ହୁ’ ତାଲିକାରେ ନାହିଁ କୋଭାକ୍ସିନ ଟିକା, ବିଦେଶ ଯାତ୍ରା ବେଳେ ହଇରାଣ ହେବେ ଭାରତୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 22, 2021

ହୁ’ ତାଲିକାରେ ନାହିଁ କୋଭାକ୍ସିନ ଟିକା, ବିଦେଶ ଯାତ୍ରା ବେଳେ ହଇରାଣ ହେବେ ଭାରତୀୟ

ବେଙ୍ଗାଲୁରୁ: ଏକାଧିକ ଦେଶ ଏବେ ବିଦେଶ ଯାତ୍ରା ଉପରେ ଲାଗିଥିବା କଟକଣାକୁ ହଟାଇବା ଆରମ୍ଭ କରିଛନ୍ତି। କରୋନା ଟିକାର ଉଭୟ ଡୋଜ୍‌ ନେଇଥିବା ଲୋକଙ୍କୁ ହିଁ ବିଭିନ୍ନ ରାଷ୍ଟ୍ର ନିଜ ଦେଶରେ ପ୍ରବେଶ ପାଇଁ ଅନୁମତି ଦେବେ ବୋଲି ଘୋଷଣା କରିଛନ୍ତି। ତେବେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନର ଡବଲ ଡୋଜ୍‌ ନେଇଥିବା ଭାରତୀୟଙ୍କୁ ବିଦେଶ ଯିବାକୁ ଅନୁମତି ମିଳି ନପାରେ।

ଭାରତୀୟମାନେ କୋଭାକ୍ସିନ ଟିକାର ଡବଲ ଡୋଜ୍‌ ନେଇଥିଲେ ମଧ୍ୟ ସେମାନଙ୍କୁ ସଂପୃକ୍ତ ରାଷ୍ଟ୍ରରେ ପ୍ରବେଶ ପାଇଁ ଅନୁମତି ମିଳିବନି। କାରଣ ଏକାଧିକ ରାଷ୍ଟ୍ର କେବଳ ସେହି ଟିକାର ଡବଲ ଡୋଜ୍‌ ନେଇଥିବା ଲୋକଙ୍କୁ ନିଜର ଦେଶରେ ପ୍ରବେଶ ପାଇଁ ଅନୁମତି ଦେବେ, ଯେଉଁ ଗୁଡ଼ିକ ସେମାନଙ୍କ ଦେଶର ଅନୁମୋଦନକାରୀ ସଂସ୍ଥା କିମ୍ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ କାଳୀନ ବ୍ୟବହାର ତାଲିକା(ଇୟୁଏଲ)ରେ ସ୍ଥାନ ପାଇଥିବ।

ବର୍ତ୍ତମାନ ସୁଦ୍ଧା ଇୟୁଏଲରେ କୋଭିସିଲ୍ଡ, ମର୍ଡେନା, ଫାଇଜର, ଆଷ୍ଟ୍ରାଜେନେକା(ଦୁଇ), ଜାନସେନ ଓ ସିନୋଫାର୍ମ ଭଳି କରୋନା ଟିକା ରହିଛନ୍ତି। ଭାରତ ବାୟୋଟେକର କୋଭାକ୍ସିନ ଏହି ତାଲିକାରେ ସ୍ଥାନ ପାଇନାହିଁ। କେବଳ ଭାରତରେ କୋଭାକ୍ସିନର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମଳିଛି।

ଏହି ଟିକାକୁ ବିଦେଶୀ ରାଷ୍ଟ୍ରଗୁଡ଼ିକ ଗ୍ରହଣ କରି ନପାରନ୍ତି। ତେଣୁ ସେମାନେ ନିଜ ଦେଶରେ ଏହି ଟିକାର ଡବଲ ଡୋଜ୍‌ ନେଇଥିବା ଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଇ ପାରନ୍ତି। ନିକଟରେ ହୁ’ର ତାଲିକାରେ ସ୍ଥାନ ପାଇବାକୁ ଭାରତ ବାୟୋଟେକ ଆବେଦନ କରିଥିଲା।

ହେଲେ ଏହାକୁ ତାଲିକାରେ ସାମିଲ କରିବା ପୂର୍ବରୁ ହୁ’ କମ୍ପାନୀକୁ ଆଉ କିଛି ତଥ୍ୟ ମାଗିଛି। ମେ’-ଜୁନ୍‌ରେ ଦସ୍ତାବିଜ୍‌ ଦାଖଲ ପାଇଁ ବୈଠକ କରିବାକୁ ମଧ୍ୟ ହୁ’ କହିଛି। ଏହାପରେ ଏହାକୁ ହୁ’ର ବିଭିନ୍ନ ବିଭାଗ ସମୀକ୍ଷା କରିବେ। ଏଥିପାଇଁ ବହୁତ ସମୟ ଲାଗିବ ବୋଲି କୁହାଯାଉଛି।

ହୁ’ ଯେଉଁ ପର୍ଯ୍ୟନ୍ତ କୋଭାକ୍ସିନକୁ ମାନ୍ୟତା ଦେଇନି, ସେଯାଏ ଏହାର ଡବଲ ଡୋଜ୍‌ ନେଇଥିବା ଲୋକଙ୍କୁ ବିଦେଶୀ ରାଷ୍ଟ୍ରଗୁଡ଼ିକ ଟିକା ନେଇ ନଥିବା ବ୍ୟକ୍ତି ଭାବେ ବିବେଚନା କରିବେ। ତେଣୁ ସେମାନଙ୍କୁ ନିଜ ଦେଶରେ ପ୍ରବେଶ କରିବାକୁ ଅନୁମତି ମଧ୍ୟ ଦେବେନାହିଁ।

The post ହୁ’ ତାଲିକାରେ ନାହିଁ କୋଭାକ୍ସିନ ଟିକା, ବିଦେଶ ଯାତ୍ରା ବେଳେ ହଇରାଣ ହେବେ ଭାରତୀୟ appeared first on Odisha Reporter.



from Odisha Reporter https://ift.tt/3wrskyQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages