ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ପାଟ୍ରୋଲିଂରେ ଯାଇଥିବା ବେଳେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚାଲିଗଲା ଜଣେ ଫରେଷ୍ଟ ଗାର୍ଡଙ୍କ ଜୀବନ। ବଲାଙ୍ଗିର ଜିଲ୍ଲା ସଇଁତଲା ରେଞ୍ଜ ଅନ୍ତର୍ଗତ ରେଙ୍ଗାଲବାହାଲ ଗାଁ ନିକଟରେ ଘଟିଛି ଏ ଅଘଟଣ।
ମୃତ ଫରେଷ୍ଟ ଗାର୍ଡଙ୍କ ନାଁ ଜୁଗେଶ୍ୱର ବୁଡ଼େକ। ଗତକାଲି ରାତି ପ୍ରାୟ ୯ଟା ବେଳେ କରମତଲା ବିଟ୍ର ଫରେଷ୍ଟର୍ଙ୍କ ସହିତ ମିଶି ଜୁଗେଶ୍ୱର ପାଟ୍ରୋଲିଂ ପାଇଁ ଯାଇଥିଲେ। ରେଙ୍ଗାଲବାହାଲ ଗାଁ ନିକଟରେ ଦୁଇ ତିନି ଜଣ ବ୍ୟକ୍ତି ବନ୍ଧୁକ ଧରି ଜଙ୍ଗଲକୁ ଯାଉଥିବା ସେମାନେ ଦେଖିଥିଲେ। ଏହା ପରେ ସେମାନେ ପାଟି କରିଥିଲେ ଓ ଉକ୍ତ ଲୋକମାନଙ୍କୁ ଧରିବାକୁ ଗୋଡ଼ାଇଥିଲେ। ସେହି ସମୟରେ ଦୁର୍ବୃତ୍ତମାନଙ୍କ ମଧ୍ୟରୁ କେହି ଗୁଳି ଚଳାଇଥିଲେ। ଜୁଗେଶ୍ୱରଙ୍କ ପେଟରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସଇଁତଲା ହସ୍ପିଟାଲ୍ ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
ଉକ୍ତ ଦୁର୍ବୃତ୍ତମାନଙ୍କ ସଂପର୍କରେ କିଛି ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ଘଟଣା ସଂପର୍କରେ ଖବର ପାଇବା ପରେ ଜଙ୍ଗଲ ବିଭାଗର ଅନ୍ୟ ଅଧିକାରୀ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାର ତଦନ୍ତ ଚାଲିଥିବା ବେଳେ ଦୁର୍ବୃତ୍ତମାନଙ୍କୁ ଧରିବାକୁ ପ୍ରୟାସ ଜାରି ରହିଛି।
The post ପାଟ୍ରୋଲିଂ ବେଳେ ଦୁର୍ବୃତ୍ତଙ୍କ ଗୁଳିରେ ଚାଲିଗଲା ଫରେଷ୍ଟ ଗାର୍ଡଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/346f72l
No comments:
Post a Comment