କରୋନା ମୃତ୍ୟୁରେ ରେକର୍ଡ କଲା ଭାରତ, ଦିନକରେ ୩୬୮୯ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 1, 2021

କରୋନା ମୃତ୍ୟୁରେ ରେକର୍ଡ କଲା ଭାରତ, ଦିନକରେ ୩୬୮୯ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହରରେ ଆଉଟ ପାଉଟ ହେଉଥିବା ଭାରତରେ ସଂକ୍ରମଣ ସହ ତାଳଦେଇ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରେକର୍ଡ ୩୬୮୯ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ସେହିପରି ଦୈନିକ ସଂକ୍ରମଣ ମଧ୍ୟ ୩ ଲକ୍ଷ ୯୦ ହଜାର ତଳକୁ ଖସୁନି। ଗତକାଲି ଦୈନିକ ସଂକ୍ରମଣ ୪ ଲକ୍ଷ ଟପିଥିବା ବେଳେ ଆଜି ଏହା ସାମାନ୍ୟ କହିଛି। ଆଜି ୩ ଲକ୍ଷ ୯୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩,୯୨,୪୮୮ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୯୫,୫୭,୪୫୭ରେ ପହଞ୍ଚି ଯାଇଛି। ସେହିପରି ୩୬୮୯ ଜଣ କରୋନାରେ ପ୍ରାଣ ହରାଇବାରୁ ମୋଟ ମୃତ୍ୟୁସଂଖ୍ୟା ୨,୧୫,୫୪୨କୁ ବୃଦ୍ଧି ପାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିନକରେ ରେକର୍ଡ ସଂଖ୍ୟକ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ୨୪ ଘଣ୍ଟା ୩,୦୭,୮୬୫ ଜଣ ଲୋକ ମହାମାରୀ କରୋନାକୁ ମାତ୍‌ ଦେଇ ଘରକୁ ଫେରିଛନ୍ତି। ଫଳରେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୧,୫୯,୯୨,୨୭୧ ଛୁଇଁଛି। ଏବେ ଦେଶରେ ଆକ୍ଟିଭ କେସ ସଂଖ୍ୟା ୩୩,୪୯,୬୪୪ ରହିଛି। ଏଯାଏ ୧୫,୬୮,୧୬,୦୩୧ ଜଣଙ୍କୁ କରୋନା ଟିକା ଦିଆଯାଇଛି।


ମହାରାଷ୍ଟ୍ର, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ପୂର୍ବଭଳି ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢ଼ି ଚାଲିଛି। ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬୩,୨୮୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଦିଲ୍ଲୀରେ ୨୫,୨୧୯, ଉତ୍ତର ପ୍ରଦେଶରେ ୩୦,୧୮୦, କର୍ଣ୍ଣାଟକାରେ ୪୦,୯୯୦ ଓ କେରଳରେ ୩୫,୬୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

The post କରୋନା ମୃତ୍ୟୁରେ ରେକର୍ଡ କଲା ଭାରତ, ଦିନକରେ ୩୬୮୯ ମୃତ appeared first on Odisha Reporter.



from Odisha Reporter https://ift.tt/3udiD6D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages