି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତୀୟ ପାଣିପାଗ ବିଭାଗ ସାମୁଦ୍ରିକ ଝଡ଼ ତାଉକତେକୁ ଠିକ୍ ଭାବେ ଟ୍ରାକ୍ କରିଥିଲା।
ଏଥିସହ ଲ୍ୟାଣ୍ଡଫଲର ସ୍ଥାନ ଓ ସମୟ ସମ୍ପର୍କରେ ଠିକ୍ ଆକଳନ କରିଥିଲା। ଏଥିପାଇଁ ମୁଁ ଭାରତୀୟ ପାଣିପାଗ ବିଭାଗକୁ ଶୁଭେଚ୍ଛା ଜଣାଉଛି। ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଅନ୍ୟପକ୍ଷରେ ଏବେ ମିଳିଥିବା ସଙ୍କେତ ଅନୁଯାୟୀ, ଆସନ୍ତା ୨୩ ତାରିଖରେ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସଙ୍କେତ ମିଳିଛି ବୋଲି ସେ କହିଛନ୍ତି।
୨୩ରେ ଲଘୁଚାପ ସୃଷ୍ଟି ହେଲେ ୨୬ କିମ୍ବା ୨୭ ତାରିଖ ସୁଦ୍ଧା ଏହା ଘନୀଭୂତ ହେବ। ଏହାପରେ ଏହା ବାତ୍ୟାର ରୂପ ନେବ କି ନାହିଁ, ତାହା ଜଣାପଡ଼ିବ। ପାଣିପାଗ ବିଶେଷଜ୍ଞଙ୍କ ମତରେ ୨୩ ତାରିଖରେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ଏ ସମ୍ପର୍କରେ ବିସ୍ତୃତ ସୂଚନା ମିଳିବ। ତା’ ପୂର୍ବରୁ ଆକଳନ କରିବା ସମ୍ଭବ ନୁହେଁ କିମ୍ବା ଏହା ବାତ୍ୟାରେ ପରିଣତ ହେବ କି ନାହିଁ, ତାହା କହିବା ଭୁଲ ହେବ।
The post ୨୩ରେ ବଙ୍ଗୋପସାଗରରେ ଲଘୁଚାପ! ନେଇପାରେ ବାତ୍ୟାର ରୂପ appeared first on Odisha Reporter.
from Odisha Reporter https://ift.tt/3orqHyp
No comments:
Post a Comment