ପାଇଖାନା ଟାଙ୍କି ଖୋଳୁଥିବା ବେଳେ ଘର ମାଲିକ ଓ ଶ୍ରମିକ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 30, 2021

ପାଇଖାନା ଟାଙ୍କି ଖୋଳୁଥିବା ବେଳେ ଘର ମାଲିକ ଓ ଶ୍ରମିକ ମୃତ

ଫୁଲବାଣୀ (ତ୍ରିନାଥ ସାହୁ): ପାଇଖାନା ପାଇଁ ଟାଙ୍କି ଖୋଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ପିଟବାରି ଗାଁରେ।

ମୃତକଙ୍କ ମଧ୍ୟରୁ ଜଣେ ଘର ମାଲିକ ହୋଇଥିବା ବେଳେ ଆଉ ଜଣେ ଶ୍ରମିକ। ମୃତ ଘର ମାଲିକଙ୍କ ନାଁ ସଞ୍ଜୟ ପ୍ରଧାନ। ସେହିଭଳି ମୃତ ଶ୍ରମିକଙ୍କ ନାଁ ସନ୍ତୋଷ କହଁର।

ସଞ୍ଜୟ ପ୍ରଧାନ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଥିଲେ। ପିଟବାରି ଗାଁରେ ତାଙ୍କୁ ସରକାରୀ କୋଟାରେ ଏକ ଜାଗା ମିଳିଥିଲା। ସେହି ଜାଗାରେ ସେ ଘର ନିର୍ମାଣ କରୁଥିବା ବେଳେ ପାଇଖାନା ଟାଙ୍କି ମଧ୍ୟ ଖୋଳାଯାଉଥିଲା। ତେବେ ଆଜି ପାଇଖାନା ଟାଙ୍କି ଖୋଳା ଚାଲିଥିବା ବେଳେ ଏଥିରେ ନିୟୋଜିତ ଶ୍ରମିକ ଜଣଙ୍କର ଶ୍ୱାସରୁଦ୍ଧ ହୋଇଯାଇଥିଲା ଓ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ସଞ୍ଜୟ ଭିତରକୁ ପଶିଥିଲେ। ତେବେ ତାଙ୍କର ମଧ୍ୟ ଶ୍ୱାସରୁଦ୍ଧ ହୋଇଯାଇଥିଲା।

ଏହା ଦେଖି ଘରର ସଦସ୍ୟମାନେ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ସଞ୍ଜୟ ଓ ସନ୍ତୋଷଙ୍କୁ ଉଦ୍ଧାର କରି ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

The post ପାଇଖାନା ଟାଙ୍କି ଖୋଳୁଥିବା ବେଳେ ଘର ମାଲିକ ଓ ଶ୍ରମିକ ମୃତ appeared first on Odisha Reporter.



from Odisha Reporter https://ift.tt/3uCOQDN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages