ଆଉ ୭୦ ଲକ୍ଷ ଲୋକଙ୍କ ଚାକିରି ନେଲା କରୋନାର ଦ୍ୱିତୀୟ ଲହର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 4, 2021

ଆଉ ୭୦ ଲକ୍ଷ ଲୋକଙ୍କ ଚାକିରି ନେଲା କରୋନାର ଦ୍ୱିତୀୟ ଲହର!

ନୂଆଦିଲ୍ଲୀ: ଭାରତର ବେକାରୀ ସମସ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। କରୋନାର ପ୍ରଥମ ଲହରକୁ ରୋକିବା ପାଇଁ ଜାରି ଲକଡାଉନ ଅନେକଙ୍କୁ ବେକାର ସଜାଇଥିବା ବେଳେ ଏବେ ଦ୍ୱିତୀୟ ଲହର ସମାନ ସ୍ଥିତି ସୃଷ୍ଟି କରିଛି। ଭାରତର ବେକାରୀ ହାର ଏପ୍ରିଲ ମାସରେ ରେକର୍ଡ ପ୍ରାୟ ୮%ରେ ପହଞ୍ଚି ଯାଇଛି। ଏହା ୪ ମାସ ମଧ୍ୟରେ ସର୍ବାଧିକ। ବିଭିନ୍ନ ରାଜ୍ୟରେ ସରକାରମାନେ ଲକଡାଉନ ଓ କଟକଣା ଲାଗୁ କରିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ମାର୍ଚ୍ଚ ମାସରେ ଦେଶର ବେକାରୀ ହାର ୬.୫% ଥିବା ବେଳେ ଏପ୍ରିଲ ଶେଷ ବେଳକୁ ଏହା ୭.୯୭%ରେ ପହଞ୍ଚି ଯାଇଛି। ଏହାର ଅର୍ଥ ଗୋଟିଏ ମାସରେ ୭୦ ଲକ୍ଷରୁ ଅଧିକ ଲୋକ ନିଯୁକ୍ତି ହରାଇଛନ୍ତି। ବେସରକାରୀ ସଂସ୍ଥା Centre for Monitoring Indian Economy Pvt(ସିଏମଆଇଇ) ପକ୍ଷରୁ ଏଭଳି ତଥ୍ୟ ଦିଆଯାଇଛି।

ସିଏମଆଇଇର ଏମଡି ମହେଶ ବ୍ୟାସ କହିଛନ୍ତି, “ବର୍ତ୍ତମାନ ନିଯୁକ୍ତି ସୁଯୋଗ ସୃଷ୍ଟିରେ ହ୍ରାସ ଘଟିଛି। ଲକଡାଉନ ଓ ବିଭିନ୍ନ ପ୍ରକାରର କଟକଣା ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ଏବେ କରୋନା ଭାଇରସର କରାଳ ରୂପ ଜାରି ରହିଛି । ସମସ୍ତଙ୍କର ଫୋକସ ମେଡିକାଲ-ସର୍ଭିସ ଫ୍ରଣ୍ଟ ଉପରେ ରହିଛି। ତେଣୁ ମେ’ ମାସରେ ମଧ୍ୟ ବେକାରୀ ସମସ୍ୟା ଏଭଳି ଜାରି ରହିବ ବୋଲି ସେ ଆକଳନ କରିଛନ୍ତି।

୨୦୨୦ ମାର୍ଚ୍ଚ ମାସରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଲଡଡାଉନ ଲାଗୁ କରିଥିଲେ। ଏହି କାରଣରୁ ଲକ୍ଷଲକ୍ଷ ଲୋକ କାମ ହରାଇଥିଲେ। ଦେଶର ଅର୍ଥନୀତି ମଧ୍ୟ ଭୁଶୁଡ଼ି ପଡ଼ିଥିଲା। ତେବେ ସେପ୍ଟେମ୍ବର ମାସ ପରେ ଏଥିରେ ଧୀରେଧୀରେ ସୁଧାର ଆସିଥିଲା। କିନ୍ତୁ କରୋନାର ଦ୍ୱିତୀୟ ଲହର ସବୁ କିଛି ବିଗାଡ଼ି ଦେଇଛି। ଏବେ ଦେଶବ୍ୟାପୀ ଲକଡାଉନ କେନ୍ଦ୍ର ସରକାର ଘୋଷଣା କରିନାହାନ୍ତି। କିନ୍ତୁ ରାଜ୍ୟ ସରକାରମାନେ ଲକଡାଉନ ଓ ଶଟଡାଉନ ଲାଗୁ କରି ସମାନ ସ୍ଥିତି ସୃଷ୍ଟି କରିଛନ୍ତି।

The post ଆଉ ୭୦ ଲକ୍ଷ ଲୋକଙ୍କ ଚାକିରି ନେଲା କରୋନାର ଦ୍ୱିତୀୟ ଲହର! appeared first on Odisha Reporter.



from Odisha Reporter https://ift.tt/3egsiDV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages