ଆବଶ୍ୟକ ସାମଗ୍ରୀ: ଚିକେନ୍, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଦହି, ଅଦା ରସୁଣ ବଟା, କଞ୍ଚାଲଙ୍କା , ଶୁଖିଲା ଲଙ୍କା, ଜୀରା, କଳାଜୀରା ଗୋଟା ଧନିଆ, ପାନ ମହୁରୀ, ଗୋଲମରିଚ, ମେଥି, ଲବଙ୍ଗ ଓ ସୋରିଷ, ଗରମ ମସଲା ଗୁଣ୍ଡ, ରିଫାଇନ ତେଲ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଚିକେନ୍ରେ ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଦହି, ଅଦା, ରସୁଣ ବଟା, ସୋରିଷ ବଟା ପକାନ୍ତୁ। ଏହାପରେ ଶୁଖିଲା ଲଙ୍କା, ଜୀରା, ଗୋଟା ଧନିଆ, ପାନ ମହୁରୀ, ଗୋଲ ମରିଚ, ମେଥି, ଲବଙ୍ଗକୁ ହାଲକା ଭାଜି ଦେଇ ସେହି ପାଉଡରକୁ ଚିକେନର ପକାଇ ଭଲ ଭାବେ ମ୍ୟାରିନେଟ କରନ୍ତୁ।
କରେଇରେ ତେଲ ଗରମ କରି କଳାଜୀରା, ଅଦା ରସୁଣ ବଟା, ପିଆଜ ବଟା, ଟମାଟୋ ବଟା, ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାଇ ମସଲାକୁ କଷନ୍ତୁ। ମସଲା କଷି ହେବା ପରେ ସେଥିରେ ଚିକେନ୍କୁ ପକାଇ ଭଲ ଭାବେ କଷି ଘୋଡଣି ଘୋଡାଇ ୫ରୁ ୭ ମିନିଟ ଆଞ୍ଚରେ ବସାନ୍ତୁ।
କିଛି ସମୟ ପରେ ଘୋଡଣୀ ବାହାର କରି କଟା କଞ୍ଚାଲଙ୍କା ଓ ଗରମ ମସଲା ଗୁଣ୍ଡ ପକାଇ ଚିକେନକୁ ପୁଣି ସିଝିବାକୁ ଛାଡ଼ି ଦିଅନ୍ତୁ।
ଅନ୍ୟ ଏକ ପାତ୍ରରେ ତେଲ ଗରମ କରି କଳାଜୀରା, ସୋରିଷ, ପାନମହୁରୀ, ଜୀରା, ରସୁଣ ଓ ଭୃସଙ୍ଗ ପତ୍ର ପକାଇ ଭାଜନ୍ତୁ ଓ ସେଥିରେ ଚିକେନକୁ ପକାଇ ଛୁଙ୍କ ଦିଅନ୍ତୁ। ଏଥର ପ୍ରସ୍ତୁତ ହୋଇଗଲା ଛୁଙ୍କ ଚିକେନ।
The post ଘରେ ପ୍ରସ୍ତୁତ କରନ୍ତୁ ଛୁଙ୍କ ଚିକେନ appeared first on Odisha Reporter.
from Odisha Reporter https://ift.tt/3uvY9pU
No comments:
Post a Comment