ଆଣୁଛନ୍ତି ମହାପ୍ରଭୁ… ନେଉଛନ୍ତି ମହାପ୍ରଭୁ… ଗାଡ଼ି ଚଲାଉଛନ୍ତି ମହାପ୍ରଭୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 30, 2021

ଆଣୁଛନ୍ତି ମହାପ୍ରଭୁ… ନେଉଛନ୍ତି ମହାପ୍ରଭୁ… ଗାଡ଼ି ଚଲାଉଛନ୍ତି ମହାପ୍ରଭୁ…

ପୁରୀ(ମଧୁସୂଦନ ମିଶ୍ର): ନିଶାର୍ଦ୍ଧ ରାତିରେ ତୁଳସୀ ରଥ ଧରି ବାହାରନ୍ତି ଚିଣ୍ଟୁବାବା। ଅନୁଗୋଳରୁ ଶ୍ରୀକ୍ଷେତ୍ର ୨୪୦ କିମି ଅତିକ୍ରମ କରି ମହାପ୍ରଭୁଙ୍କ ଅତିପ୍ରିୟ ତୁଳସୀ ଓ ବିଭିନ୍ନ ପ୍ରକାର ସୁବାସିତ ଫୁଲ ଧରି ଆସନ୍ତି। ମହାପ୍ରଭୁଙ୍କ ପାଖରେ ଆଣିଥିବା ସାମଗ୍ରୀ ଅର୍ପଣ କରି ନିଜକୁ ସମର୍ପି ଦିଅନ୍ତି ଚିଣ୍ଟୁବାବା। ସେ କୁହନ୍ତି, ଆଣୁଛନ୍ତି ମହାପ୍ରଭୁ… ନେଉଛନ୍ତି ମହାପ୍ରଭୁ… ଗାଡି ଚଲାଉଛନ୍ତି ମହାପ୍ରଭୁ… ସବୁ ମହାପ୍ରଭୁ କରୁଛନ୍ତି। ମୋର ଏଥିରେ କିଛି ଭୂମିକା ନାହିଁ ବୋଲି ଚିଣ୍ଟୁବାବା କହିଛନ୍ତି।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ପ୍ରଗାଢ ବିଶ୍ୱାସ, ଆମାପ ଭକ୍ତି ଓ ଅଦୃଶ୍ୟମାନ ଶକ୍ତିର ପ୍ରଭାବରେ ସୁଦୂର ଅନୁଗୋଳରୁ ଚିଣ୍ଟୁବାବା ତୁଳସୀ ରଥ (ମୋଟର ସାଇକେଲ) ଧରି ଆସିଛନ୍ତି ଶ୍ରୀକ୍ଷେତ୍ର। ସାଥୀରେ ଆଣିଛନ୍ତି ମହାପ୍ରଭୁଙ୍କ ଅତି ପ୍ରିୟ ତୁଳସୀ ଓ ବିଭିନ୍ନ ପ୍ରକାର ସୁବାସିତ ଫୁଲ। ଯେଉଁ ଫୁଲରେ ତିଆରି ହୋଇଥାଏ ହୃଦ୍‌ପଲ୍ଲବ, କର ପଲ୍ଲବ, ନାକଚଣା, ଚନ୍ଦ୍ରିକା, ଅଳକା, ଝୁମ୍ପା, ତଡ଼ଗୀ, ଅଧରମାଳ ଆଦି ଅନେକ କିଛି। ଏଥିରେ ସୁସଜ୍ଜିତ ହେବେ ଚତୁର୍ଦ୍ଦାବିଗ୍ରହ।

ଆଜି ରାତି ଅନ୍ଧକାରରେ ଚିଣ୍ଟୁ ବାବା ଅନୁଗୋଳ ଶରଣ ଶ୍ରୀକ୍ଷେତ୍ର ଆଶ୍ରମରୁ ମୋଟର ସାଇକେଲରେ ବାହାରିଥିଲେ ଶ୍ରୀକ୍ଷେତ୍ର ଅଭିମୁଖେ। ବାଟରେ କେଉଁଠି ରହିନଥାନ୍ତି। ମହାପ୍ରଭୁଙ୍କ ଅତି ପ୍ରିୟ ତୁଳସୀ ଓ ବିଭିନ୍ନ ପ୍ରକାର ସୁବାସିତ ଫୁଲ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ। ପରେ ସେ ଆଣିଥିବା ଫୁଲ ଓ ତୁଳସୀକୁ ମହାପ୍ରଭୁଙ୍କ ପାଦ ତଳେ ଅର୍ପଣ କରିଛନ୍ତି ଚିଣ୍ଟୁବାବା।

ଶ୍ରୀମନ୍ଦିର ସମ୍ମୁଖ ପହଞ୍ଚିବା ପରେ ଚିଣ୍ଟୁବାବା କୋହଭରା କଣ୍ଠରେ କହିଛନ୍ତି-“ମୋତେ ଆଣୁଛନ୍ତି ମହାପ୍ରଭୁ, ନେଉଛନ୍ତି ମହାପ୍ରଭୁ ଓ ଗାଡ଼ି ଚଲାଉଛନ୍ତି ମହାପ୍ରଭୁ। ସବୁ ମହାପ୍ରଭୁ କରୁଛନ୍ତି। ମୋର ଏଥିରେ କିଛି ଭୂମିକା ନାହିଁ। ମହାପ୍ରଭୁ ଚାହିଁଲେ ମୁଁ ଆସୁଛି। ଏତିକି ଦୁଃଖ ଲାଗୁଛି ଶ୍ରୀମନ୍ଦିର ଖାଲି ପଡ଼ିଛି। ଭକ୍ତ ନାହାନ୍ତି। ଅନୁଗୋଳରୁ ପୁରୀକୁ ୮୭ଟି ଷ୍ଟେପେଜ ହୋଇଥାଏ, ଆଜି କିନ୍ତୁ ସେଠି ଷ୍ଟପେଜ ନାହିଁ।”

ସେ ଆହୁରି କହିଛନ୍ତି-“କୋଭିଡ୍‌ ମାଡ଼ି ଆସିଛି। ସେଥିପାଇଁ ଭକ୍ତମାନେ ଶ୍ରୀକ୍ଷେତ୍ର ଆସୁନାହାନ୍ତି। ଭକ୍ତମାନେ ମହାପ୍ରଭୁଙ୍କ ତୁଳସୀ ଓ ଫୁଲ ଦେଇପାରୁନାହାନ୍ତି। ମୁଁ ମହାପ୍ରଭୁଙ୍କଠାରେ ଏତିକି ପ୍ରାର୍ଥନା କରୁଛି, ହେ ମହାପ୍ରଭୁ ଏ ଦେଶରୁ କରୋନା ଦୂର କରନ୍ତୁ। ଭକ୍ତମାନେ ତୁଳସୀ ଓ ଫୁଲ ଦିଅନ୍ତୁ। ଆପଣଙ୍କ ଶ୍ରୀଅଙ୍ଗରେ ଲାଗୁ। ଭଗବାନଙ୍କୁ ଦେଖା କରିବାକୁ ନଆସିପାରି ଭକ୍ତମାନେ ଘରେ ବସି କାନ୍ଦୁଛନ୍ତି। ସେମାନଙ୍କ କଥା ଟିକେ ବୁଝନ୍ତୁ ହେ ମହାପ୍ରଭୁ।”

ସେ କହିଛନ୍ତି-“ଶରଣ ଶ୍ରୀକ୍ଷେତ୍ରରେ ୪ଟି ମନ୍ଦିର ରହିଛି। ଗ୍ରାମଦେବତୀ, ବାଣେଶ୍ୱେରୀ ଦେବୀ, ତାରେଣୀ ଦେବୀ ଓ ଶନିଶ୍ଚର ମହାପ୍ରଭୁ ଅଛନ୍ତି। ରାତି ୧୨ଟାରୁ ଉଠି ନିତ୍ୟ କର୍ମ ସାରେ। ସାଢ଼େ ୧୨ଟାର ମହାପ୍ରଭୁଙ୍କ ନିତ୍ୟକର୍ମ ସାରେ। ତାଙ୍କୁ ପୂଜାପାଠ କରି ଶୋଆଇ ରାତି ୨.୨୦ରୁ ସାଢ଼େ ୨ଟାରେ ତୁଳସୀ ରଥ ଧରି ଶ୍ରୀକ୍ଷେତ୍ର ଅଭିମୁଖେ ବାହାରେ। ରେତିରେ ରାସ୍ତା ସାପ ଓ ହାତୀ ସବୁ ଦେଖାଯାଆନ୍ତି। ହେଲେ ମୁଁ ବଞ୍ଚିଛି ମହାପ୍ରଭୁଙ୍କ ଯୋଗୁ ଓ ଚାଲୁଛି ମହାପ୍ରଭୁଙ୍କ ଯୋଗୁ। ସେ ଚାହିଁଲେ ରଖିବେ, ସେ ଚାହିଁଲେ ମାରିବେ।”

The post ଆଣୁଛନ୍ତି ମହାପ୍ରଭୁ… ନେଉଛନ୍ତି ମହାପ୍ରଭୁ… ଗାଡ଼ି ଚଲାଉଛନ୍ତି ମହାପ୍ରଭୁ… appeared first on Odisha Reporter.



from Odisha Reporter https://ift.tt/3fTB9uI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages