ପଦ୍ମପୁର (ସୋମେଶ ଚନ୍ଦ୍ର ମହାନ୍ତି): ବରଗଡ଼ ଜିଲ୍ଲା ପଦ୍ମପୁର ସବ୍ଜେଲ୍ରୁ ୮୩ ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ତହସିଲ କୁମାର ସାହୁ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଗତକାଲି ପଦ୍ମପୁର ସବ୍ଜେଲର ୧୨୪ ଜଣ କଏଦୀ ଏବଂ ୮ ଜଣ ଜେଲ୍ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୮୩ ଜଣ କଏଦୀଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। କରୋନା ଆକ୍ରାନ୍ତ ଏହି କଏଦୀଙ୍କ ମଧ୍ୟରୁ ୫ ଜଣଙ୍କୁ କୋଭିଡ୍ କେୟାର ସେଣ୍ଟରରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅକ୍ସିଜେନ୍ ଦିଆଯାଇଥିଲା। ତେବେ ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି।
ରାଜ୍ୟର ଆଉ କିଛି ଜେଲରେ ଥିବା କଏଦୀମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଥିବା ଝାରପଡ଼ା ଜେଲ୍ରେ କଏଦୀ ଓ ଷ୍ଟାଫଙ୍କୁ ମିଶାଇ ମୋଟ ୯୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଗତକାଲି ସୂଚନା ମିଳିଥିଲା। ମୋଟ ୧୯୫ ଜଣଙ୍କର ନମୂନା ପରୀକ୍ଷା କରାଯାଇଥିବା ବେଳେ ୯୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ସେମାନଙ୍କ ମଧ୍ୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଭାବି ସମୁଦି ତଥା ପୂର୍ବତନ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ମଧ୍ୟ ଅଛନ୍ତି।
ମୟୂରଭଞ୍ଜ ଜିଲ୍ଲା ଉଦଳା ସବ୍ଜେଲ୍ରୁ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଓ ସେମାନଙ୍କୁ ଆଇସୋଲେସନ୍ରେ ରଖି ଚିକିତ୍ସା କରାଯାଉଛି।
The post ପଦ୍ମପୁର ସବ୍ଜେଲର ୮୩ କଏଦୀ କରୋନାରେ ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/346fdHj
No comments:
Post a Comment