ଅନ୍ତିମ ସଂସ୍କାରର ଠିକ୍‌ ପୂର୍ବରୁ ଆଖି ଖୋଲିଲେ କରୋନା ଆକ୍ରାନ୍ତ ବୃଦ୍ଧା, ସମସ୍ତେ ସ୍ତବ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 15, 2021

ଅନ୍ତିମ ସଂସ୍କାରର ଠିକ୍‌ ପୂର୍ବରୁ ଆଖି ଖୋଲିଲେ କରୋନା ଆକ୍ରାନ୍ତ ବୃଦ୍ଧା, ସମସ୍ତେ ସ୍ତବ୍ଧ

ମୁମ୍ବାଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ଘର। ସମସ୍ତେ ନିଜର ସମ୍ପର୍କୀୟଙ୍କୁ ହରାଇବା ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଘରର ପୁରୁଷ ଲୋକମାନେ ମଧ୍ୟ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ତେବେ ଠିକ୍‌ ଏହି ସମୟରେ ଘଟିଥିଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଯେଉଁ କରୋନା ଆକ୍ରାନ୍ତ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଏତେ ସବୁ ଘଟି ଚାଲିଥିଲା, ହଠାତ୍‌ ସେ କାନ୍ଦିବା ଆରମ୍ଭ କରିଥିଲେ। ଆଖି ଖୋଲି ସେ ଜୀବିତ ଥିବା ପ୍ରମାଣ ମଧ୍ୟ ଦେଇଥିଲେ।

ଏକଥା ଶୁଣି ଆପଣ କୌଣସି ଫିଲ୍ମର କାହାଣୀ କୁହାଯାଉଥିବା ଭାବୁଥିବେ। କିନ୍ତୁ ମହାରାଷ୍ଟ୍ରର ବାରାମତୀରେ ଏଭଳି ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଘଟିଛି। ଏଠାରେ ଜଣେ ୭୬ ବର୍ଷୀୟ କରୋନା ଆକ୍ରାନ୍ତ ବୃଦ୍ଧା ଅନ୍ତିମ ସଂସ୍କାରର ଠିକ୍‌ ପୂର୍ବରୁ ଜୀବିତ ଥିବା ଜଣାପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ସେ ଏବେ ଚିକିତ୍ସିତ ହେଉଛନ୍ତି।

ଏହି ବୃଦ୍ଧା ଜଣଙ୍କ ହେଉଛନ୍ତି ୭୬ ବର୍ଷୀୟ ଶକୁନ୍ତଲା ଗାଏକ୍ୱାଡ। ତାଙ୍କ ଘର ବାରାମତୀର ମୁଧାଲେରେ। କିଛି ଦିନ ତଳେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହି କାରଣରୁ ସେ ନିଜ ଘରେ ଆଇସଲୋସେନ ହୋଇ ରହିଥିଲେ। କିନ୍ତୁ ବୟସ ଅଧିକ ରହିଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିଲା। ଏହି କାରଣରୁ ପରିବାର ଲୋକ ତାଙ୍କୁ ବାରାମତୀର ହସ୍ପିଟାଲକୁ ଭର୍ତ୍ତି କରିବାକୁ ନିଷ୍ପତ୍ତି ନେଇଥିଲେ।

ମେ’ ୧୦ ତାରିଖରେ ଗୋଟିଏ ଘରୋଇ ଗାଡ଼ିରେ ଶକୁନ୍ତଳାଙ୍କୁ ନିକଟସ୍ଥ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେ ଗାଡ଼ିରେ ବସିଥିବା ବେଳେ ପରିବାର ଲୋକ ବେଡ୍‌ ଖୋଜିବା କାମରେ ଲାଗିଥିଲେ। ହଠାତ୍‌ ଏହି ସମୟରେ ସେ ଅଚେତ ହୋଇଯିବା ସହ ଆଉ ଆଖି ଖୋଲି ନଥିଲେ। ଫଳରେ ପରିବାର ଲୋକ ତାଙ୍କୁ ମୃତ ବୋଲି ଭାବି ନେଇଥିଲେ। ଏ ସମ୍ପର୍କରେ ସେମାନେ ଅନ୍ୟ ସମ୍ପର୍କୀୟମାନଙ୍କୁ ମଧ୍ୟ ଜଣାଇଥିଲେ।

ଶକୁନ୍ତଳାଙ୍କ ମୃତ୍ୟୁ ଖବର ପାଇ ତାଙ୍କ ସମ୍ପର୍କୀୟମାନେ ଘରେ ଏକାଠି ହୋଇଥିଲେ। ସମସ୍ତେ ଏକାଠି ବସି କାନ୍ଦୁଥିବା ବେଳେ ପୁରୁଷ ଲୋକମମାନେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ତେବେ ହଠାତ୍‌ ବୃଦ୍ଧା ଜଣଙ୍କ କାନ୍ଦିବା ଆରମ୍ଭ କରିଥିଲେ ଓ ଏହାପରେ ସେ ଆଖି ଖୋଲିଥିଲେ।

ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ଏବେ ସେ ଅଧିକ ଚିକିତ୍ସା ପାଇଁ ବାରାମତୀର ସିଲଭର ଜୁବଲୀ ହସ୍ପିଟାଲରେ ରହିଛନ୍ତି। ଡା ସଦାନ୍ଦ କାଲେ ଏ ବିଷୟରେ ସୂଚନା ଦେଇଛନ୍ତି।

The post ଅନ୍ତିମ ସଂସ୍କାରର ଠିକ୍‌ ପୂର୍ବରୁ ଆଖି ଖୋଲିଲେ କରୋନା ଆକ୍ରାନ୍ତ ବୃଦ୍ଧା, ସମସ୍ତେ ସ୍ତବ୍ଧ appeared first on Odisha Reporter.



from Odisha Reporter https://ift.tt/3w9nkyU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages