ସେନାରେ ସାମିଲ୍ ହେଲେ ପୁଲଓ୍ୱାମା ଶହୀଦଙ୍କ ପତ୍ନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 29, 2021

ସେନାରେ ସାମିଲ୍ ହେଲେ ପୁଲଓ୍ୱାମା ଶହୀଦଙ୍କ ପତ୍ନୀ

ନୂଆଦିଲ୍ଲୀ: ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ଆତଙ୍କବାଦୀଙ୍କ ସହ ଲଢ଼ି ବୀରଗତି ପ୍ରାପ୍ତ କରିଥିଲେ ମେଜର ବିଭୂତି ଶଙ୍କର ଧୌଣ୍ଡିଆଲ। ତାଙ୍କ ମର ଶରୀର ପାଖରେ ସେତେବେଳେ ଅଶ୍ରୁ ଗଡ଼ାଇ ସାଲ୍ୟୁଟ ମାରି ଚର୍ଚ୍ଚାକୁ ଆସିଥିଲେ ସ୍ତ୍ରୀ ନିତିକା କୌଲ। ଏବେ ସେ ତାଙ୍କ ସ୍ୱାମୀଙ୍କ ପଥରେ। କାରଣ ନିତିକା ଏବେ ସେନାରେ ସାମିଲ୍ ହୋଇଛନ୍ତି। ଆର୍ମିରେ ଯୋଗ ଦେବା ପରେ ସେ ଲେଫ୍ଟନେଣ୍ଟ ନିତିକା କୌଲ ଧୌଣ୍ଡିଆଲ ହୋଇଛନ୍ତି। ଆଜି ସେନାର ପୋଷାକ ପିନ୍ଧିବା ପରେ ସର୍ବ ପ୍ରଥମେ ତାଙ୍କ ସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି।

ଶନିବାର ଅଫିସର୍ ଟ୍ରେନିଂ ଏକାଡେମୀ (OTA)ର ଏକ ପାସ୍ ପ୍ୟାରେଡ୍ ହୋଇଥିଲା। ଏହି ଅବସରରେ ଅନେକ କ୍ୟାଡେଟ୍ ଭାରତୀୟ ସେନାର ୟୁନିଫର୍ମ ପିନ୍ଧି ଦେଶର ସେବା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ସମସ୍ତ ନଜର ଥିଲା ଲେଫ୍ଟନାଣ୍ଟ ନିତିକାଙ୍କ ଉପରେ। ନିତିକା ମଧ୍ୟ ସମାନ ୟୁନିଫର୍ମ ପିନ୍ଧିଥିଲେ ଯାହା ପୂର୍ବରୁ ତାଙ୍କ ଶହୀଦ ସ୍ୱାମୀ ମେଜର ବିଭୁତି ଶଙ୍କର ଧୌଣ୍ଡିଆଲ ପିନ୍ଧିଥିଲେ।

ମେଜର ବିଭୂତି ଶଙ୍କର ଧୌଣ୍ଡିଆଲ ଶହୀଦ ହେବା ପରେ ଯେତେବେଳେ ତାଙ୍କ ମର ଶରୀର ବାସଭବନରେ ପହଞ୍ଚିଥିଲା ସେତେବେଳେ ପତ୍ନୀ ନିତିକା ପାଖରେ ଛିଡ଼ା ହୋଇ କାନ୍ଦି କାନ୍ଦି ସାଲ୍ୟୁଟ ମାରିଥିଲେ। ସେ କହିଥିଲେ ‘ତୁମେ ମୋତେ ମିଛ କହିଛ ଯେ ତୁମେ ମୋତେ ଅଧିକ ଭଲ ପାଅ। କିନ୍ତୁ ତୁମେ ତମ ଦେଶକୁ ଅଧିକ ଭଲ ପାଉଥିଲ…. କେବଳ ତୁମେ ନୁହେଁ ମୁଁ ମଧ୍ୟ ଏଥିପାଇଁ ଗର୍ବିତ’

ଗଣମାଧ୍ୟମରେ ଏହାକୁ ନେଇ ସେତେବେଳେ ଖୁବ ଚର୍ଚ୍ଚା ହୋଇଥିଲା। ଏହାପରେ ନିତିକା ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ ସେ ଜଣେ ଗରିବ ବ୍ୟକ୍ତି ନୁହଁନ୍ତି ବରଂ ଜଣେ ସାହସୀ ଶହୀଦଙ୍କ ପତ୍ନୀ ଏବଂ ସେ ତାଙ୍କ ସ୍ୱାମୀଙ୍କ ଶହୀଦ ପାଇଁ ଗର୍ବିତ।

ମେଜର ବିଭୂତିଙ୍କୁ ଯେତେବେଳେ ଶେଷ ସମ୍ମାନ ସହ ଶେଷ କୃତ୍ୟୁ ପାଇଁ ନିଆଯାଉଥିଲା ସେତେବେଳେ ନିତିକା ତାଙ୍କ ସ୍ୱାମୀଙ୍କୁ ‘ଜୟ ହିନ୍ଦ’ କହି ଶେଷ ବିଦାୟ ଦେଇଥିଲେ। ସେବେଠାରୁ ସେ ସ୍ୱାମୀଙ୍କ ପରି ହେବେ ବୋଲି ପ୍ରତିଜ୍ଞା କରିଥିଲେ। ମାତ୍ର ୧୦ ମାସର ବୈବାହିକ ଜୀବନ କାଟିଥିବା ନିତିକା ଏହାପରେ ଏସଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ତାଙ୍କୁ ସେନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ମଧ୍ୟ ସେନା ଅଧିକାରୀଙ୍କ ପରି ୟୁନିଫର୍ମ ପିନ୍ଧି ଶତ୍ରୁମାନଙ୍କ ବିରୁଦ୍ଧରେ ଲଢ଼େଇ କରିବାକୁ ପ୍ରସ୍ତୁତ।

ସେନାରେ ସାମିଲ୍ ହେବା ପୂର୍ବରୁ ନିତିକା ଏଚସିଏଲ କମ୍ପାନୀରେ ଚାକିରି କରିଥିଲେ। ସ୍ୱାମୀ ଶହୀଦ ହେବା ପରେ ସେ ଚାକିରି ଛାଡ଼ି ଦେଇଥିଲେ। କିଛି ସେନା ଅଧିକାରୀ ତାଙ୍କୁ ପରୀକ୍ଷା ପାଇଁ ମାର୍ଗଦର୍ଶକ ସାଜିଥିଲେ। ଏହାପରେ ୨୦୧୯ରେ ସେ ଏସଏସସି ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ। ମେଜର ବିଭୂତି ଏବଂ ନିତିକା ପରସ୍ପରକୁ ଫେସବୁକରୁ ଜାଣିଥିଲେ। ଏହାପରେ ଚାଟିଂ କରୁ କରୁ ଉଭୟ ପ୍ରେମରେ ପଡ଼ିଥିଲେ। ପରେ ଉଭୟ ବିବାହ କରିଥିଲେ।

The post ସେନାରେ ସାମିଲ୍ ହେଲେ ପୁଲଓ୍ୱାମା ଶହୀଦଙ୍କ ପତ୍ନୀ appeared first on Odisha Reporter.



from Odisha Reporter https://ift.tt/3uxqong

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages