୧୨ ଘଣ୍ଟା ଭିତରେ ଭୀଷଣ ବାତ୍ୟାର ରୂପ ନେବ ‘ୟାସ’, ସମୁଦ୍ର ଭିତରେ ଶକ୍ତି ସଞ୍ଚୟ କରୁଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 24, 2021

୧୨ ଘଣ୍ଟା ଭିତରେ ଭୀଷଣ ବାତ୍ୟାର ରୂପ ନେବ ‘ୟାସ’, ସମୁଦ୍ର ଭିତରେ ଶକ୍ତି ସଞ୍ଚୟ କରୁଛି

ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ ଏବେ ଅଧିକରୁ ଅଧିକ ଶକ୍ତି ସଂଗ୍ରହ କରିବାରେ ଲାଗିଛି। ଗତ ୬ ଘଣ୍ଟା ମଧ୍ୟରେ ଏହା ମାତ୍ର ୨ କିମି ବେଗରେ ଆଗକୁ ବଢ଼ୁଛି। ବାତ୍ୟା ଯେତେ ଧୀରେଧୀରେ ଗତି କରିବ, ଏହା ସେତେ ଶକ୍ତିଶାଳୀ ହେବ। ତେଣୁ ୟାସ କ୍ଷେତ୍ରରେ ସେଭଳି ଘଟିବାର ଆଶଙ୍କା ପ୍ରକାଶ ପାଇଛି।

ୟାସ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା ଓ ଏହାର ୨୪ ଘଣ୍ଟା ମଧ୍ୟରେ ଅତି ଭୀଷଣ ବାତ୍ୟାର ରୂପ ନେବ। ବର୍ତ୍ତମାନ ଏହା ପୋର୍ଟ ବ୍ଲେୟାର ଠାରୁ ୬୨୦ କିମି, ପାରାଦୀପ ଠାରୁ ୫୩୦ କିମି, ବାଲେଶ୍ୱର ଠାରୁ ୬୨୦ କିମି ଓ ପଶ୍ଚିମବଙ୍ଗର ଦିଘା ଠାରୁ ୬୨୦ କିମି ଦୂରରେ ରହିଛି।

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

 

ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୨ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାରେ ପରିଣତ ହେବ। ଏହାର ୨୪ ଘଣ୍ଟା ପରେ ଏହା ଅତି ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ଆଡ଼କୁ ମାଡ଼ି ଆସିବ। ୟାସ ଅତି ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶାର ପରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ୨୬ ତାରିଖ ମଧ୍ୟାହ୍ନରେ ସ୍ଥଳ ଭାଗ ଛୁଇଁବ। ଏହି ସମୟରେ ପବନର ସର୍ବାଧିକ ବେଗ ୧୮୫ କିମି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ବିଭାଗର ଆକଳନ ଅନୁଯାୟୀ, ବାତ୍ୟା ଧୀରେଧୀରେ ଗତି କରୁଥିବାରୁ ଏହା ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ତଥାପି ୨୬ ତାରିଖ ମଧ୍ୟାହ୍ନରେ ହିଁ ଏହା ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟାପ୍ରତି ବେଗ ୧୫୫ରୁ ୧୬୫ କିମି ଓ ବେଳେବେଳେ ୧୮୫ କିମି ମଧ୍ୟ ଛୁଇଁପାରେ। ବର୍ତ୍ତମାନ ସମୁଦ୍ର ମଧ୍ୟରେ ଥିବା ୟାସ ପ୍ରଭାବରେ ଘଣ୍ଟାପ୍ରତି ୭୦ରୁ ୮୦ କିମି ବେଗରେ ପବନ ବହୁଛି। ସନ୍ଧ୍ୟା ବେଳକୁ ଏହା ଭୀଷଣ ବାତ୍ୟାର ରୂପ ଧାରଣ କରିବା ପରେ ପବନର ବେଗ ୯୦ରୁ ୧୦୦ କିମିରେ ପହଞ୍ଚିବ। ରାତି ୧୧.୩୦ ବେଳକୁ ଏହା ବଢ଼ି ୧୧୦ରୁ ୧୨୦ କିମି ହୋଇଯିବ।


୨୫ ତାରିଖ ସକାଳେ ଏହା ଅତି ଭୀଷଣ ରୂପ ଧାରଣ କରିବ। ତେଣୁ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୪୦ କିମି ରହିବ। ସନ୍ଧ୍ୟା ୫.୩୦ ବେଳକୁ ପବନର ବେଗ ବଢ଼ି ୧୪୫ରୁ ୧୫୫ କିମି ଛୁଇଁବ। ୨୬ ତାରିଖ ଅତି ଭୀଷଣ ରୂପ ଧାରଣ କରି ସାରିଥିବା ୟାସର ପ୍ରଭାବରେ ୧୫୫ରୁ ୧୬୫ କିମି ବେଳେବେଳେ ପବନର ବେଗ ୧୮୫ କିମି ଛୁଇଁବ ବୋଲି ବିଭାଗ ଆକଳନ କରିଛି। ଏଭଳି ଅବସ୍ଥାରେ ହିଁ ୟାସ ସ୍ଥଳଭାଗ ଛୁଇଁବ।

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ୟାସ ପ୍ରଭାବରେ ଏବେ ସମୁଦ୍ରରେ ପବନର ବେଗ ୬୫ରୁ ୮୫ କିମି ଭିତରେ ରହିଛି। ଏହା ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଦେଇ ଅତିକ୍ରମ କରିବା ଆଶଙ୍କା ଅଧିକ ରହିଛି। ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ୧୫୫ରୁ ୧୮୫ କିମି ମଧ୍ୟରେ ରହିବ। ଆଜି ଅପରାହ୍ନରୁ ଉପକୂଳ ଅଞ୍ଚଳରେ ୪୦ରୁ ୫୦ କିମି ବେଗରେ ପବନ ବହିବ। ୨୫ ତାରିଖ ମଧ୍ୟରାତ୍ର ପରେ ପବନର ବେଗ ବଢ଼ିବ।

୨୬ ସକାଳୁ ପବନ ବେଗ ବଢ଼ି ୧୨୦ରୁ ୧୩୦ କିମି ହେବ। ଉପକୂଳ ଛୁଇଁଲା ବେଳକୁ ଏହା ସର୍ବାଧିକ ୧୮୫ କିମିରେ ପହଞ୍ଚିଯିବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ବେଶି ପ୍ରଭାବ ପଡ଼ିବ। ୪ ଜିଲ୍ଲାରେ ପବନର ଘଣ୍ଟାପ୍ରତି ବେଗ ୧୨୦ରୁ ୧୬୦ କିମି ରହିପାରେ। ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ୯୦ରୁ ୧୨୦ କିମି ଯାଏ ପବନ ବହିବ। ଗଂଜାମ ଓ ଗଜପତି ଜିଲ୍ଲାରେ ୬୦ରୁ ୮୦ କିମି ବେଗରେ ପବନ ଅନୁଭୂତ ହେବାର ଆଶଙ୍କା ରହିଛି। ବାତ୍ୟା ପ୍ରଭାବରେ ସମୁଦ୍ରରେ ୨ରୁ୪ ମିଟର ଉଚ୍ଚ ଜୁଆର ଆସିପାରେ ବୋଲି ସେ କହିଛନ୍ତି।

The post ୧୨ ଘଣ୍ଟା ଭିତରେ ଭୀଷଣ ବାତ୍ୟାର ରୂପ ନେବ ‘ୟାସ’, ସମୁଦ୍ର ଭିତରେ ଶକ୍ତି ସଞ୍ଚୟ କରୁଛି appeared first on Odisha Reporter.



from Odisha Reporter https://ift.tt/2SiVBwY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages