ଲକ୍ଷ୍ନୌ: କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣା ଉଲ୍ଲଙ୍ଘନ କରିବାରୁ ଜଣେ ୧୭ ବର୍ଷୀୟ ବାଳକଙ୍କୁ ପୁଲିସ୍ ହାଜତକୁ ନେଇ ପ୍ରବଳ ମାଡ଼ ମାରିଛି। ପ୍ରବଳ ମାଡ଼ ଯୋଗୁ ନାବାଳକଙ୍କ ମୃତ୍ୟୁ ଘଟିଛି। ଏପରି ଅଭିଯୋଗ ଆସିବା ପରେ ଉତ୍ତର ପ୍ରଦେଶର ଉନ୍ନାଓରେ ଉତ୍ତେଜନା ପ୍ରକାଶ ପାଇଛି।
ଲୋକଙ୍କ ଆକ୍ରୋଶକୁ ପ୍ରଶମିତ କରିବା ପାଇଁ ଉତ୍ତର ପ୍ରଦେଶ ପୁଲିସ୍ ଦୁଇ ଜଣ କନଷ୍ଟେବଲଙ୍କୁ ନିଲମ୍ବିତ କରିଥିବା ବେଳେ ଜଣେ ହୋମଗାର୍ଡଙ୍କୁ ଚାକିରିରୁ ବହିଷ୍କାର କରିଛି। ସେହିପରି ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।
ସୂଚନା ଅନୁସାରେ, ଉନ୍ନାଓର ଭାତପୁରୀ ଅଞ୍ଚଳରେ ଏହି ଘଟଣା ଘଟିଛି। ନାବାଳକ ଜଣଙ୍କ କରୋନା କର୍ଫ୍ୟୁ ବେଳେ ତାଙ୍କ ଘର ସାମ୍ନାରେ ପରିବା ବିକ୍ରି କରୁଥିଲେ। ପୁଲିସ୍ ଏଥିପାଇଁ ତାଙ୍କୁ ସେଠାରୁ ଉଠାଇ ନେଇଥିଲା। ନିକଟସ୍ଥ ଥାନାରେ ତାଙ୍କୁ ଅଟକ ରଖିବା ସହ ପୁଲିସ୍ କର୍ମଚାରୀମାନେ ପ୍ରବଳ ମାଡ଼ ମାରିଥିଲେ। ମାଡ଼ ଯୋଗୁ ନାବାଳକଙ୍କ ଅବସ୍ଥା ଗୁରୁତର ହୋଇଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
थाना बांगरमऊ क्षेत्रांतर्गत युवक की मृत्यु हो जाने के संदर्भ में संबन्धित के विरुद्ध की गई कार्यवाही के विषय में अपर पुलिस अधीक्षक उन्नाव द्वारा दी गई बाइट @Uppolice @dgpup @adgzonelucknow @Igrangelucknow pic.twitter.com/2TCyvaZMp7
— UNNAO POLICE (@unnaopolice) May 21, 2021
ଖବର ପ୍ରଚାରିତ ହେବା ପରେ ଶତାଧିକ ଲୋକ ଘଟଣାକୁ ବିରୋଧ କରି ଲକ୍ଷ୍ନୌ କ୍ରସିଂକୁ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଥିଲେ। ସେମାନେ ସଂପୃକ୍ତ ପୁଲିସ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୀଡ଼ିତଙ୍କ ପରିବାରରୁ ଜଣଙ୍କୁ ସରକାରୀ ଚାକିରି ଓ କ୍ଷତି ପୂରଣ ଦେବାକୁ ଦାବି କରିଥିଲେ।
ପୁଲିସ୍ ଲୋକଙ୍କ ରାଗ ଶାନ୍ତ କରିବା ପାଇଁ ଦୁଇ ଜଣ କନଷ୍ଟେବଲ ଓ ଜଣେ ହୋମ ଗାର୍ଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେହିପରି ଘଟଣାର ନିରପେକ୍ଷ ତଦନ୍ତ କରାଯାଉଛି ବୋଲି କହିଛି।
The post କରୋନା କର୍ଫ୍ୟୁ ଉଲ୍ଲଙ୍ଘନ କରିବାରୁ ପିଟିଲା ପୁଲିସ୍, ଚାଲିଗଲା ନାବାଳକଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/3u4xxv2
No comments:
Post a Comment