୨ କୋଟି ଟପିଲା କରୋନା ସଂକ୍ରମଣ, ମୃତ୍ୟୁସଂଖ୍ୟା ପୁଣି ୩ ହଜାର ଉପରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 3, 2021

୨ କୋଟି ଟପିଲା କରୋନା ସଂକ୍ରମଣ, ମୃତ୍ୟୁସଂଖ୍ୟା ପୁଣି ୩ ହଜାର ଉପରେ

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରିଥିବା ମହାମାରୀ କରୋନା ଭାଇରସର ପ୍ରକୋପ ସାମାନ୍ୟ ହ୍ରାସ ପାଇଥିବାର ସଙ୍କେତ ମିଳିଛି। କ୍ରମାଗତ ଦୁଇ ଦିନ ଧରି ଦୈନିକ ସଂକ୍ରମଣ ହ୍ରାସ ପାଉଥିବାରୁ ଏଭଳି ଆଶା ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ପୂର୍ବାପେକ୍ଷା ସାମାନ୍ୟ ହ୍ରାସ ପାଇଥିଲେ ହେଁ ଏହା ୩ ଲକ୍ଷ ୫୦ ହଜାର ତଳକୁ ଖସି ନାହିଁ।

ସେହିପରି ଆଜି ୩.୫୭ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ପାର କରିଯାଇଛି। ଗୋଟିଏ ପଟେ ଦୈନିକ ସଂକ୍ରମଣ ସାମାନ୍ୟ କମିଥିଲେ ହେଁ ମୃତ୍ୟୁସଂଖ୍ୟା କ୍ରମାଗତ ଭାବେ ୩୫ ଶହ ପାଖାପାଖି ରହୁଛି। ଗତକାଲି ଅପେକ୍ଷା ଆଜି ମୃତ୍ୟୁସଂଖ୍ୟା ବଢ଼ିଛି। ବିଭିନ୍ନ ରାଜ୍ୟରେ ମୃତ୍ୟୁସଂଖ୍ୟା ବଢ଼ିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି।

ଦୈନିକ ସଂକ୍ରମଣ କ୍ରମାଗତ ୪ ଲକ୍ଷ ପାଖରେ ରହୁଥିବା ବେଳେ ଗତ ୨୪ ଘଣ୍ଟାରେ ଏହା ୩ ଲକ୍ଷ ୬୦ ହଜାର ତଳକୁ ଖସିଛି। ଗତକାଲି ଏହା ୩ ଲକ୍ଷ ୭୦ ହଜାର ତଳକୁ ଖସିଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩,୫୭,୨୨୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ଏହି ସଂଖ୍ୟା ୩,୬୮,୧୪୭ ରହିଥିଲା। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୦୨,୮୨,୮୩୩କୁ ବୃଦ୍ଧି ପାଇଛି।

ସେହିପରି ଗତ ୨୪ ଘଣ୍ଟାରେ କରୋନା ୩୪୪୯ ଜଣଙ୍କ ମୁଣ୍ଡ ନେଇଛି। ଏହାର ୨୪ ଘଣ୍ଟା ପୂର୍ବରୁ କରୋନା ୩୪୧୭ ଜଣଙ୍କ ଜୀବନ ନେଇଥିଲା। ଏବେ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୨୨, ୪୦୮ରେ ପହଞ୍ଚି ଯାଇଛି। ଗୋଟିଏ ଦିନରେ ପୁଣି ୩ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି।

୩,୨୦,୨୮୯ ଜଣ କରୋନାରୁ ଆରୋଗ୍ୟ ଲାଭ କରିବା ପରେ ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୬୬,୧୩,୨୯୨ଛୁଇଁଛି। ଏବେ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୩୪,୪୭,୧୩୩ ରହିଛି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୫୬୭ ଜଣ ପ୍ରାଣ ହରାଇଥିବେ ବେଳେ ଦିଲ୍ଲୀରେ ୪୪୮ ଜଣଙ୍କ ମୃତ୍ୟୁ ଘଟିଛି।


ସର୍ବାଧିକ ଆକ୍ରାନ୍ତ ହୋଇଥିବା ୫ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର(୪୮,୬୨୧), କର୍ଣ୍ଣାଟକା(୪୪,୪୩୮), କେରଳ(୨୬,୦୧୧), ଉତ୍ତର ପ୍ରଦେଶ(୨୯,୦୫୨) ଓ ତାମିଲନାଡୁ(୨୦,୯୫୨) ରହିଛନ୍ତି। ଅନ୍ୟପକ୍ଷରେ ଦେଶରେ ବର୍ତ୍ତମାନ ସୁଦ୍ଧା ୧୫,୮୯,୩୨,୯୨୧ ଜଣଙ୍କୁ କରୋନା ଟିକା ଦିଆଯାଇ ସାରିଲାଣି।

The post ୨ କୋଟି ଟପିଲା କରୋନା ସଂକ୍ରମଣ, ମୃତ୍ୟୁସଂଖ୍ୟା ପୁଣି ୩ ହଜାର ଉପରେ appeared first on Odisha Reporter.



from Odisha Reporter https://ift.tt/3vEhAwD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages