ରାଜ୍ୟରେ ବଢ଼ି ଚାଲିଛି କରୋନା ମୃତ୍ୟୁ, ତିନି ଦିନରେ ଗଲାଣି ୧୦୦ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 25, 2021

ରାଜ୍ୟରେ ବଢ଼ି ଚାଲିଛି କରୋନା ମୃତ୍ୟୁ, ତିନି ଦିନରେ ଗଲାଣି ୧୦୦ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ି ଚାଲିଛି କରୋନା ମୃତ୍ୟୁ ସଂଖ୍ୟା। ଆଜିକୁ ମିଶାଇ ତିନି ଦିନ ହେଲାଣି ଦୈନିକ ୩୦ରୁ ଅଧିକ କରୋନାରେ ପ୍ରାଣ ହରାଉଥିବା ନେଇ ରିପୋର୍ଟ ଆସୁଛି। ମେ’ ୨୪ରେ ୩୨ ଜଣ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଆସିଥିବା ବେଳେ ମେ’ ୨୫ର ରିପୋର୍ଟରେ ଏହି ସଂଖ୍ୟା ୩୩ ରହିଥିଲା। ଆଉ ଆଜି ଆସିଥିବା ରିପୋର୍ଟରେ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ଦର୍ଶାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ଫଳରେ କେବଳ ତିନି ଦିନରେ ରାଜ୍ୟରେ ୧୦୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ଆସିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫୮୪ରେ ପହଞ୍ଚି ଯାଇଛି।

୭ ଦିନରେ ୨୦୦ରୁ ଅଧିକ ମୃତ

ମେ’୨୪ ତାରିଖ ପୂର୍ବରୁ ଚାରି ଦିନ ଧରି ରାଜ୍ୟରେ ଦୈନିକ ୨୫ରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଆସିଥିଲା। ୨୩ ତାରିଖରେ ଏହି ସଂଖ୍ୟା ୨୮ ରହିଥିବା ବେଳେ ୨୨ରେ ୨୬, ୨୧ରେ ୨୭ ଓ ୨୦ ତାରିଖରେ ୨୫ ଦର୍ଶାଯାଇଥିଲା। ଅର୍ଥାତ‌୍‍ ଆଜିକୁ ମିଶାଇ ୭ ଦିନ ମଧ୍ୟରେ ରାଜ୍ୟରେ ୨୦୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

ଖୋର୍ଦ୍ଧାରେ କରୋନା ମୃତ୍ୟୁ ସଂଖ୍ୟା ୪୫୦ ଟପିଲା

ଆଜି ଆସିଥିବା ୩୫ ମୃତ୍ୟୁ ସୂଚନା ମଧ୍ୟରୁ ୫ ଜଣ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି। ଏହା ସହିତ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫୩କୁ ବୃଦ୍ଧି ପାଇଛି।

ସେହିଭଳି ଅନୁଗୋଳ ଜିଲ୍ଲାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡ଼ ଓ ନବରଙ୍ଗପୁର ଜିଲ୍ଲାରୁ ୪ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। କେନ୍ଦ୍ରାପଡ଼ାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଝାରସୁଗୁଡ଼ା, କଳାହାଣ୍ଡି ଓ କୋରାପୁଟରୁ ଆଉ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିପରି ଭଦ୍ରକ, ବୌଦ୍ଧ, କଟକ, ଗଞ୍ଜାମ,ଜଗତସିଂହପୁର, କେନ୍ଦୁଝର, ନୟାଗଡ଼ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଅନୁଗୋଳ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୮୪କୁ ବୃଦ୍ଧି ପାଇଥିବା ବେଳେ ଭଦ୍ରକରେ ୩୩, ବୌଦ୍ଧରେ ୩୧, କଟକରେ ୧୫୫,  ଗଞ୍ଜାମରେ ୨୮୦, ଜଗତସିଂହପୁରରେ ୪୨, ଝାରସୁଗୁଡ଼ାରେ ୪୨,କଳାହାଣ୍ଡିରେ ୯୫, କୋରାପୁଟରେ ୩୬, ନବରଙ୍ଗପୁରରେ ୨୩, ନୟାଗଡ଼ରେ ୫୦, ରାୟଗଡ଼ାରେ ୯୮ ଓ ସୁନ୍ଦରଗଡ଼ରେ ୨୫୨କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୬୨୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୨୦୨୧ ଜଣ ଅଛନ୍ତି।

The post ରାଜ୍ୟରେ ବଢ଼ି ଚାଲିଛି କରୋନା ମୃତ୍ୟୁ, ତିନି ଦିନରେ ଗଲାଣି ୧୦୦ ଜୀବନ appeared first on Odisha Reporter.



from Odisha Reporter https://ift.tt/3hUlHRU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages