ଭାରତର ଭୂତାଣୁ ନାଁ ‘ଡେଲ୍‌ଟା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 1, 2021

ଭାରତର ଭୂତାଣୁ ନାଁ ‘ଡେଲ୍‌ଟା’

ନୂଆଦିଲ୍ଲୀ: ଭାରତରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଭୂତାଣୁର ନାମକରଣ ହୋଇଛି । ଏହାର ନାଁ ଦିଆଯାଇଛି ‘ଡେଲ୍‌ଟା ଭାରିଏଣ୍ଟ’ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୋମବାର ପ୍ରଥମଥର ପାଇଁ କରୋନା ଭୂତାଣୁ ଷ୍ଟ୍ରେନ୍‌ର ନାମକରଣ କରିଛି ।

ଭାରତରେ ଦେଖା ଦେଇଥିବା କରୋନାର ମ୍ୟୁଟାଂଟ୍ ବି.୧. ୬୧୭.୨ ହୋଇଥିବାବେଳେ ଏହାକୁ ଭାରତ ଭାରିଏଣ୍ଟ ବୋଲି କୁହାଯିବାକୁ ନେଇ ଆପତ୍ତି କରିଥିଲା ନୂଆଦିଲ୍ଲୀ। ଏବେ ହୁ’ ଏହାର ନାମ ‘ଡେଲଟା’ ରଖିଛି ।

କରୋନ ପାଇଁ ଦାୟୀ ହୋଇଥିବା ଭାଇରସର ନାମକରଣ ଗ୍ରୀକ ଅଲଫାବେଟର ବ୍ୟବହାର କରାଯାଇ ନାମିତ ହୋଇଛି । ବ୍ୟାପକ ପରାମର୍ଶ ଏବଂ ତର୍ଜମା ପରେ ଏହି ନାମ ସ୍ଥିର କରାଯାଇଛି । ଏଥିପାଇଁ ହୁ’ ସମଗ୍ର ବିଶ୍ୱରେ ବିଶେଷଜ୍ଞ ଗୋଷ୍ଠୀଙ୍କୁ ଏହା କରିବାକୁ ନିର୍ଦ୍ଦେଶ ଦେଇଥିଲା ।

ଏହା ପୂର୍ବରୁ ଇଂଲଣ୍ଡରେ ଦେଖା ଦେଇଥିବା କରୋନା ଷ୍ଟ୍ରେନର ନାଁ ‘କାପା’ ରଖାଯାଇଛି । ସେହିପରି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନର ନାଁ ‘ବିଟା’ ଓ ବ୍ରାଜିଲ ଷ୍ଟ୍ରେନର ନାଁ ‘ଗାମା’ ରଖାଯାଇଛି । ଏଥିସହ ବିଶ୍ୱର ଅନ୍ୟାନ୍ୟ ଭାଗରେ ଦେଖାଯାଇଥିବା କରୋନାର ଅନ୍ୟ ଭାରିଏଣ୍ଟର ମଧ୍ୟ ନାମକରଣ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ପ୍ରାୟ ୨୪ଟି ଅକ୍ଷରକୁ ନେଇ ଆଲ୍ଫାରୁ ଓ ମେଗା ଯାଏଁ ନାମକରଣ କରାଯାଇଛି । ନାମକରଣ ପ୍ରଣାଳୀରେ ବିଶେଷଜ୍ଞ, ଏବଂ ଅଣ-ଆଣବିକ, ଜୀବାଣୁ ଟକ୍ସୋନୋମିକ୍ ବିଶେଷଜ୍ଞ, ରାଷ୍ଟ୍ରୀୟ ପ୍ରାଧିକରଣ ସାମିଲ ହୋଇଥିଲେ। 

The post ଭାରତର ଭୂତାଣୁ ନାଁ ‘ଡେଲ୍‌ଟା’ appeared first on Odisha Reporter.



from Odisha Reporter https://ift.tt/3fIJ1k5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages