ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସାମ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ (ଆସାମ) ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।
ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ ଶ୍ରୀ ପଣ୍ଡାଙ୍କ ଉପରେ ଆସ୍ଥା ପ୍ରକଟ କରି ଗୁରୁ ଦାୟିତ୍ୱ ଦେଇଥିଲେ। ସେ ମଧ୍ୟ ଆସାମ ପ୍ରଭାରୀ ନିଯୁକ୍ତ ହେବା ପରେ ଗତ ପ୍ରାୟ ୪ ମାସ ଧରି ସେଠାରେ ରହି ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ନିର୍ବାଚନୀ ସଭାରେ ମଧ୍ୟ ଯୋଗ ଦେଇଥିଲେ।
ଭାରତର ଉତ୍ତର-ପୂର୍ବାଞ୍ଚଳରେ ପ୍ରଥମ ଥର ଅଣ କଂଗ୍ରେସ ଦଳ ଭାବେ ବିଜେପି ଆସାମରେ କ୍ଷମତା ବଜାୟ ରଖିବାରେ ସଫଳ ହୋଇଥିବା ବେଳେ ଏଥିରେ ବୈଜୟନ୍ତ ପଣ୍ଡାଙ୍କ ଯୋଗଦାନକୁ ପ୍ରଶଂସା କରିଛନ୍ତି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବସୁନ୍ଧରା ରାଜେ ଓ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ବିନୟ ସହସ୍ରବୁଧେଙ୍କ ସମେତ ଅନେକ ନେତା ଅଭିନନ୍ଦନ ଜଣାଇଛନ୍ତି।
#AssamAssemblyPolls के नतीजे पिछले पांच वर्षों में मुख्यमंत्री श्री @sarbanandsonwal जी द्वारा कराए गए विकास कार्यों एवं श्री @narendramodi जी की सरकार की दृढ़ संकल्प शक्ति का परिणाम है। इस विजय के लिए सभी प्रत्याशियों एवं कार्यकर्ताओं को बधाई!@BJP4Assam@himantabiswa @PandaJay
— Vasundhara Raje (@VasundharaBJP) May 2, 2021
The post ଆସାମରେ ବିଜେପିର ବିଜୟ ପରେ ବୈଜୟନ୍ତଙ୍କୁ ଶୁଭେଚ୍ଛାର ସୁଅ appeared first on Odisha Reporter.
from Odisha Reporter https://ift.tt/3uk73Xu
No comments:
Post a Comment