ଅଲପନଙ୍କୁ ଦିଲ୍ଲୀ ପଠାଇପାରିବୁନି, ପ୍ରଧାନମନ୍ତ୍ରୀଙ୍କୁ କହିଲେ ମମତା ବାନାର୍ଜୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 30, 2021

ଅଲପନଙ୍କୁ ଦିଲ୍ଲୀ ପଠାଇପାରିବୁନି, ପ୍ରଧାନମନ୍ତ୍ରୀଙ୍କୁ କହିଲେ ମମତା ବାନାର୍ଜୀ

କୋଲକାତା: ଯାହା ଆକଳନ କରାଯାଉଥିଲା ତାହା ହେଲା। ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ ବୋନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ଛାଡ଼ିବାକୁ ନାରାଜ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏବେ ସେ ଅଲପନଙ୍କୁ ଦାୟିତ୍ୱରୁ ମୁକ୍ତ କରିପାରିବେନି। ତେଣୁ କେନ୍ଦ୍ର ସରକାର ତାଙ୍କ ବଦଳି ଆଦେଶର ପୁନର୍ବିଚାର କରନ୍ତୁ ବୋଲି ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ଆଜି ଶାସନ ସଚିବ ଅଲପନଙ୍କୁ ଦିଲ୍ଲୀରେ ସକାଳ ଦଶଟା ସୁଦ୍ଧା ପର୍ସନାଲ ଏବଂ ଟ୍ରେନିଂ ବିଭାଗରେ ରିପୋର୍ଟ କରିବାକୁ କହିଥିଲା ଗୃହ ମନ୍ତ୍ରାଳୟ।

ମମତା ବାନାର୍ଜୀ ମୋଦିଙ୍କୁ ଚିଠି ଲେଖି କହିଛନ୍ତି, ଆପଣ କିଛି ଦିନ ପୂର୍ବରୁ ଅଲପନଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏବେ ହଠାତ୍ ତାଙ୍କୁ ଦିଲ୍ଲୀ ଡକାଯାଇଛି। ହେଲେ ଦିଲ୍ଲୀ ଡାକିବାର କୌଣସି କାରଣ ଉଲ୍ଲେଖ କରାଯାଇ ନାହିଁ। କେବଳ ଏତିକି ନୁହେଁ, ମମତା ବାନାର୍ଜୀ ତାଙ୍କ ଚିଠିରେ ପଚାରିଛନ୍ତି ଯେ ମେ ୨୮ରେ କାଲାଇକୁଣ୍ଡାରେ ଅନୁଷ୍ଠିତ ବୈଠକ ସହିତ ଏହି ନିଷ୍ପତ୍ତିର କିଛି ସମ୍ପର୍କ ଅଛି କି? ମମତା ବାନାର୍ଜୀ କହିଛନ୍ତି ଯେ ମୁଁ ଆଶା କରୁଛି ଯେ କାଲାଇକୁଣ୍ଡା ବୈଠକ ସହିତ ଏହାର କୌଣସି ସମ୍ପର୍କ ନାହିଁ। ଯଦି ଏହିପରି କିଛି ଅଛି ତେବେ ଏହା ଦୁର୍ଭାଗ୍ୟଜନକ।

ମମତା ବାନାର୍ଜୀ ତାଙ୍କ ଚିଠିରେ ଲେଖିଛନ୍ତି ଯେ ଏହି ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ସରକାର ରାଜ୍ୟ ସହିତ ପରାମର୍ଶ କରି ନାହାନ୍ତି। ଏହା ଏକ ସମ୍ପୂର୍ଣ୍ଣ ଏକପାଖିଆ ଏବଂ ଅପ୍ରତ୍ୟାଶିତ ନିଷ୍ପତ୍ତି। ଗୋଟିଏ ପଟେ କରୋନା ସଙ୍କଟ ଏବଂ ଅନ୍ୟ ପଟେ ୟାସ ଘୂର୍ଣ୍ଣିବଳୟ ଯୋଗୁଁ ପଶ୍ଚିମବଙ୍ଗ ପାଇଁ ଏହା ଏକ କଷ୍ଟକର ସମୟ। ଏଭଳି ପରିସ୍ଥିତିରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳରେ ତିନିମାସ ବୃଦ୍ଧି ହେବାର ଏକ ନିଷ୍ପତ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ପାରସ୍ପରିକ ପରାମର୍ଶ ପରେ ହିଁ ନିଆଯାଇଛି। ଅନ୍ୟପଟେ କେନ୍ଦ୍ର ସରକାର ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।

The post ଅଲପନଙ୍କୁ ଦିଲ୍ଲୀ ପଠାଇପାରିବୁନି, ପ୍ରଧାନମନ୍ତ୍ରୀଙ୍କୁ କହିଲେ ମମତା ବାନାର୍ଜୀ appeared first on Odisha Reporter.



from Odisha Reporter https://ift.tt/2SM0LSA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages