୪୦୦ ନକ୍ସଲ୍ କରୋନାରେ ଆକ୍ରାନ୍ତ, ୧୦ ଜଣଙ୍କ ମୃତ୍ୟୁ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 11, 2021

୪୦୦ ନକ୍ସଲ୍ କରୋନାରେ ଆକ୍ରାନ୍ତ, ୧୦ ଜଣଙ୍କ ମୃତ୍ୟୁ !

ରାୟପୁର: ଛତିଶଗଡରେ କରୋନା ଭାଇରସ୍ ହାହାକାର ପରିସ୍ଥିତି ସୃଷ୍ଟି କରିଛି | ପ୍ରତିଦିନ ହଜାର ହଜାର କରୋନା ମାମଲା ସାମ୍ନାକୁ ଆସୁଛି। ଏଥି ସହିତ ଅନେକ ସଂକ୍ରମିତ ରୋଗୀ ମଧ୍ୟ ପ୍ରତିଦିନ ମୃତ୍ୟୁବରଣ କରୁଛନ୍ତି । ତେବେ ଏହି କରୋନା ସଂକ୍ରମଣ ନକ୍ସଲଙ୍କୁ ଶିକାର କରିଥିବା ଜଣାପଡ଼ିଛି । ଛତିଶଗଡ଼ର ଦଣ୍ଡକାରଣ୍ୟ ଜଙ୍ଗଲରେ ୧୦ ନକ୍ସଲଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହିସବୁ ନକ୍ସଲଙ୍କର ସୋମବାର ଅନ୍ତିମ ସଂସ୍କାର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ପାଖାପାଖି ୪୦୦ ନକ୍ସଲ କରୋନାରେ ସଂକ୍ରମିତ ହୋଇଛନ୍ତି । ଦାନ୍ତେୱାଡାର ଏସପି ଅଭିଷେକ ପଲ୍ଲଭ ଏହି ସୂଚନା ଦେଇଛନ୍ତି । ନକ୍ସଲ ୨୦ ଦିନ ତଳେ ସୁକମା ଓ ବୀଜାପୁର ଜଙ୍ଗଲରେ ବଡ଼ ବୈଠକ କରିଥିଲେ । ଏହି ବୈଠକରେ ୫୦୦ରୁ ଅଧିକ ନକ୍ସଲ୍ ସାମିଲ୍‌ ହୋଇଥିଲେ ।

କୁହାଯାଉଛି ଯେ ଏହି ନକ୍ସଲଙ୍କଠାରୁ ହିଁ ସଂକ୍ରମଣ ବ୍ୟାପିଛି। ଏହି ଅଞ୍ଚଳରେ ଦୁଇ ଲକ୍ଷରୁ ଅଧିକ ଆଦିବାସୀ ବାସ କରନ୍ତି । ଜଙ୍ଗଲରେ ମାଓବାଦୀ ରହୁଥିବାରୁ ସେଠାରେ ବାସ କରୁଥିବା ଆଦିବାସୀଙ୍କ ମନରେ ସଂକ୍ରମଣ ଭୟ ଦେଖା ଦେଇଛି । କରୋନା ଯୋଗୁ ଏବେ ନକ୍ସଲଙ୍କର ଛୋଟ ଛୋଟ ବୈଠକ ଆୟୋଜିତ ହେଉଛି ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ଭିତରେ ଛତିଶଗଡ଼ରେ ୧୧୮୬୭ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୧୭୨ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ରାୟପୁର ଜିଲ୍ଲାରେ ସର୍ବାଧିକ ୨୯ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଛି ।

The post ୪୦୦ ନକ୍ସଲ୍ କରୋନାରେ ଆକ୍ରାନ୍ତ, ୧୦ ଜଣଙ୍କ ମୃତ୍ୟୁ ! appeared first on Odisha Reporter.



from Odisha Reporter https://ift.tt/33uGJxY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages