‘ଯିଏ କାମ କରେ ସିଏ ଭୁଲ୍ କରେ, ନିକମ୍ମା ପରର ଦୋଷ ଖୋଜେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 14, 2021

‘ଯିଏ କାମ କରେ ସିଏ ଭୁଲ୍ କରେ, ନିକମ୍ମା ପରର ଦୋଷ ଖୋଜେ’

ନୂଆଦିଲ୍ଲୀ: ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେର କରୋନା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସମାଲୋଚନା କରିବାର ଦିନକ ପରେ ପୁଣି ଆଉ ଏକ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି, ଯିଏ କାମ କରେ ସେ ଭୁଲ୍ କରେ। ଅନୁପମଙ୍କ ଏଭଳି ମନ୍ତବ୍ୟକୁ ନେଇ ପୁଣିଥରେ ଆରମ୍ଭ ହୋଇଛି ଚର୍ଚ୍ଚା। କାରଣ ଶାସକ ଦଳ ବିଜେପି ସପକ୍ଷରେ ପ୍ରାୟତଃ ସେ ମତ ରଖନ୍ତି। ଅନୁପମଙ୍କ ପତ୍ନୀ କିରଣ ଖେର୍ ବିଜେପି ସାଂସଦ।

ମୋଦି ସରକାର ପ୍ରତି ଆନୁଗତ୍ୟ ଦେଖାଉଥିବା ଏହି ଭେଟେରାନ ଅଭିନେତା ଏକ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତ କାର ଦେବା ବେଳେ କହିଥିଲେ ସରକାର ସ୍ୱାସ୍ଥ୍ୟ ସଙ୍କଟ ବେଳେ ଠିକ୍ ଭାବରେ ପରିଚାଳନା କରି ନାହାନ୍ତି। ତେଣୁ ଅଘଟଣ ଘଟୁଛି। କିନ୍ତୁ ଅନ୍ୟ ରାଜନୀତିକ ଦଳମାନେ ମଧ୍ୟ ଏହି ତ୍ରୁଟିର ଫାଇଦା ଉଠାଇବା ଠିକ୍ ନୁହେଁ।

ଗଙ୍ଗା ଏବଂ ଅନ୍ୟାନ୍ୟ ନଦୀରେ ଅନେକ ଶବ ଭାସିବା ବିଷୟରେ ଅନୁପମ ଖେର୍ କହିଥିଲେ ଯେ ଅନେକ କ୍ଷେତ୍ରରେ ସମାଲୋଚନା ଯୁକ୍ତିଯୁକ୍ତ। ସରକାର ସମସ୍ୟା ପ୍ରତି ଗୁରୁତ୍ୱ ଦେବା ଦରକାର। ନଦୀରେ କିଭଳି ଲୋକମାନେ ଶବ ନ ଫିଙ୍ଗିବେ ସେଥିପ୍ରତି ପ୍ରଶାସନ ପଦକ୍ଷେପ ନେବା ଦରକାର। ମହାମାରୀ ବେଳେ ଯାହା ଘଟୁଛି ତାହା ନିଶ୍ଚିତ ଭାବରେ ଜଣଙ୍କୁ କ୍ରୋଧିତ କରିବା ସ୍ୱାଭାବିକ। ଆଉ ଯାହା ଘଟୁଛି ସେଥିପାଇଁ ସରକାର ହିଁ ଉତ୍ତରଦାୟୀ ରହିବେ। ତେଣୁ ସରକାର ଭାବମୂର୍ତ୍ତି ସୁଧାରିବାକୁ ପ୍ରୟାସ କରିବା ପରିବର୍ତ୍ତେ ଜୀବନ କିଭଳି ବଞ୍ଚିବ ତା’ଉପରେ ଗୁରୁତ୍ୱ ଦେବା ଦରକାର ବୋଲି ଏହି ଭେଟେରାନ ଅଭିନେତା କହିଥିଲେ।

ଏହାପରେ ଆଜି ଅନୁପମ ଖେର ଆଉ ଏକ ଟ୍ୱିଟ୍ କରି କହିଛନ୍ତି, ଯିଏ କାମ କରେ ସେ ଭୁଲ କରେ। ନିକମ୍ମା ବ୍ୟକ୍ତି ସବୁବେଳେ ପରର ଦୋଷ ଖୋଜିବାରେ ସମୟ ବିତାନ୍ତି ବୋଲି ସେ କହିଛନ୍ତି। ଦୁଇ ଦିନ ତଳେ ଅନୁପମ ଖେର ସରକାରଙ୍କୁ ମୃଦୁ ସମାଲୋଚନା କରିଥିଲେ। ଏହାପରେ ବିରୋଧୀ କଂଗ୍ରେସ ସମେତ ଅନ୍ୟାନ୍ୟ ଦଳ ମଧ୍ୟ ସରକାରକୁ ଟାର୍ଗେଟ କରିଥିଲା। ଏହାପରେ ଆଜି ଖେର ଟ୍ୱିଟ୍ କରି ବିରୋଧୀଙ୍କୁ ପାଲଟା ସମାଲୋଚନା କରିଥିବା କୁହାଯାଉଛି।

ସୂଚନାଯୋଗ୍ୟ, କରୋନା ମହମାରୀ ବେଳେ ଦେଶର ସ୍ୱାସ୍ଥ୍ୟ ଉପକରଣରେ ଘୋର ଅଭାବ ଦେଖାଦେଇଛି। ଆବଶ୍ୟକରୁ ଅଧିକ ଅକ୍ସିଜେନ ଦରକାର ପଡ଼ିବା ଏଂ ହସ୍ପିଟାଲରେ ଆଇସିୟୁ ବେଡ୍ ନମିଳିବା ନେଇ ସରକାର ଏବେ ସମାଲୋଚନାର ଶିକାର ହେଉଛନ୍ତି। ପୂର୍ବ ପ୍ରସ୍ତୁତି ନଥିବାରୁ ଆଜି ଏଭଳି ହେଉଛି ବୋଲି କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ କହିଛନ୍ତି।

The post ‘ଯିଏ କାମ କରେ ସିଏ ଭୁଲ୍ କରେ, ନିକମ୍ମା ପରର ଦୋଷ ଖୋଜେ’ appeared first on Odisha Reporter.



from Odisha Reporter https://ift.tt/3y970Qo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages