ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଗାଜଲବାଡ଼ି ଗାଁ ନିକଟରେ ଏକ ପିକ୍ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୮ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ଗୁରୁତର ଭାବେ ଆହତ ହୋଇଥିବା ଶ୍ରମିକମାନେ ହେଉଛନ୍ତି ଗୁଣ୍ଡିଚା ଦଳେଇ, ପ୍ରଶାନ୍ତ ପରିଚ୍ଛା, ଡମ୍ବରୁଧର ପ୍ରଧାନ ଓ ଟିକିନା ଦଳେଇ। ସେମାନେ ଗଜପତି ଜିଲ୍ଲା ପଦ୍ମପୁର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ପିକ୍ଅପ୍ ଭ୍ୟାନ୍ଟି ଦାରିଙ୍ଗବାଡ଼ି ଗାଁରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଏଥିରେ ୮ ଜଣ ଶ୍ରମିକ ଥିଲେ। ସେମାନେ କାମ କରିବା ପାଇଁ ବ୍ରହ୍ମପୁର ଯାଉଥିଲେ। ତେବେ ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ।
ପିକଅପ ଭ୍ୟାନ୍ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଖବର ପାଇ ସୋରଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା। ସମସ୍ତଙ୍କୁ ପ୍ରଥମେ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା। ତେବେ ଗୁଣ୍ଡିଚା, ପ୍ରଶାନ୍ତ, ଡମ୍ବରୁଧର ଓ ଟିକିନିଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥିତ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
The post ପିକ୍ଅପ୍ ଭ୍ୟାନ୍ ଓଲଟି ୪ ଶ୍ରମିକ ଗୁରୁତର appeared first on Odisha Reporter.
from Odisha Reporter https://ift.tt/2QdtCy8
No comments:
Post a Comment