ଫସିଯିବ ବେଜିଂ! ୯୦ ଦିନରେ କରୋନାର ଉତ୍ପତ୍ତି ରିପୋର୍ଟ ଦେବାକୁ ବାଇଡେନଙ୍କ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 26, 2021

ଫସିଯିବ ବେଜିଂ! ୯୦ ଦିନରେ କରୋନାର ଉତ୍ପତ୍ତି ରିପୋର୍ଟ ଦେବାକୁ ବାଇଡେନଙ୍କ ନିର୍ଦ୍ଦେଶ

ଓ୍ୱାଶିଂଟନ:  ଆମେରିକାରେ ସରକାର ବଦଳିଲେ କୋଭିଡର ଉତ୍ପତ୍ତିକୁ ନେଇ ଯେଉଁ ଅନ୍ତର୍ଜାତୀୟ ଚାପ ରହିଛି ତାହା କମିଯିବ ବୋଲି ବେଜିଂ ଭାବିଥିଲା। ସେଥିପାଇଁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପରେ ପରେ ସଙ୍ଗେସଙ୍ଗେ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍। କାରଣ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହିଁ କରୋନାକୁ ନେଇ ଚାଇନା ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଥିଲେ। ନିକଟରେ କିନ୍ତୁ ଆମେରିକାର ଗୁଇନ୍ଦା କରୋନାର ଉତ୍ପତ୍ତିକୁ ନେଇ ଦେଇଥିବା ରିପୋର୍ଟ ସମସ୍ତଙ୍କୁ ଚମକାଇଛି। ଯାହାକି ପ୍ରମାଣିତ କରୁଛି ଚାଲବାଜ ଚାଇନା ସତ ଲୁଚାଇବାକୁ ଯାଇ ଅନେକ କିଛି କରିଛି।

ଏବେ କିନ୍ତୁ ବର୍ତ୍ତମାନ ବାଇଡେନ୍ ସରକାର କରୋନାର ଉତ୍ପତ୍ତି ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆମେରିକାର ଗୁପ୍ତଚର ବିଭାଗ ଏହା ଉପରେ ତଥ୍ୟ ସଂଗ୍ରହ କରି ସମସ୍ତ ତଥ୍ୟ ପଦାକୁ ଆଣିବାକୁ ଚେଷ୍ଟା କରୁଛି। ଆମେରିକା ରାଷ୍ଟ୍ରପତି ଠୋସ୍ ପ୍ରମାଣ ପାଇଁ ୯୦ ଦିନର ଅବଧି ସ୍ଥିର କରିଛନ୍ତି। ଏହା ସହିତ ତଦନ୍ତ ବେଳେ ଚାଇନାକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କହିଛି ଆମେରିକା। ହେଲେ ଚାଇନାର ଉହାନ ଭିରୋଲୋଜି ଇନଷ୍ଟିଚ୍ୟୁଟରୁ କୋଭିଡ ସଂକ୍ରମଣ ବ୍ୟାପିଥିବା ନେଇ ଅଭିଯୋଗର ନିରପେକ୍ଷ ତଦନ୍ତକୁ ନେଇ କୌଣସି ମତ ରଖିନି ଡ୍ରାଗନ।

ବାଇଡେନ କହିଛନ୍ତି ଯେ ଆମେରିକାର ଗୁଇନ୍ଦା ସଂସ୍ଥା ୯୦ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରିବ। ବାଇଡେନ କହିଛନ୍ତି ଅନ୍ତର୍ଜାତୀୟ ଅନୁସନ୍ଧାନକାରୀ ସଂସ୍ଥାକୁ ଚାଇନା କେବଳ ତଥ୍ୟ ପ୍ରଦାନ କରିଲେ ହେବନି ବରଂ ନିରପେକ୍ଷ ତଦନ୍ତରେ ସହଯୋଗ କରିବା ଦରକାର।

ସୂଚନାଯୋଗ୍ୟ ଚାଇନା ଦାବି କରିଛି ଯେ ଏହି ସଂକ୍ରମଣ ଚାଇନାର ଉହାନ ଲ୍ୟାବରୁ ନୁହେଁ ବରଂ ବଜ୍ରକାପ୍ତା ଦ୍ୱାରା ସଂକ୍ରମିତ ହୁଏ। ହେଲେ ଆମେରିକାର ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଚାଇନାରେ କୋଭିଡ ସଂକ୍ରମଣ ଦେଖାଯିବା ପୂର୍ବରୁ ଉହାନ ଲ୍ୟାବର ତିନି ଗବେଷକ ଏହି ସଂକ୍ରମଣର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଯାହାକୁ ଚାଇନା ସାର୍ବଜନୀନ କରିନାହିଁ।

ଚାଇନାର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜାଓ ଲିଜିଆନ୍ କରୋନା ସଂକ୍ରମଣର ଉତ୍ପତ୍ତି ବାବଦରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶେଷଜ୍ଞ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନକୁ ଦର୍ଶାଇଛନ୍ତି। କିନ୍ତୁ କୋଭିଡ ଉହାନରୁ ଲିକ୍ ହୋଇଛି କି ନାହିଁ ପ୍ରଶ୍ନକୁ ଏଡାଇ ଦେଇଛନ୍ତି। ଯେଉଁଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା କରୋନା ବାଦୁଡିରୁ ଉତ୍ପତ୍ତି ହୋଇଥାଇପାରେ। କିନ୍ତୁ ଉହାନ ଲ୍ୟାବରୁ ଉତ୍ତତ୍ପିକୁ ଏଡାଇ ଦିଆଯାଇପାରିବନି।

The post ଫସିଯିବ ବେଜିଂ! ୯୦ ଦିନରେ କରୋନାର ଉତ୍ପତ୍ତି ରିପୋର୍ଟ ଦେବାକୁ ବାଇଡେନଙ୍କ ନିର୍ଦ୍ଦେଶ appeared first on Odisha Reporter.



from Odisha Reporter https://ift.tt/3uqqPzx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages