ସରକାର ବଦଳିବ, କ୍ୟାଣ୍ଟିନର ନାଁ ବି ବଦଳିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 5, 2021

ସରକାର ବଦଳିବ, କ୍ୟାଣ୍ଟିନର ନାଁ ବି ବଦଳିବ

ଚେନ୍ନାଇ: ତାମିଲନାଡୁର ଆଗାମୀ ଷ୍ଟାଲିନ ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଦ୍ୱାରା ତିଆରି ହୋଇଥିବା ଆମ୍ମା କ୍ୟାଣ୍ଟିନର ନାମ ଆନ୍ନା କ୍ୟାଣ୍ଟିନରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ମଙ୍ଗଳବାର ଡିଏମକେ ସମର୍ଥକମାନେ ଚେନ୍ନାଇର ମୋଗାପିୟର ଏକ କ୍ୟାଣ୍ଟିନକୁ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ଡିଏମକେ ଏବଂ ଏଆଇଏଡିଏମକେ ସମର୍ଥକଙ୍କ ମଧ୍ୟରେ ବାକଯୁଦ୍ଧ ଦେଖାଦେଇଥିଲା। ପରେ କ୍ୟାଣ୍ଟିନର ନାମ ପରିବର୍ତ୍ତନ କରିବାକୁ ୭ ତାରିଖରେ ଶପଥ ନେବାକୁ ଥିୂବା ଷ୍ଟାଲିନ ସରକାର ଏହି ନିଷ୍ପତ୍ତି ନେବାକୁ ଯାଉଛନ୍ତି।

୨୦୧୩ରେ ଜୟଲଳିତା ମୁଖ୍ୟମନ୍ତ୍ରୀ ଭାବରେ ଏହି ଆମ୍ମା କ୍ୟାଣ୍ଟିନ ଆରମ୍ଭ କରିଥିଲେ। ଏବେ ତାମିଲନାଡୁରେ ଏହି କ୍ୟାଣ୍ଟିନ ୪୦୭ଟି ରହିଛି। ଗ୍ରେଟର ଚେନ୍ନାଇ କର୍ପୋରେସନ୍ ଦ୍ୱାରା ସମ୍ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଏହି ଆମ୍ମା କ୍ୟାଣ୍ଟିନରେ ୩ ଟଙ୍କାରେ ଭାତ, ଡାଲି ଥାଳି ଥିବା ବେଳେ ଇଡଲି ଏବଂ ଚଟଣି ୩ ଟଙ୍କାରେ ଟିଫିନ ମିଳେ। ଏଆଇଏଡିଏମକେ ସରକାରର ବିଭିନ୍ନ ସାମାଜିକ ପଦକ୍ଷେପ ମଧ୍ୟରୁ ଏହା ସର୍ବୋତ୍ତମ ସାମାଜିକ ପଦକ୍ଷେପ ଭାବରେ କୁହାଯାଏ। ଜୟଲଳିତାଙ୍କ ଏହି କ୍ୟାଣ୍ଟିନ ସ୍କିମ୍ ଏବେ ବିଭିନ୍ନ ରାଜ୍ୟ ସରକାର ଅନୁକରଣ କରୁଛନ୍ତି।

ଡିଏମକେ କିନ୍ତୁ ନିର୍ବାଚନୀ ଇସ୍ତାହାରରେ ଅସହାୟ ତଥା ବଞ୍ଚିତ ଲୋକଙ୍କୁ ରିହାତି ମୂଲ୍ୟରେ ଖାଦ୍ୟ ଯୋଗାଇବା ପାଇଁ ସାରା ରାଜ୍ୟରେ ‘କାଲାଇନଗର’ ନାମରେ ୫୦୦ କ୍ୟାଣ୍ଟିନ ଖୋଲିବାକୁ ପ୍ରତିଶୃତି ଦେଇଛି। ଡିଏମ୍‌କେ ନେତା ଡୁରିମୁରୁଗାନ୍‌ କହିଛନ୍ତି ଯେ ସାରା ରାଜ୍ୟରେ କମ୍ ଦାମରେ ଗୁଣାତ୍ମକ ଖାଦ୍ୟ ଯୋଗାଇବା ପାଇଁ ଡିଏମକେ କ୍ୟାଣ୍ଟିନ ଖୋଲିବାକୁ ପ୍ରତିଶୃତି ଦେଇଛି ଏବଂ ସରକାରୀ କାର୍ଯ୍ୟାଳୟ ପରେ ତୁରନ୍ତ ଏହାକୁ ପ୍ରଥମ ଭାବରେ କାର୍ଯ୍ୟକାରୀ କରିବୁ।

ଚେନ୍ନାଇ ଏବଂ ସମସ୍ତ ମେଟ୍ରୋ ସହରରେ ମାଗଣା ପାନୀୟ ଜଳ କିଓସ୍କ ଖୋଲିବାକୁ ଡିଏମକେ ସରକାର ପ୍ରସ୍ତୁତ ଅଛନ୍ତି। ଏହା ସମ୍ପୃକ୍ତ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ସମର୍ଥିତ ହେବ ଯାହା ପରବର୍ତ୍ତୀ ସମୟରେ CSR ପ୍ଲାଟଫର୍ମ ମାଧ୍ୟମରେ ପାଣ୍ଠି ସଂଗ୍ରହ କରିପାରିବ।

The post ସରକାର ବଦଳିବ, କ୍ୟାଣ୍ଟିନର ନାଁ ବି ବଦଳିବ appeared first on Odisha Reporter.



from Odisha Reporter https://ift.tt/3eRZsJ7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages