ଗଡ଼କରୀ ଜଣେ ଭଲ ନେତା, ତାଙ୍କ ଦଳ କିନ୍ତୁ ଠିକ୍ ନୁହେଁ: ଅଶୋକ ଚୌହ୍ୱାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 30, 2021

ଗଡ଼କରୀ ଜଣେ ଭଲ ନେତା, ତାଙ୍କ ଦଳ କିନ୍ତୁ ଠିକ୍ ନୁହେଁ: ଅଶୋକ ଚୌହ୍ୱାନ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ବିଜେପିର ଜଣେ ବଡ଼ ନେତା। ସେ ତାଙ୍କ କାମ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ସେ ଯେଉଁ ଦଳରେ ଅଛନ୍ତି ତାହା ଠିକ୍ ନୁହେଁ। ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନ। କେନ୍ଦ୍ରର ମୋଦି ସରକାର କରୋନା ମୁକାବିଲା କରିବାରେ ବିଫଳ ବୋଲି କହିବା ସହିତ ଗଡ଼କରୀଙ୍କୁ ପ୍ରଶଂସା କରିଛନ୍ତି। ଏମିତିକି କେନ୍ଦ୍ରରେ ଯେତେ ମନ୍ତ୍ରୀ ଅଛନ୍ତି ସେମାନଙ୍କ ମଧ୍ୟରେ ଗଡ଼କରୀ ତାଙ୍କର ସବୁଠୁ ଅଧିକ ପସନ୍ଦ ବୋଲି ସେ କହିଛନ୍ତି।

ଗତକାଲି ମୋଦି ସରକାରକୁ ୭ ବର୍ଷ ପୂରଣ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶ ଏବେ ସାଟେଲାଇଟରୁ ସଡ଼କ ସବୁଥିରେ ଆଗକୁ ବଢ଼ୁଛି। ଭାରତ ଏବେ କୌଣସି ଦେଶର ଚାପର କିଛି ନିଷ୍ପତ୍ତି ନେଉନି। ବରଂ ନିଜର ଏଜେଣ୍ଡା ଅନୁସାରେ ବିକାଶ ମୁହାଁ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କୀ ବାତ୍ କାର୍ଯ୍ୟକ୍ରମରେ କହିଥିଲେ। ଯଦିଓ କଂଗ୍ରେସ ବିରୋଜଗାର, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, ଅଭିବୃଦ୍ଦି ହାର କମିବାକୁ ନେଇ କେନ୍ଦ୍ରର ମୋଦି ସରକାରକୁ ଦାୟୀ କରିଛି। ଏଥିସହ ଦେଶର ସବୁଠୁ ଦୁର୍ବଳ ଓ ଦେଶ ପାଇଁ ହାନିକାରକ ଏହି ସରକାର ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା କହିଥିଲେ।

୭୦ ବର୍ଷ ବନାମ ୭ ବର୍ଷ: ସାଟେଲାଇଟରୁ ସଡକ, ସବୁଥିରେ ବଢ଼ିଛି ଦକ୍ଷତା

କଂଗ୍ରେସ ନେତା ଅଶୋକ ଚୌହ୍ୱାନ ଏକ ଭରଚୁଆଲ ପ୍ରେସ ମିଟ୍ ଜରିଆରେ କହିଥିଲେ, କେନ୍ଦ୍ରର ମୋଦି ସରକାର ସମସ୍ତ କ୍ଷମତା ନିଜ ପାଖରେ ରଖିଛନ୍ତି। ହେଲେ କୋଭିଡ୍ ମହାମାରୀ ବେଳେ ମୃତ୍ୟୁ ପାଇଁ ରାଜ୍ୟ ସରକାର ଉପରେ ଦୋଷ ଲଦୁଛନ୍ତି। କିନ୍ତୁ ଏହି ସମୟରେ ସେ ନାଗପୁର ସାଂସଦ ନୀତୀନ ଗଡ଼କରୀଙ୍କୁ ପ୍ରଶଂସା କରିଥିଲେ। ଗଡକରୀଙ୍କ କାମ ସବୁଠୁ ବଢ଼ିଆ ବୋଲି କହିବା ସହିତ ସେ ତାଙ୍କର ସବୁଠୁ ଅଧିକ ପସନ୍ଦ ବୋଲି ଚୌହ୍ୱାନ କହିଛନ୍ତି। ଗଡକରୀଙ୍କର ମହାରାଷ୍ଟ୍ର ପ୍ରତି ସକାରାତ୍ମକ ଦୃଷ୍ଟିଭଙ୍ଗୀ ରହିଛି। କିନ୍ତୁ ତାଙ୍କ କ୍ଷମତା କ୍ରମଶଃ କମି କମି ଯାଉଛି ବୋଲି ସେ କହିଛନ୍ତି। ହେଲେ କେଉଁ କ୍ଷମତା କମିଛି ସେ ବାବଦରେ ବିସ୍ତୁତ ଭାବରେ କହିନାହାନ୍ତି ଅଶୌକ ଚୌହ୍ୱାନ।

ସବୁଠୁ ଦୁର୍ବଳ, ଦେଶ ପାଇଁ କ୍ଷତିକାରକ ମୋଦି ସରକାର: କଂଗ୍ରେସ

The post ଗଡ଼କରୀ ଜଣେ ଭଲ ନେତା, ତାଙ୍କ ଦଳ କିନ୍ତୁ ଠିକ୍ ନୁହେଁ: ଅଶୋକ ଚୌହ୍ୱାନ appeared first on Odisha Reporter.



from Odisha Reporter https://ift.tt/2R4PJak

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages