ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି ସରକାର। ମେ’ ୫ ତାରିଖ ଅର୍ଥାତ୍ ଆସନ୍ତାକାଲି ଠାରୁ ମେ’ ୩୧ ତାରିଖ ଯାଏ ଗ୍ରୀଷ୍ମଛୁଟି ଘୋଷଣା କରାଯାଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି।
ଖରାଛୁଟି ନେଇ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଚିଠି କରାଯାଇଛି। ତା’ସହିତ ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ପ୍ରିନ୍ସପାଲ ମାନଙ୍କୁ ମଧ୍ୟ ଏନେଇ ଚିଠି କରାଯାଇଛି।
ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏହି ଚିଠି ଜାରି କରିଥିବା ବେଳେ ଏଥିରେ ଖରାଛୁଟି ସମୟରେ ଅନ୍ଲାଇନ୍ କ୍ଲାସ୍ ଅବା ପରୀକ୍ଷା କରାଯିବାକୁ ସ୍ପଷ୍ଟ ଭାବେ ବାରଣ କରାଯାଇଛି। ତେବେ ପିଏଚ୍ଡି ଓ ଅନ୍ୟ ରିସର୍ଚ୍ଚ ସ୍କୋଲାରଙ୍କ ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସାକ୍ଷାତକାର ଗୁଡ଼ିକୁ କରାଯାଇପାରିବ। ତା’ସହିତ ଖରାଛୁଟିରେ ଶିକ୍ଷାନୁଷ୍ଠାନ ଗୁଡ଼ିକର ଅଫିସ୍ କାର୍ଯ୍ୟ ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ଉଚ୍ଚଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ଯୋଗୁ ଆସନ୍ତାକାଲି ଠାରୁ ଲକ୍ଡାଉନ୍ ଆରମ୍ଭ ହେଉଛି। ଏହା ମେ’ ୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।
The post କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ ଖରାଛୁଟି ଘୋଷଣା: ଅନ୍ଲାଇନ୍ କ୍ଲାସ୍ ଓ ପରୀକ୍ଷା ମନା appeared first on Odisha Reporter.
from Odisha Reporter https://ift.tt/3nM0oCX
No comments:
Post a Comment