ଶପଥ ନେଲେ ଷ୍ଟାଲିନ୍, ଯୋଡ଼ି ହେଲା ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 6, 2021

ଶପଥ ନେଲେ ଷ୍ଟାଲିନ୍, ଯୋଡ଼ି ହେଲା ରେକର୍ଡ

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଡିଏମକେ ସଭାପତି ଏମ୍ କେ ଷ୍ଟାଲିନ୍। ରାଜ୍ୟପାଳ ବନଓ୍ୱାରିଲାଲ ପୂରୋହିତ ତାଙ୍କୁ ଶପଥ ପାଠ କରାଇଛନ୍ତି। ଷ୍ଟାଲନଙ୍କ ସମେତ ୩୩ ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ସୂଚନା ରହିଛି। କରୋନା ପ୍ରୋଟୋକଲ ଅନୁଯାୟୀ ଏହି ଶପଥ ସମାରୋହ ଉତ୍ସବ ଆୟୋଜିତ ହୋଇଛି। ଏହି ଶପଥ ସମାରୋହରେ ଅଳ୍ପ କିଛି ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ୍ ହୋଇଥିଲେ। ଯେଉଁଥିରେ ପୂର୍ବତନ ଶାସକ ଦଳ ଏଆଇଏମଡିଏମକେର ସଭାପତି ଓ ପନ୍ନୀରସେଲଭମ, କଂଗ୍ରେସ ନେତା ପି ଚିଦାମ୍ୱରମ, ଏମଡ଼ିଏମକେ ସଭାପତି ଭାଇକୋ ପ୍ରମୁଖ ଉପସ୍ଥିତ ଥିଲେ।

ଷ୍ଟାଲିନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ୍ ହୋଇଥିବା ୩୩ ମନ୍ତ୍ରୀଙ୍କ ମଧ୍ୟରୁ ୧୯ ଜଣ ପୂର୍ବତନ ମନ୍ତ୍ରୀ ଏବଂ ୧୫ ଜଣ ନୂଆ ଚେହେରା ରହିଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣ ମହିଳା ମଧ୍ୟ ରହିଛନ୍ତି। ଷ୍ଟାଲିନଙ୍କ ପୁଅ ଉଦୟାନିଧି କିନ୍ତୁ ମନ୍ତ୍ରୀ ତାଲିକାରେ ସ୍ଥାନ ପାଇ ନାହାନ୍ତି।

ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଅନେକ ବିଭାଗ ନିଜ ପାଖରେ ରଖିଛନ୍ତି। ଗୃହ, ସାଧାରଣ ପ୍ରଶାସନ ଭଳି ବଡ଼ ବଡ଼ ବିଭାଗ ନିଜ ପାଖରେ ଷ୍ଟାଲିନ ରଖିଛନ୍ତି। ସେହିପରି ଡିଏମକେ ସାଧାରଣ ସମ୍ପାଦକ ଏସ ଦୁରାଇମୁରୁଗାନ ଜଳ ସମ୍ପଦ ବିଭାଗ, ଆର ସାକରାପାନି ଖାଦ୍ୟ ଯୋଗାଣ, ଏସ ରଘୁପତି ଆଇନ, ଟି ମନୋ ଥାଙ୍ଗରାଜ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଏବଂ ପାଲାନିଭେଲ ଥିଆରାଜନ ଅର୍ଥ ବିଭାଗ ଏବଂ ମାନବ ସମ୍ବଳ ବିଭାଗ ପାଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ଷଷ୍ଠ ଥର ପାଇଁ ଡିଏମକେ ସରକାର ଗଢିବାରେ ସଫଳ ହୋଇଛି। ୨୦୧୯ ସାଧାରଣ ନିର୍ବାଚନରେ ଡିଏମକେ ସଫଳତା ହାସଲ କରିବା ପରେ ବିଧାନସଭା ନିର୍ବାଚନରେ ମଧ୍ୟ ସଫଳତା ହାସଲ କରିଛି।

ତେବେ ଷ୍ଟାଲିନଙ୍କ ବୟସ ଏବେ ୬୮ ବର୍ଷ। ଏ ବୟସରେ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଥମ ଥର ପାଇଁ ଶପଥ ନେବାରେ ଷ୍ଟାଲିନ ହେଉଛନ୍ତି ପ୍ରଥମ। ଯାହାକି ତାମିଲନାଡୁ ରାଜନୀତିରେ ରେକର୍ଡ। ରବିବାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଷ୍ଟାଲିନ ଚଳିତ ସପ୍ତାହରେ ରାଜ୍ୟପାଳ ପୂରୋହିତଙ୍କୁ ଭେଟି ସରକାର ଗଢ଼ିବାକୁ ପ୍ରସ୍ତାବ ଦେଇଥିଲେ। ଆଉ ସେ ଡିଏମକେ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଥିବାର ଏକ ଚିଠି ଦାଖଲ କରିଥିଲେ।୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନରୁ ଡିଏମକେ ନେତୃତ୍ୱାଧୀନ ମେଣ୍ଟ ୧୩୩ଟି ଆସନ ଜିତିଛି। ଡିଏମକେ ଏକାକୀ ୧୨୫ ଆସନରେ ବିଜୟୀ ହୋଇଛି।

The post ଶପଥ ନେଲେ ଷ୍ଟାଲିନ୍, ଯୋଡ଼ି ହେଲା ରେକର୍ଡ appeared first on Odisha Reporter.



from Odisha Reporter https://ift.tt/2QT7ZUg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages