ନିଖୋଜ ଅକ୍ସିଜେନ ଟ୍ୟାଙ୍କରକୁ ଖୋଜି ବାହାର କଲା ପୁୁଲିସ, ବଞ୍ଚିଗଲା ୪୦୦ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 7, 2021

ନିଖୋଜ ଅକ୍ସିଜେନ ଟ୍ୟାଙ୍କରକୁ ଖୋଜି ବାହାର କଲା ପୁୁଲିସ, ବଞ୍ଚିଗଲା ୪୦୦ ଜୀବନ

ଅମରାବତୀ: ଓଡ଼ିଶାରୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ଯାଉଥିବା ବେଳେ ବାଟରେ ନିଖୋଜ ହୋଇଯାଇଥିବା ଏକ ଅକ୍ସିଜନ ଟ୍ୟାଙ୍କର ଉଦ୍ଧାର ହୋଇଛି। ନିଖୋଜ ହେବାର ଦିନକ ପରେ ଏହି ଟ୍ୟାଙ୍କରକୁ ଆନ୍ଧ୍ର ପୁଲିସ ଖୋଜି ବାହାର କରିଛି। ଆଉ ପୁଲିସ ଏହି ଟ୍ୟାଙ୍କରକୁ ସଠିକ ସମୟରେ ଖୋଜି ବାହାର କରିଥିବାରୁ ପ୍ରାୟ ୪୦୦ ରୋଗୀଙ୍କ ଜୀବନ ବଞ୍ଚିଯାଇଛି।

ଓଡ଼ିଶାରୁ ଆନ୍ଧ୍ର ଯାଉଥିବା ଏହି ୧୮ ଟନ୍ ବିଶିଷ୍ଟ ଟ୍ୟାଙ୍କର ଗୁରୁବାର ବିଳମ୍ୱିତ ରାତିରେ ବିଜୟୱାଡାରୁ ନିଖୋଜ ହୋଇଯାଇଥିଲା। ଏହାପରେ ବିଜୟୱାଡାର ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରାୟ ୪୦୦ ରୋଗୀଙ୍କ ପାଇଁ ଅକ୍ସିଜେନ କିଭଳି ଯୋଗାଇ ଦିଆଯିବ ସେନେଇ ପ୍ରଶାସନର ନିଦ ହଜିଯାଇଥିଲା। ଟ୍ରାକିଂ ସିଷ୍ଟମ ବିଫଳ ହୋଇଥିବାରୁ ପୁଲିସ ପ୍ରାଥମିକ ଭାବରେ ସହଜରେ ଏହି ଟ୍ୟାଙ୍କରକୁ ଖୋଜି ବାହାର କରିପାରିନଥିଲା ବୋଲି ଜଣାପଡ଼ିଛି।

ତେବେ ନିଖୋଜ ହେବାର କିଛି ସମୟ ପରେ ବିଜୟୱାଡା ପୁଲିସ କମିଶନର ଓଡିଶା-ବିଜୟୱାଡା ରାସ୍ତାରେ ଥିବା ସମସ୍ତ ଥାନାକୁ ଏ ନେଇ ଆଲର୍ଟ କରାଇଥିଲେ। ସମସ୍ତ ଆନ୍ଧ୍ରପ୍ରଦେଶ ପୁଲିସ୍ ୟୁନିଟ୍ ଏହାକୁ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରି ପ୍ରତି ଗଳି କନ୍ଦିରେ ଖୋଜିବା ଆରମ୍ଭ କରିଥିଲା। ଆଉ ଶେଷରେ ପୂର୍ବ ଗୋଦାବରୀ ଜିଲ୍ଲାର ଧର୍ମଭାରମର ଏକ ଢ଼ାବା ନିକଟରେ ଏହି ନିଖୋଜ ଟ୍ୟାଙ୍କରକୁ ପାଇଥିଲା ପୁଲିସ।

ତଦନ୍ତରୁ ଜଣାପଡ଼ିଛି ଯେ ଟ୍ୟାଙ୍କର ଚାଳକ ଜଣଙ୍କ ଥକ୍କା ଅନୁଭବ କରିବାରୁ ଢାବା ଠାରେ ଟ୍ୟାଙ୍କରକୁ ଅଟକାଇ ବିଶ୍ରାମ ନେଉଥିଲା। ଆଉ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୁଲିସକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଜଣେ ହୋମଗାର୍ଡଙ୍କୁ ଡ୍ରାଇଭର ସହିତ ନିୟୋଜିତ କରିଥିଲା। ଆଉ ସେହି ଢ଼ାବା ପାଖରୁ ଟ୍ୟାଙ୍କରଟିକୁ ଆଣି ଠିକଣା ଜାଗାରେ ପହଞ୍ଚାଇଥିଲା।

The post ନିଖୋଜ ଅକ୍ସିଜେନ ଟ୍ୟାଙ୍କରକୁ ଖୋଜି ବାହାର କଲା ପୁୁଲିସ, ବଞ୍ଚିଗଲା ୪୦୦ ଜୀବନ appeared first on Odisha Reporter.



from Odisha Reporter https://ift.tt/3tD4JcZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages