ପୁଣି ୨ ଲକ୍ଷ ଡେଇଁଲା ଦୈନିକ ସଂକ୍ରମଣ, ଦିନକରେ ୪,୧୫୭ ଜଣଙ୍କ ମୁଣ୍ଡ ନେଲା କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 25, 2021

ପୁଣି ୨ ଲକ୍ଷ ଡେଇଁଲା ଦୈନିକ ସଂକ୍ରମଣ, ଦିନକରେ ୪,୧୫୭ ଜଣଙ୍କ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆଜି ଉପର ମୁହାଁ ହୋଇଛି। ଦୀର୍ଘ ୪୦ ଦିନ ପରେ ଦେଶରେ ଦୈନିକ ସଂକ୍ରମଣ ଗତକାଲି ୨ ଲକ୍ଷ ତଳକୁ ଖସିଥିଲା। ହେଲେ ଆଜି ପୁଣି ୨ ଲକ୍ଷ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗତକାଲି ଦୈନକ ମୃତ୍ୟୁସଂଖ୍ୟା ୪ ହଜାର ତଳକୁ ଖସିଥିଲା। ହେଲେ ଆଜି ପୁଣି ଏହା ୪ ହଜାର ଅତିକ୍ରମ କରିଛି। ମୃତ୍ୟୁସଂଖ୍ୟା ସବୁବେଳେ ବଢ଼ୁଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୨,୦୮,୯୨୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୭୧,୫୭,୭୯୫କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ ୨,୯୫,୯୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୪୩, ୫୦,୮୧୬ରେ ପହଞ୍ଚି ଯାଇଛି।

ଏହାର ଅର୍ଥ ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪,୯୫,୫୯୧ ରହିଛି। ବର୍ତ୍ତମାନ ଦେଶରେ ଆରୋଗ୍ୟ ହାର ୮୯.୬୬%କୁ ବୃଦ୍ଧି ପାଇଥିବା ବେଳେ ସାପ୍ତାହିକ ପଜିଟିଭି ରେଟ୍‌ ୧୧.୪୫% ରହିଛି।


ଦିନକରେ କରୋନା ୪,୧୫୭ ଜଣଙ୍କ ମୁଣ୍ଡ ନେବାକୁ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୧୧,୩୮୮ ଛୁଇଁଛି। ଏଯାଏ ୨୦,୦୬,୬୨,୪୫୬ ଜଣଙ୍କୁ କରୋନାର ରକ୍ଷା କବଚ କୁହାଯାଉଥିବା ଟିକା ଦିଆଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ଲୋକଙ୍କ ଟେଷ୍ଟ କରାଯାଇଛି। ଗୋଟିଏ ଦିନରେ ୨୨,୧୭,୩୨୦ଟି ନମୁନା ପରୀକ୍ଷା କରାଯାଇଛି।

The post ପୁଣି ୨ ଲକ୍ଷ ଡେଇଁଲା ଦୈନିକ ସଂକ୍ରମଣ, ଦିନକରେ ୪,୧୫୭ ଜଣଙ୍କ ମୁଣ୍ଡ ନେଲା କରୋନା appeared first on Odisha Reporter.



from Odisha Reporter https://ift.tt/3bU7EId

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages