ଆସୁଛି ‘ୟାସ୍‌’: ‘ରେଡ୍‌ ୱାର୍ଣ୍ଣିଂ କ୍ୟାଟେଗୋରୀ-୧’ରେ ୪ ଜିଲ୍ଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 24, 2021

ଆସୁଛି ‘ୟାସ୍‌’: ‘ରେଡ୍‌ ୱାର୍ଣ୍ଣିଂ କ୍ୟାଟେଗୋରୀ-୧’ରେ ୪ ଜିଲ୍ଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ଓ ଗଭୀର ଅବପାତ ପରେ ବାତ୍ୟାର ରୂପ ନେଇ ସାରିଛି। ଏହାର ନାଁ ‘ୟାସ’ ରଖାଯାଇଛି। ଏହା ୨୬ ତାରିଖ ମଧ୍ୟାହ୍ନରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହା ଏକ ଅତି ଭୀଷଣ ବାତ୍ୟା ହୋଇଥିବାରୁ ଏହାର ପ୍ରଭାବ ମଧ୍ୟ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଆକଳନ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି, ବାତ୍ୟା ‘ୟାସ’ ଦ୍ୱାରା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ପ୍ରଭାବିତ ହେବ। ସେଥିପାଇଁ ଏହି ୪ ଜିଲ୍ଲାକୁ ‘ରେଡ୍‌ ୱାର୍ଣ୍ଣିଂ କ୍ୟାଟେଗୋରୀ-୧’ରେ ରଖାଯାଇଛି।

ସେ କହିଛନ୍ତି, ସୃଷ୍ଟି ହୋଇଥିବା ବାତ୍ୟା ଆଜି ସନ୍ଧ୍ୟା ସୁଦ୍ଧା ତୀବ୍ର ବାତ୍ୟାରେ ପରିଣତ ହେବ। ଏହି ବାତ୍ୟା ଗତ ୬ ଘଣ୍ଟାରେ ଗତି ନ କରି ସ୍ଥିର ରହିଛି। ବାତ୍ୟା ସ୍ଥିର ରହିଲେ ଅଧିକ ଶକ୍ତିଶାଳୀ ହେବାର ନଜିର ରହିଛି।

ଏହି ବାତ୍ୟା ପ୍ରଭାବରେ ଆଜି ରାତିରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। କାଲିଠାରୁ ଉତ୍ତର ଉପକୂଳରେ ବର୍ଷା ହେବ।

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ବେଶି ପ୍ରଭାବ ପଡ଼ିବ। ସଂପୃକ୍ତ ୪ ଜିଲ୍ଲାରେ ୧୨୦ରୁ ୧୬୦ କିମି ବେଗରେ ପବନ ବହିପାରେ।

ସେହିପରି ବାତ୍ୟା ‘ୟାସ’ ପାଇଁ ରାଜ୍ୟର ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି କରାଯାଇଛି। ପାରାଦୀପ ଓ ଧାମରା ପାଇଁ ୪ ନଂ ବିପଦ ସଙ୍କେତ ଜାରି କରାଯାଇଥିବା ବେଳେ ପୁରୀ ଓ ଗୋପାଳପୁର ପାଇଁ ୩ ନଂ ବିପଦ ସଙ୍କେତ ଜାରି କରାଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦରରେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଲାଇଛନ୍ତି। ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୫ ବରିଷ୍ଠ ସଚିବଙ୍କୁ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି। ସେହିଭଳି ଏନ୍‌ଡିଆର୍‌ଏଫ୍‌ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ଏଠାରେ ଏନ୍‌ଡିଆର୍‌ଏଫ୍‌ର ୫ଟି ଟିମ୍‌ କାମ କରିବ। ବାତ୍ୟା ମୁକାବିଲାରେ ଓଡ୍ରାଫର ୮୦୦ କର୍ମଚାରୀ ସାମିଲ ହେବ ବୋଲି ଓଡ଼ିଶା ପୁଲିସ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

The post ଆସୁଛି ‘ୟାସ୍‌’: ‘ରେଡ୍‌ ୱାର୍ଣ୍ଣିଂ କ୍ୟାଟେଗୋରୀ-୧’ରେ ୪ ଜିଲ୍ଲା appeared first on Odisha Reporter.



from Odisha Reporter https://ift.tt/3wruO0e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages