ଭୋଟ ଗଣତି କେନ୍ଦ୍ରରେ ମାରପିଟ୍‌, ଜଣଙ୍କ ଶାର୍ଟ ଚିରିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 1, 2021

ଭୋଟ ଗଣତି କେନ୍ଦ୍ରରେ ମାରପିଟ୍‌, ଜଣଙ୍କ ଶାର୍ଟ ଚିରିଲା

ନୂଆଦିଲ୍ଲୀ: ଗୋଟିଏ ପଟେ ଭୋଟ ଗଣତି ଚାଲିଥିବା ବେଳେ ଅନ୍ୟପଟେ ହିଂସାକାଣ୍ଡର ଖବର ଆସିଛି। ତାମିଲନାଡୁର ସାତ୍ତୁର ସ୍ଥିତ ଭୋଟ ଗଣତି କେନ୍ଦ୍ରରେ ଏଆଇଏଡିଏମକେ ଓ ଏଏମଏମକେର ସଦସ୍ୟଙ୍କ ମଧ୍ୟରେ ପ୍ରବଳ ମାରପିଟି ଘଟିଛି। ଏଠାରେ ଚାଲିଥିବା ଭୋଟ ଗଣତି ହଲ୍‌କୁ ହଠାତ୍‌ ଅରୁପକୋଟ୍ଟାଇ ବିଧାନସଭାର ଏଆଇଏଡିଏମକେ ପ୍ରାର୍ଥୀ ଭାଇଗାଇ ସେଲଭାନ ଆସିଥିଲେ।

ଏହାକୁ ବିରୋଧ କରି ଏଏମଏମକେର ସଦସ୍ୟ ହୋହାଲ୍ଲା କରିଥିଲେ। ସେମାନେ ହୋହାଲ୍ଲା କରିବାରୁ ଏଆଇଏଡିଏମକେ ସଦସ୍ୟମାନେ ପ୍ରତିବାଦ କରିଥିଲେ। ଫଳରେ ଦୁଇ ଦଳର ସଦସ୍ୟଙ୍କ ମଧ୍ୟରେ ହାତାହାତି ସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ୍‌ ଏଥିରେ ହସ୍ତକ୍ଷେପ କରିଥିଲେ ହେଁ ସେତେବେଳେକୁ ଧସ୍ତାଧସ୍ତିରେ ଏଏମଏମକେର ଥିରୁମାଲାଇରଞ୍ଜନଙ୍କ ଶାର୍ଟ ଚିରି ଯାଇଥିଲା। ଏବେ ବି ଭୋଟ ଗଣତି କେନ୍ଦ୍ରରେ ଉତ୍ତେଜନା ଲାଗି ରହିଛି। ଏଥିପାଇଁ ଭୋଟ ଗଣତି ସାମାନ୍ୟ ଧିମା ହୋଇଯାଇଛି।

ଅନ୍ୟପକ୍ଷରେ ତାମିଲନାଡୁରେ ଚାଲିଥିବା ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ଡିଏମକେ ଶାସକ ଏଆଇଏଡିଏମକେ ଠାରୁ ଯଥେଷ୍ଟ ଆଗରେ ରହିଛି। ୨୩୪ଟି ଆସନରୁ ବର୍ତ୍ତମାନ ସୁଦ୍ଧା ଗଣତି ହୋଇଥିବା ୧୫୨ଟିରୁ ଡିଏମକେ ୧୦୨ଟି ସିଟ୍‌ରେ ଲିଡ୍‌ କରୁଥିବା ବେଳେ ଏଆଇଏଡିଏମକେ ୪୯ଟି ଆସନରେ ଆଗରେ ରହିଛି। ସାଉଥ ଷ୍ଟାର କମଲ ହାସନଙ୍କ ଏମଏନଏମ ମେଣ୍ଟ ଗୋଟିଏ ଆସନରେ ଆଗୁଆ ରହିଛି। ନିଜେ କମଲ ହାସନ ଦକ୍ଷିଣ କୋଏମ୍ବାଟୁର ଆସନରେ ଆଗରେ ରହିଛନ୍ତି।

The post ଭୋଟ ଗଣତି କେନ୍ଦ୍ରରେ ମାରପିଟ୍‌, ଜଣଙ୍କ ଶାର୍ଟ ଚିରିଲା appeared first on Odisha Reporter.



from Odisha Reporter https://ift.tt/2QQMyTs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages