ଲକ୍‌ଡାଉନ୍‌ରେ ଘରେ ରହି ବି ପାଇପାରିବେ ମଦ, ଜାଣନ୍ତୁ କିପରି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 15, 2021

ଲକ୍‌ଡାଉନ୍‌ରେ ଘରେ ରହି ବି ପାଇପାରିବେ ମଦ, ଜାଣନ୍ତୁ କିପରି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ କଟକଣା ମଧ୍ୟରେ ବି ମିଳିବ ମଦ। ଏଥିନିମନ୍ତେ ମିଳିଥିବା ଅନୁମତି କେବଳ ରାଜଧାନୀ ଭୁବନେଶ୍ୱର ପାଇଁ ଲାଗୁ ହେବ। ରାଜଧାନୀରେ ମଦ ବିକ୍ରି ଲାଗି ଅନୁମତି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଫଳରେ ଦୋକାନିମାନେ ଅନଲାଇନ ଜରିଆରେ ମଦ ବିକ୍ରି କରିପାରିବେ ।

ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏ ଅନଲାଇନରେ ମଦ ବିକିବା ଲାଗି ଜିଲ୍ଲାପାଳ ଅନୁମତି ପ୍ରଦାନ କରିଛନ୍ତି। ଗ୍ରାହକମାନେ ଫୋନ୍ ଯୋଗେ, ଏସ୍ଏମ୍ଏସ୍ ଓ  ହ୍ୱାଟସଆପ୍ ଜରିଆରେ ମଦ ମଗାଇ ପାରିବେ । ତେବେ ମଦ ଦୋକାନରେ ବ୍ୟବସାୟ ବେଳେ ସମସ୍ତ କୋଭିଡ୍ ନିୟମ ମାନିବାକୁ ବାଧ୍ୟତାମୂଳକ କରାଯାଇଛି । ମଦ ନେବା ଆଣିବା ଲାଗି ଦୋକାନୀ ଦେଇଥିବା ପରିଚୟ ପତ୍ର ଦେଖାଇ କର୍ମଚାରୀମାନେ ଯାଆସ କରିପାରିବେ ।

ତେବେ ଓଡ଼ିଶା ପାନୀୟ ନିଗମ ଗୋଦାମରୁ ମଦ ଉଠାଇବା ଲାଗି ନିଗମ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି  । ଗୋଦାମରେ ଭିଡ଼ ନିୟନ୍ତ୍ରଣ ଲାଗି କେଉଁ ଅଞ୍ଚଳର ଦୋକାନୀ କେଉଁଦିନ ମଦ ଉଠାଇ ପାରିବ ସେ ନେଇ ଧାର୍ଯ୍ୟ ତାଲିକା ପ୍ରସ୍ତୁତ କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ସଂକ୍ରମଣ କମିବା ନାଁ ଧରୁ ନ ଥିବା ବେଳେ ଗତ ୨୪ ଘଣ୍ଟାରେ ୧୧,୮୦୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ଅତିକ୍ରମ କରିଥିବା ବେଳେ ବର୍ତ୍ତମାନ ଲକ୍ଷେରୁ ଅଧିକ ଚିକିତ୍ସାଧୀନ ଅଛନ୍ତି। ସେହିପରି ରାଜ୍ୟରେ ୨୧ ଜଣ କରୋନାରେ ଆଖି ବୁଜିଛନ୍ତି।

The post ଲକ୍‌ଡାଉନ୍‌ରେ ଘରେ ରହି ବି ପାଇପାରିବେ ମଦ, ଜାଣନ୍ତୁ କିପରି ? appeared first on Odisha Reporter.



from Odisha Reporter https://ift.tt/3w8DFDT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages