ଥମିନି ବିବାଦ: ଅଲପନଙ୍କୁ ନୋଟିସ୍‌, ୩ ଦିନରେ ଉତ୍ତର ଦେବାକୁ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 31, 2021

ଥମିନି ବିବାଦ: ଅଲପନଙ୍କୁ ନୋଟିସ୍‌, ୩ ଦିନରେ ଉତ୍ତର ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ଏବେ କେନ୍ଦ୍ର ସରକାର ନୋଟିସ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ବୈଠକରେ ସେ କାହିଁକି ଯୋଗ ଦେଲେ ନାହିଁ, ତାର ଉତ୍ତର ଦେବାକୁ କାରଣ ଦର୍ଶାଅ ନୋଟିସ ଦେଇଛନ୍ତି କେନ୍ଦ୍ର ସରକାର। ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ଆଧାରରେ ଏହି ନୋଟିସ୍ ଜାରି କରାଯାଇଥିବା ବେଳେ ୩ ଦିନ ଭିତରେ ଉତ୍ତର ଦେବାକୁ ଅଲପନଙ୍କୁ କୁହାଯାଇଛି।

ବାତ୍ୟା ‘ୟାସ୍‌’ ଜନିତ କ୍ଷୟକ୍ଷତିର ସମୀକ୍ଷା କରିବା ପାଇଁ ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ବୈଠକକୁ ମମତା ବାନାର୍ଜୀ ଓ ତତ୍‌କାଳୀନ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ ଡେରିରେ ଯାଇଥିଲେ। ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ସେମାନେ ଅଧାଘଣ୍ଟା ଅପେକ୍ଷା କରାଇଥିଲେ। ପୁଣି ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରି ଏକ ଦାବିପତ୍ର ଦେଇ ଅଲଗା ବୈଠକ ଅଛି କହି ସଙ୍ଗେ ସଙ୍ଗେ ସେଠାରୁ ଚାଲି ଯାଇଥିଲେ। ଅଲପନ ମଧ୍ୟ ମମତାଙ୍କ ସହ ଚାଲି ଯାଇଥିଲେ।

ଏହା ପରେ ଅଲପନଙ୍କୁ ଦିଲ୍ଲୀ ଡକା ଯାଇଥିଲା। ରାଜ୍ୟ ସରକାର ତାଙ୍କୁ ଦାୟିତ୍ୱ ମୁକ୍ତ କରି କେନ୍ଦ୍ରକୁ ପଠାଇବାକୁ ଚିଠି କରାଯାଇଥିଲା। ଗତ ସୋମବାର ସୁଦ୍ଧା ଡିପାର୍ଟମେଣ୍ଟ ଅଫ୍ ପର୍ସନାଲରେ ରିପୋର୍ଟ କରିବାକୁ ତାଙ୍କୁ କୁହାଯାଇଥିଲା କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ଅପଲନଙ୍କୁ ରିଲିଭ କରି ନଥିଲେ। ବାତ୍ୟା ଓ କରୋନା ଚ୍ୟାଲେଞ୍ଜର ମୁକାବିଲା ଚାଲିଥିବା ବେଳେ ଏହି ସମୟରେ ମୁଖ୍ୟ ଶାସନ ସଚିବଙ୍କୁ ଛାଡ଼ିପାରିବେ ନାହିଁ ବୋଲି କହି ମମତା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

ଏହି ବାଦବିବାଦ ମଧ୍ୟରେ ଗତକାଲି ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥିଲେ ଅଲପନ। ତାଙ୍କ କାର୍ଯ୍ୟକାଳ ଆହୁରି ୩ ମାସ ବଢ଼ା ଯାଇଥିଲେ ବି ସେ ଗତକାଲି ଅବସର ନେଇ ଯାଇଥିଲେ। ଆଉ ଅବସର ନେବା ପରେ ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିଲେ।

The post ଥମିନି ବିବାଦ: ଅଲପନଙ୍କୁ ନୋଟିସ୍‌, ୩ ଦିନରେ ଉତ୍ତର ଦେବାକୁ ନିର୍ଦ୍ଦେଶ appeared first on Odisha Reporter.



from Odisha Reporter https://ift.tt/3p6dv2i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages