ଭାରତ ଗସ୍ତରେ ଆସିବେ କି ଡୋନାଲ୍ଡ ଟ୍ରମ୍ପ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 7, 2021

ଭାରତ ଗସ୍ତରେ ଆସିବେ କି ଡୋନାଲ୍ଡ ଟ୍ରମ୍ପ?

ଶିମଲା: ହିମାଚଳ ପ୍ରଦେଶର ଶିମଲା ବୁଲିବାକୁ ଆସିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ। ଉଭୟଙ୍କ ନାମରେ ଇ-ପାସ ଜାରି କରାଯାଇଥିବା ସୂଚନା ରହିଛି। ଜଣେ ବ୍ୟକ୍ତି ଏହି ଦୁଇ ଚର୍ଚ୍ଚିତ ବ୍ୟକ୍ତିଙ୍କ ନାମରେ ଇ-ପାସ ବାହାର କରିବା ଏହି ଦୁଇ ଚର୍ଚ୍ଚିତ ବ୍ୟକ୍ତି ଶିମଲା ଆସୁଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଏହି ଖବରର କିନ୍ତୁ କୌଣସି ସତ୍ୟତା ନଥିବା ପୁଲିସ ତଦନ୍ତ କରି ଜାଣିବାକୁ ପାଇଛି।

ହିମାଚଳ ପ୍ରଦେଶ ପୁଲିସ ଏବେ ଏହି ମାମଲାରେ ଏକ କେସ୍ ଦାୟର କରିଛି। ଦୁଇଟି ଯାକ ପାସ୍ ଗୋଟିଏ ମୋବାଇଲ ନମ୍ୱର ଏବଂ ଆଧାର ନମ୍ୱରରୁ ତିଆରି ହୋଇଥିବା ପୁଲିସ କହିଛି। ଶୁକ୍ରବାର ହିମାଚଳ ପ୍ରଦେଶ ପୁଲିସ ଏହି ରାକେଟକୁ ଧରିଛି। କୋଭିଡ୍ ମହାମାରୀ ପାଇଁ ହିମାଚଳ ପ୍ରଦେଶରେ ପ୍ରବେଶ କରିବାକୁ ହେଲେ ଏପ୍ରିଲ ୨୭ରେ ଇ-ପାସ ହେବା ଅନିର୍ବାର୍ଯ୍ୟ ଥିଲା।

ପୁଲିସ କହିଛି ଡୋନାଲ୍ଡ ଟ୍ରମ୍ପ ଏବଂ ଅମିତାଭ ବଚ୍ଚନଙ୍କ ନାମରେ ଦୁଇଟି ଇ-ପାସ ଜାରି ହୋଇଥିଲା। ଗୋଟିଏର ନମ୍ୱର ଏଚପି-୨୫୬୩୮୨୫ ଥିବା ବେଲେ ଆଉ ଗୋଟିଏ ଏଚପି-୨୫୬୩୨୮୭ ରହିଛି। ପୁଲିସ ଏବେ ଶିମଳା ଇଷ୍ଟ ଥାନାରେ କେସ୍ ରୁଜୁ କରି ତଦନ୍ତ ଜାରି ରଖିଛି। କାହିଁକି ଏହି ଇ-ପାସ ଦୁଇ ଚର୍ଚ୍ଚିତ ବ୍ୟକ୍ତିଙ୍କ ନାମରେ ତିଆରି ହୋଇଥିଲା। ଆଉ ଏହାର ଉଦ୍ଦେଶ୍ୟ ବାବଦରେ ଜାଣିବାକୁ ପୁଲିସ ତଦନ୍ତ ଜାରି ରଖିଛି।

The post ଭାରତ ଗସ୍ତରେ ଆସିବେ କି ଡୋନାଲ୍ଡ ଟ୍ରମ୍ପ? appeared first on Odisha Reporter.



from Odisha Reporter https://ift.tt/3hc9gAb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages