ଦୁଇ ମନ୍ତ୍ରୀ ଓ ବିଧାୟକଙ୍କ ଗିରଫଦାରୀ ପରେ ସିବିଆଇ ଅଫିସରେ ପହଞ୍ଚିଲେ ମମତା ବାନାର୍ଜୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 16, 2021

ଦୁଇ ମନ୍ତ୍ରୀ ଓ ବିଧାୟକଙ୍କ ଗିରଫଦାରୀ ପରେ ସିବିଆଇ ଅଫିସରେ ପହଞ୍ଚିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନାରଦା ଲାଞ୍ଚ କାରବାର ମାମଲାରେ ସିବିଆଇ ବେଙ୍ଗଲ ମନ୍ତ୍ରୀ ଫିରହାଦ ହକିମ, ସୁବ୍ରତ ମୁଖାର୍ଜୀ, ବରିଷ୍ଠ ବିଧାୟକ ମଦନ ମିତ୍ର ଓ ପୂର୍ବତନ ଟିଏମସି ନେତା ସୋଭନ ଚାଟାର୍ଜୀଙ୍କୁ ସେମାନଙ୍କ ଘରୁ ଉଠାଇ ନେଇଛି। ଏମାନଙ୍କୁ ସିବିଆଇ ଗିରଫ କରିଥିବା ଖବର ମିଳିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କୋଲକାତା ସ୍ଥିତ ସିବିଆଇ ଅଫିସରେ ପହଞ୍ଚିଛନ୍ତି।

ମମତାଙ୍କ ସହ ଅନ୍ୟ କିଛି ଟିଏମସି ନେତା ଓ ମନ୍ତ୍ରୀ ମଧ୍ୟ ସିବିଆଇ ଅଫିସରେ ପହଞ୍ଚିଥିବା ଜଣାପଡ଼ିଛି। ମମତା ସିବିଆଇର ହଠାତ୍‌ ଏଭଳି ଗିରଫଦାରୀ ଆଚରଣକୁ ବିରୋଧ କରିଛନ୍ତି। ଅନ୍ୟପକ୍ଷରେ ସିବିଆଇ ଆଜି ସ୍ୱତନ୍ତ୍ର କୋର୍ଟରେ ଏହି ୪ ନେତାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିବ ବୋଲି ଜଣାପଡ଼ିଛି।

ସୋମବାର ସକାଳେ ସିବିଆଇ ଟିମ୍‌ ଫିରହାଦଙ୍କ ଦକ୍ଷିଣ କୋଲକାତା ସ୍ଥିତ ବାସଭବନରେ ପହଞ୍ଚିଥିଲା। ଏହାପରେ ତାଙ୍କୁ ନିଜ ସହ ଗାଡ଼ିରେ ବସାଇ କୋଲକାତା ଅଫିସକୁ ଆଣିଥିଲା। ସିବିଆଇ ତାଙ୍କୁ ଗିରଫ କରିଛି ବୋଲି ସେ କହିବା ପରେ ଏହାକୁ ବିରୋଧ କରି ତାଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ଅନ୍ୟ ୩ ନେତାଙ୍କୁ ମଧ୍ୟ ସିବିଆଇ ସେମାନଙ୍କ ଘରୁ ଉଠାଇ ଆଣିଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ରାଜ୍ୟପାଳ ଜଗଦୀପ ଧାନକର ଫିରହାଦ ଓ ଅନ୍ୟ ୩ ଜଣଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ସିବିଆଇକୁ ଅନୁମତି ଦେଇଥିଲେ। ଅନ୍ୟ ୩ ଜଣ ହେଲେ ରାଜ୍ୟର ମନ୍ତ୍ରୀ ଥିବା ସୁବ୍ରତ ମୁଖାର୍ଜୀ, ପୂର୍ବତନ ମନ୍ତ୍ରୀ ମଦନ ମିତ୍ର ଓ ସୋଭନ ଚାଟାର୍ଜୀ।

ନିୟମ ଅନୁସାରେ କୌଣସି ବିଧାୟକଙ୍କୁ ତଦନ୍ତ ପରିସର ଭୁକ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ତଦନ୍ତକାରୀ ସଂସ୍ଥା ବିଧାନସଭା ବାଚସ୍ପତିଙ୍କ ଅନୁମତି ଲୋଡ଼ିବ। ହେଲେ ନାରଦା ଲାଞ୍ଚକାରବାର ମାମଲାରେ ସିବିଆଇ ବାଚସ୍ପତିଙ୍କ ବଦଳରେ ସିଧା ରାଜ୍ୟପାଳଙ୍କୁ ଅନୁମତି ମାଗିଥିଲା।


ରାଜ୍ୟପାଳ ଅନୁମତି ଦେଇ କହିଥିଲେ ଯେ ଏହି ୪ ସଦସ୍ୟ କେବଳ ବିଧାୟକ ନୁହନ୍ତି, ୨୦୧୧ରେ ସମସ୍ତଙ୍କୁ ସେ ମନ୍ତ୍ରୀ ଭାବେ ମଧ୍ୟ ଶପଥ ପାଠ କରାଇଥିଲେ। ତେଣୁ ସେ ସମସ୍ତଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଅନୁମତି ଦେଇ ପାରିବେ।

୨୦୧୪ରେ ନାରଦା ଲାଞ୍ଚ କାରବାର ମାମଲା ଘଟିଥିଲା। ଏହି ସମୟରେ ସମସ୍ତ ୪ ସଦସ୍ୟ ମମତାଙ୍କ ସରକାରରେ ମନ୍ତ୍ରୀ ଥିଲେ। ନାରଦା ନ୍ୟୁଜ ପୋର୍ଟାଲ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ ଅପରେସନରେ ଟିଏମସି ନେତାମାନେ ଟଙ୍କା ନେଉଥିବା ଦେଖିବାକୁ ମିଳିଥିଲା। ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ରିଲିଜ୍‌ ହୋଇଥିଲା।

ଫିରହାଦ ଓ ସୁବ୍ରତ ମୁଖାର୍ଜୀ ପଶ୍ଚିମବଙ୍ଗର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନୂଆ ମମତା ସରକାରରେ ମଦନ ମିତ୍ର ସ୍ଥାନ ପାଇନାହାନ୍ତି। ୨୦୧୯ରେ ସୋଭନ ଚାଟାର୍ଜୀ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ। କିନ୍ତୁ ସେ ମାର୍ଚ୍ଚରେ ଦଳ ଛାଡ଼ି ଦେଇଛନ୍ତି। ଚଳିତ ବିଧାନସଭାରେ ସେ ନିର୍ବାଚନ ମଧ୍ୟ ଲଢ଼ି ନଥିଲେ।

The post ଦୁଇ ମନ୍ତ୍ରୀ ଓ ବିଧାୟକଙ୍କ ଗିରଫଦାରୀ ପରେ ସିବିଆଇ ଅଫିସରେ ପହଞ୍ଚିଲେ ମମତା ବାନାର୍ଜୀ appeared first on Odisha Reporter.



from Odisha Reporter https://ift.tt/2SMFkk4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages