ଏଣିକି ଅକ୍ସିଜେନ ବୋଝେଇ ଗାଡ଼ିରେ ଲାଗିବ ଜିପିଏସ୍ ସିଷ୍ଟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 7, 2021

ଏଣିକି ଅକ୍ସିଜେନ ବୋଝେଇ ଗାଡ଼ିରେ ଲାଗିବ ଜିପିଏସ୍ ସିଷ୍ଟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଅକ୍ସିଜେନ ନେଇ ଯାଉଥିବା ସମସ୍ତ ଗାଡ଼ିରେ ଲାଗିବ ଜିପିଏସ୍ ସିଷ୍ଟମ। ଏହାବାଦ ଖାଲି ସିଲିଣ୍ଡର ବୋହୁଥିବା ଗାଡ଼ି ସଂଖ୍ୟା ବଢାଇବା ସହ ଏଭଳି ଗାଡ଼ି କେଉଁଠି ରାସ୍ତାରେ ଯେପରି ନ ଅଟକେ ତା ଉପରେ ରହିବ ତୀକ୍ଷ୍ଣ ନଜର।  ସମସ୍ତ ଦେଶରେ ଅକ୍ସଜେନ ପାଇଁ  ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାର ନିରବଚ୍ଛିନ୍ନ ପରିବହନ ଲାଗି ଜାରି ହୋଇଛି ଏପରି ନିର୍ଦ୍ଦେଶନାମା।

କୋଭିଡ୍ ରୋଗୀଙ୍କ ଚିକିତ୍ସା ଲାଗି ଅକ୍ସିଜେନର ଆବଶ୍ୟକତା ଦୃଷ୍ଟିରୁ ଏହାର ନିରବଚ୍ଛିନ୍ନ ପରିବହନ ଲାଗି ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀମାନଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

ଏସିଏସ ପ୍ରଦୀପ୍ତ କୁମାର ମହାପାତ୍ର ଲେଖିଛନ୍ତି ଯେ, ପ୍ରତି ଜିଲ୍ଲାରେ ଅକ୍ସିଜେନ୍ ସିଲିଣ୍ଡରର ବ୍ୟବସ୍ଥା ହୋଇଛି ଏବଂ ପ୍ରତି ଜିଲ୍ଲାର ଗୋଟିଏ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଟିଏ ଲେଖାଏଁ ଅଧିକ ରିଫିଲିଂ ସେଣ୍ଟର ଯୋଗାଇ ଦିଆଯାଇଛି । ତେଣୁ ନିରବଚ୍ଛିନ୍ନ ଅକ୍ସିଜେନ୍ ଯୋଗାଣ ଲାଗି ରିଫିଲିଂ ସେଣ୍ଟରକୁ ଗାଡ଼ି ସଂଖ୍ୟା ବଢାଇବାକୁ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି  ।

ରାସ୍ତାରେ କୌଣସି ପ୍ରକାର ଅସୁବିଧାକୁ ଏଡାଇବା ଲାଗି ଅତିକମ୍‌ରେ  ଗୋଟିଏ ଅତିରିକ୍ତ ଗାଡ଼ି ସଜାଗ ରଖିବାକୁ କୁହାଯାଇଛି । ସେହିଭଳି ଅକ୍ସିଜେନ୍ ପରିବହନ କରୁଥିବା ସମସ୍ତ ଗାଡ଼ିରେ ଜିପିଏସ୍ ବ୍ୟବସ୍ଥା କରିବାକୁ ମଧ୍ୟ ଇଲେକଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅଧିକାରୀଙ୍କୁ କୁହାଯାଇଛି ।

ଖାଲି ସିଲିଣ୍ଡର ବୋହୁଥିବା ଗାଡ଼ିର ସଂଖ୍ୟା ବଢାଇବା ସହ ଏଭଳି ଗାଡ଼ି କେଉଁଠି ରାସ୍ତାରେ ଯେପରି ନ ଅଟକେ ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ଅକ୍ସିଜେନ୍ ରିଫିଲିଂ, ପରିବହନ ଆଦି କାର୍ଯ୍ୟର  ତଦାରଖ କରିବାକୁ ଜଣେ ଦାୟିତ୍ୱସମ୍ପନ୍ନ ଅଧିକାରୀ କାର୍ଯ୍ୟ  କରିବେ ବୋଲି ଏସିଏସ ନିର୍ଦ୍ଦେଶ ଦେଇଛନ୍ତି।

The post ଏଣିକି ଅକ୍ସିଜେନ ବୋଝେଇ ଗାଡ଼ିରେ ଲାଗିବ ଜିପିଏସ୍ ସିଷ୍ଟମ appeared first on Odisha Reporter.



from Odisha Reporter https://ift.tt/3etLnlZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages