‘ଦେଶର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ନୋଟ୍ ଛାପିବା ଦରକାର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 26, 2021

‘ଦେଶର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ନୋଟ୍ ଛାପିବା ଦରକାର’

ନୂଆଦିଲ୍ଲୀ: କରୋନା ପାଇଁ ଦେଶର ଆର୍ଥିକ ସ୍ୱାସ୍ଥ୍ୟାବସ୍ଥା ଭୁଶୁଡ଼ି ପଡ଼ିଛି। ପ୍ରଥମ ଲହର ପରେ ଦ୍ୱିତୀୟ ଲହର ପାଇଁ ଅନେକ ଗରିବ ଲୋକ ପ୍ରଭାବିତ ହୋଇଥିବାବେଳେ ଅନେକ ଜୀବିକା ହରାଇ ବେରୋଜଗାର ହୋଇଛନ୍ତି। ଅନେକ କମ୍ପାନୀ ମଧ୍ୟ କ୍ଷତି ସହିନପାରି କର୍ମଚାରୀ ଛଟେଇ କରୁଛନ୍ତି। ତେଣୁ ଏବେ ଗରିବ ଲୋକ ଏବଂ ଜୀବିକାକୁ ସୁରକ୍ଷା ଦେବାର ସମୟ ଆସିଛି। ସରକାର ନୋଟ ଛାପିବା ପାଇଁ ଆଗକୁ ବଢିବା ଦରକାର। ଏହାକୁ ଆରବିଆଇ ମଧ୍ୟ ସମର୍ଥନ କରିବା ଦରକାର। ଯଦି ଏବେ ନହେବ ତାହେଲେ ଆଗକୁ ବହୁତ ବିଳମ୍ୱ ହୋଇଯିବ ବୋଲି ଉଦୟ କୋଟାକ କହିଛନ୍ତି। କୋଟାକ ମହିନ୍ଦ୍ରା ବ୍ୟାଙ୍କର ସିଇଓ ତଥା ଦେଶର ଜଣାଶୁଣା ବ୍ୟବସାୟୀ ଉଦୟ କୋଟାକ ଏନଡିଟିଭିକୁ ଏକ ସାକ୍ଷାତକାରରେ ଏହା କହିଛନ୍ତି।

ସେ କହିଛନ୍ତି ଦେଶର ଅର୍ଥବ୍ୟବସ୍ଥାକୁ ପିରାମିଡ ଭାବରେ ବିଚାର କରିବା ଦରକାର। ପିରାମିଡର ଉପରି ଭାବରେ ଧନୀବର୍ଗର ଲୋକମାନେ ରହିଛନ୍ତି। ତଳେ ଗରିବ ଶ୍ରେଣୀର ଲୋକ ରହିଛନ୍ତି। ତେଣୁ ଗରିବ ଶ୍ରେଣୀର ଲୋକ ହେଉଛନ୍ତି ମୂଳ ସ୍ତମ୍ଭ। ସରକାର ପ୍ରାଥମିକ ଭାବରେ ତଳ ସ୍ତରର ଲୋକଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବା ଦରକାର। ଏଥିପାଇଁ ଗରିବ ଶ୍ରେଣୀର ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପଠାଇବା ଦରକାର। ଏଥିପାଇଁ ସରକାର ୧ ଲକ୍ଷ କୋଟିରୁ ୨ ଲକ୍ଷ କୋଟି ମଧ୍ୟରେ ଆର୍ଥିକ ବୋଝ ସମ୍ଭାଳିବା ଦରକାର। ଏହି ଟଙ୍କା ଦେଶର ମୋଟ୍ ଅଭିବୃଦ୍ଧିର ୧ ପ୍ରତିଶତ। ଏଥିସହ ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ଦରକାର ବୋଲି ଉଦୟ କୋଟାକ କହିଛନ୍ତି।

କରୋନାର ପ୍ରଥମ ଲହର କମି ଆସିବାପରେ ଯେଉଁସବୁ କଟକଣା ଥିଲା ତାହା ଉଠିଯାଇଥିଲା। ଜାନୁଆରୀ ପାଖରୁ ଭାରତ ଏକ ପ୍ରକାର ସ୍ୱାଭାବିକ ହୋଇଯାଇଥିଲା। କିନ୍ତୁ ଦ୍ୱିତୀୟ ଲହର ରିଟର୍ଣ୍ଣ କରିବା ପରେ ପୁଣିଥରେ ବିଭିନ୍ନ ପ୍ରତିବନ୍ଧକ ଲାଗୁ ହୋଇଛି। ଏହାଦ୍ୱାରା ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି। ଦେଶର ଆର୍ଥିକ ସ୍ଥିତି ମଧ୍ୟ ପ୍ରଭାବିତ ହୋଇଛି ବୋଲି କୋଟାକ କହିଛନ୍ତି।

କୋଟାକ କହିଛନ୍ତି ଯେ ଦୁଇ ପ୍ରକାରର ବ୍ୟବସାୟ ଅଛି ପ୍ରଥମଟି ଯେଉଁମାନେ କରୋନା ପାଇଁ ନିଜ ବ୍ୟବସାୟର ତରିକା ପରିବର୍ତ୍ତନ କରି ଅଗ୍ରସର ହେଉଛନ୍ତି ଏବଂ ମହାମାରୀ ପରେ ଏହାର ମୁକାବିଲା କରିପାରିବେ ବୋଲି ଭାବୁଛନ୍ତି। ଦ୍ୱିତୀୟଟି ହେଉଛି ବ୍ୟବସାୟ କରିବାକୁ ଯୋଜନା ଅଛି ହେଲେ କରୋନା ପାଇଁ ସେହି ଯୋଜନାରେ ପରିବର୍ତ୍ତନ ହୋଇଯାଇଛି। ତେଣୁ କରୋନା ପରେ ସେହି ବ୍ୟବସାୟିକ ଶୈଳୀ ଆଉ ଉପଯୋଗୀ ହେବନି ବୋଲି ଚିନ୍ତା କରୁଛନ୍ତି। ଯାହାକି ସେମାନଙ୍କ ପାଇଁ କୋଭିଡ ଗୋଟିଏ ଆହ୍ୱାନ ପାଲଟିଛି।

ଉଦୟ କହିଛନ୍ତି ଯେ ପ୍ରଥମ ପ୍ରକାର ବ୍ୟବସାୟକୁ ସରକାର ଗ୍ରହଣ କରିବା ଉଚିତ ହେବ। ଦ୍ୱିତୀୟଟି କଷ୍ଟସାଧ୍ୟ। ଯଦି ସେମାନେ କରୋନାର ପରବର୍ତ୍ତୀ ଦୁନିଆରେ ଚାଲିପାରିବେ ନାହିଁ, ତାହେଲେ ସେମାନଙ୍କୁ ମଧ୍ୟ ସାହାଯ୍ୟ କରିବା ପାଇଁ ଆମ ମାନଙ୍କୁ ଏକ ଉପଯୁକ୍ତ ସମାଧାନ ଖୋଜିବାକୁ ହେବ। କିନ୍ତୁ ଏହା ସ୍ଥାୟୀ ହୋଇପାରିବ ନାହିଁ। କାରଣ ବ୍ୟବସାୟକୁ ସମର୍ଥନ କରି ଦୀର୍ଘ ସମୟ ଧରି ଅର୍ଥନୀତି ଉପରେ ବୋଝ ଲଦି ହେବନି।

ସେ ଆହୁରି କହିଛନ୍ତି ଗତଥର କରୋନା କ୍ଷତିଗ୍ରସ୍ତଙ୍କୁ ସହଯୋଗ କରିବାକୁ ଯାଇ କ୍ରେଡିଟ୍ ସ୍କିମ୍ ଲାଗୁ କରିଥିଲେ। ସରକାର ଏଥିପାଇଁ 3 ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଥିଲେ। ଏବେ ସରକାର ଏହି ରାଶିକୁ 5 ଲକ୍ଷ କୋଟି ଏବଂ ଅନ୍ୟାନ୍ୟ ସେକ୍ଟରକୁ ସାମିଲ୍ କରିବା ଦରକାର ବୋଲି କୋଟାକ କହିଛନ୍ତି।

The post ‘ଦେଶର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ନୋଟ୍ ଛାପିବା ଦରକାର’ appeared first on Odisha Reporter.



from Odisha Reporter https://ift.tt/3bWR3Dj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages